୨୦୨୪ରେ ରାମମନ୍ଦିର ଉଦଘାଟନ
ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।
Browsing monthly archive
ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।
ସମ୍ବଲପୁର,୧୨/୯(ଏସଏସ ନିଉଜ) ମହାନଦୀରୁ ଏକ ଘଡ଼ିଆଳ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଛି।ମହାନଦୀର ମାରୱାଡିପଡ଼ା ଘାଟରୁ ବନ ବିଭାଗ ଦ୍ୱାରା ଉଦ୍ଧାର ହୋଇଛି। ମୃତ ଘଡ଼ିଆଳ କୁମ୍ଭୀର ଲମ୍ବ ୮ ଫୁଟ, ମୋଟେଇ ୨ ଫୁଟ ୫ ଇଞ୍ଚ।ମୃତ କୁମ୍ଭୀରଟିର ଲାଞ୍ଜରେ ଲାଗିଛି ଏକ ଜିପିଏସ୍।
ଭୁବନେଶ୍ୱର,୧୨/୯(ଏସ ଏସ ନିଉଜ)ଆଗକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ୭ରୁ ୨୨ ତାରିଖ ମଧ୍ୟରେ ଲଘୁଚାପ ସମ୍ଭାବନା ।ଦକ୍ଷିଣ ଛତିଶଗଡ଼ ଉପରେ ଅବପାତ ଅବସ୍ଥିତ । ପ୍ରଭାବରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷିବ । ରାଜ୍ୟରେ ସବୁ ବନ୍ଦରରେ ୩ ନଂ ସତର୍କତା ଜାରି କରାଯାଇଛି।
ଭୁବନେଶ୍ୱର,୧୨/୯(ଏସ ଏସ ନିଉଜ)ବରଗଡ଼ ସୋହେଲାରେ ଗର୍ଜିଲେ ଚାଷୀ। ବରଗଡ଼-ଛତିଶଗଡ ୫୩ ନଂ ଏନଏଚ ଅବରୋଧ କରିଛନ୍ତି।ସୋହେଲାରେ ସରକାରୀ ଅଫିସ ବନ୍ଦ । ଚାଷୀ, କୃଷକ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବି କରିଛନ୍ତି।
ଭୁବନେଶ୍ୱର,୧୨/୯(ଏସଏସ ନିଉଜ)ମଥାନିଠାରେ ବିପଦ ସଙ୍କେତ ଟପିଲା ଜଳକା ନଦୀ । ଜଳସ୍ତର ୬.୨୯ ମିଟର, ବିପଦସଙ୍କେତ ୫.୫୦ ମିଟର।ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବଢୁଛି ଜଳସ୍ତର ।
ଧର୍ମଗଡ଼,୧୨/୯(ଏସ ଏସ ନିଉଜ) ଲଗାଣ ବର୍ଷାରେ ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ। ଜୟପାଟଣାବ୍ଲକ ଡଙ୍ଗରିପଡ଼ା ରେ ଲହଡ଼ି ମାରୁଛି କେନାଲ ପାଣି। ଏକର ଚାଷ ଜମି ଜଳମଗ୍ନ ହେବାସହ କିଛି ଘରେ ପଶିଲା କେନାଲ ପାଣି।
ଭୁବନେଶ୍ବର,୧୨/୯(ଏସ ଏସ ନିଉଜ)ପାର୍ବଣରେ ବଢ଼ୁଥିବା ନିଶା କାରବାର ଓ ଅପରାଧକୁ ଦୃଷ୍ଟିରେ ରଖି ରାଜଧାନୀରେ କମିସନରେଟ୍ ପୁଲିସର ବାଇକ୍ ପାଟ୍ରୋଲିଂ।ଆଡ଼ା ଓ ଖଟିକୁ ଭାଙ୍ଗିବା ସହିତ ଖୋଲାରେ ମଦ୍ୟପାନ କରୁଥିବା ପ୍ରାୟ ୨୦ରୁ ଅଧିକ ଲୋକଙ୍କ ପାଖରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଛି ପୁଲିସ। ଆଗାମୀ ଦିନରେ ଏହିଭଳି ସ୍ବତନ୍ତ୍ର ଡ୍ରାଇଭ୍ ଚାଲିବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର,୧୨/୯(ଏସଏସ ନିଉଜ)ଡ୍ରାଇଭରକୁ ନିଦ ଲାଗିବା ଯୋଗୁଁ ପଶ୍ଚିମବଙ୍ଗର ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାପଡିଛି।ପୁରୀରୁ ଦୀଘା ଫେରୁଥିବା ବେଳେ ଟୁରିଷ୍ଟ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।ବସ ରାସ୍ତା ତଳକୁ ଓଲଟି ଯିବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି।ବସରେ ମୋଟ ୭୨ ପର୍ଯ୍ୟଟକ ଥିଲେ। ଆହତଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
୨୦୨୨ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ (ସୋମବାର)ଭାଦ୍ରବ ମାସ –କୃଷ୍ଣପକ୍ଷ ,ତିଥି-ଦ୍ୱିତିଆ ଦିବା ଘ୧୧/୪୬ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ,ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୭/୪୭ ପର୍ଯ୍ୟନ୍ତ ତଦନ୍ତେ ରେବତୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୦୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୯/୧୭ ,ମିଥୁନ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଦ୍ୱିତିଆର ଏକୋଦିଷ୍ଟ ଓ ତୃତୀୟାର ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବୋଇତି କଖାରୁ ଦିବା ଘ୧୧/୪୬ ଗତେ ପୋଟଳ ଭକ୍ଷଣ ନିଷେଧା ମେଷ-ଲାଗିଥିବା ବିବାଦର ଆପଣ କାରଣ ହୋଇପାରନ୍ତି। […]
ଭୁବନେଶ୍ୱର,୧୧/୯(ଏସଏସ ନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟରେ ସୋମନାଥ ମନ୍ଦିରରେ ମହାଦେବଙ୍କ ଦର୍ଶନ କରିଛନ୍ତି । ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଶିଷ ନେଇଛନ୍ତି ଅମିତ ଶାହ।