କମିସନରେଟ୍ ପୁଲିସର ବାଇକ୍ ପାଟ୍ରୋଲିଂ

ଭୁବନେଶ୍ବର,୧୨/୯(ଏସ ଏସ ନିଉଜ)ପାର୍ବଣରେ ବଢ଼ୁଥିବା ନିଶା କାରବାର ଓ ଅପରାଧକୁ ଦୃଷ୍ଟିରେ ରଖି ରାଜଧାନୀରେ କମିସନରେଟ୍ ପୁଲିସର ବାଇକ୍ ପାଟ୍ରୋଲିଂ।ଆଡ଼ା ଓ ଖଟିକୁ ଭାଙ୍ଗିବା ସହିତ ଖୋଲାରେ ମଦ୍ୟପାନ କରୁଥିବା ପ୍ରାୟ ୨୦ରୁ ଅଧିକ ଲୋକଙ୍କ ପାଖରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଛି ପୁଲିସ। ଆଗାମୀ ଦିନରେ ଏହିଭଳି ସ୍ବତନ୍ତ୍ର ଡ୍ରାଇଭ୍ ଚାଲିବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment