ଛାତରୁ ଖସିଲା ସିଲିଂ
ବ୍ରହ୍ମପୁର,୮/୯(ଏସ ଏସ ନିଉଜ) MKCG ମେଡିକାଲ ୱାର୍ଡର ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରେ ଛାତରୁ ଖସିଲା ସିଲିଂ।ପୂର୍ବରୁ ଏହି ମହଲାର ୟୁରୋଲଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା।
Browsing monthly archive
ବ୍ରହ୍ମପୁର,୮/୯(ଏସ ଏସ ନିଉଜ) MKCG ମେଡିକାଲ ୱାର୍ଡର ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରେ ଛାତରୁ ଖସିଲା ସିଲିଂ।ପୂର୍ବରୁ ଏହି ମହଲାର ୟୁରୋଲଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା।
କଟକ,୮/୯(ଏସ ଏସ ନିଉଜ)କଟକରେ ନକଲି ଔଷଧ ମିଳୁଥିବା ଆସିଲା ଅଭିଯୋଗ ।ଦାମୀବ୍ରାଣ୍ଡର ମେଡିସିନକୁ ନକଲ କରାଯାଇ ବଜାରକୁ ଛଡାଯାଉଥିବାର ହୋଇଛି ଅଭିଯୋଗ ।କଟକର ମାଣିକ ଘୋଷ ବଜାର, ବାଦାମବାଡି, ବାଙ୍କାବଜାର, ମଙ୍ଗଳବାଗ ସମେତ ୧୨ଟି ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି ।ଏହି ଔଷଧ ପାଟଣା, ବିହାର, ବେଙ୍ଗା ଲୁରୁରୁ କଟକ ଓ ଭୁବନେଶ୍ୱରକୁ ଛଡାଯାଇଛି ।କଟକ, ଭୁବନେ ଶ୍ୱର, ବାଲେ ଶ୍ୱର ସମେତ, ରାଜ୍ୟର ପ୍ରାୟ ୭ଟି ଅଞ୍ଚଳକୁ ଏହି ଔଷଧ […]
ଭୁବନେଶ୍ୱର,୮/୯(ଏସ ଏସ ନିଉଜ)ଖାଉଟିକୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଲା ଅଶୋଧିତ ତେଲ ଦାମ୍ । ଗତ ୭ ମାସର ସର୍ବନିମ୍ନ ତଳକୁ ଖସିଛି ଦର । ବ୍ୟାରେଲ ପିଛା ବର୍ତ୍ତମାନ ୯୨ ଡଲାର ରହିଛି । ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ୨ରୁ୩ଟଙ୍କା ପର୍ଯ୍ୟନ୍ତ କମିପାରେ।
୨୦୨୨ ମସିହା ସେପ୍ଟେମ୍ବର ମାସ ୦୮ ତାରିଖ (ଗୁରୁବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ତ୍ରୟୋଦଶୀ ରାତ୍ରି ଘ୯/୧୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୨୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୨/୫୩ ,ତୁଳା ଓ କୁମ୍ଭ ରାଶିର ଘାତବାର ,ସିଂହ , ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର , ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ବାଇଗଣ ଭକ୍ଷଣ ନିଷେଧ । ମେଷ-ଆଳସ୍ୟ ଅନୁଭବ କରିପାରନ୍ତି। ନିଜସମ୍ମାନକୁ ଜଗି ଚଳିବାକୁପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, […]
ଭୁବନେଶ୍ୱର,୭/୯(ଏସ ଏସ ନିଉଜ)ଯୁକ୍ତ୩ କଲେଜରେ ନାମଲେଖା ଲାଗି ବୁଧବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍-ଅଫ୍ ମାର୍କ ପ୍ରକାଶ ପାଇବ। ଅପରାହ୍ଣ ୨ଟାରେ ମେଧା ତାଲିକା ପ୍ରକାଶ ସହ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାମଲେଖା ଚାଲିବ। ନାମ ଲେଖାଇଥିବା ଛାତ୍ରଛାତ୍ରୀ ୧୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ସ୍ଲାଇଡ୍ -ଅପ୍ ଅପସନ୍ ଫର୍ମ ଅନ୍ଲାଇନ୍ରେ ଦାଖଲ କରିପାରିବେ। ୧୬ ତାରିଖ ଅପରାହ୍ଣ ୨ଟାରେ ଦ୍ବିତୀୟ […]
ଭୁବନେଶ୍ୱର,୭/୯(ଏସଏସନିଉଜ)ଆଜିପ୍ରକାସ ପାଇବ +୨ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ୧୦ ତାରିଖ ଯାଏଁ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବାକୁ ଥିବାବେଳେ ୧୫ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ। ୧୭ ତାରିଖରେ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୦ରେ ନାମଲେଖା ସମ୍ପର୍କିତ ତଥ୍ୟ ସାମ୍ସ ପୋର୍ଟାଲରେ ଅପଲୋଡ ହେବ ।
ଭୁବନେଶ୍ୱର,୭/୯(ଏସଏସନିଉଜ)ସୋରଉପକାରାଗାରରୁ ଚମ୍ପଟ୍ ମାରିଥିବା ବିଚାରାଧୀନ ବନ୍ଦୀ ମୟୂରଭଞ୍ଜ ଶରତ ଅଞ୍ଚଳରୁ ଧରାପଡ଼ିଛି । ସେ ଗତ ୧ତାରିଖରେ ଚମ୍ପଟ୍ ମାରିଥିଲା । ଚମ୍ପଟ୍ ମାରିବା ଘଟଣାରେ ଜଣେ ସବ୍ ଜେଲରଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା ।
କରଞ୍ଜିଆ, ୭/୯(ଏସଏସନିଉଜ) ଯଶୀପୁର ଥାନା କୁଦୁରବିସ୍ତା ନିକଟରେ ଅର୍ଦ୍ଧ ପ୍ରସବ ଅବସ୍ଥାରେ ମହିଳାଙ୍କ ମୃତଦେହ ଭାସୁଛି । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ତାହା ଜାଣିବାକୁ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଁଛି ।ଏହାହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।
ଭୁବନେଶ୍ୱର,୭/୯(ଏସଏସନିଉଜ)ଭୁବନେଶ୍ୱର ଖଣ୍ଡଗିରିରୁ ଜବତ ହୋଇଛି ୧ କୁଇଣ୍ଟାଲ ଗଞ୍ଜେଇ ।ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୫ ଜଣ ମଧ୍ୟ ଗିରଫ କରାଯାଇଛି ।ଗଞ୍ଜେଇ ସହ ଦାମୀ କାର ଓ ବନ୍ଧୁକ ଜବତ ହୋଇଛି ।ଜବତ ଗଞ୍ଜେଇ ମାଫିଆ ଫୁଲବାଣୀରୁ ଆଣିଥିବାବେଳେ ଧରାପଡିଛନ୍ତି ।
ଭୁବନେଶ୍ୱର,୭/୯(ଏସଏସନିଉଜ)ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାକୁ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ ।ଦୁଇ ଦିନ ରିମାଣ୍ଡରେ ଆଣି ପ୍ରମାଣ ଖୋଜିବ ପୋଲିସ ।ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଚିତରଞ୍ଜନକୁ ଗିରଫ କରିଥିଲା ପୋଲିସ ।