ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୦୮ ତାରିଖ (ଗୁରୁବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ତ୍ରୟୋଦଶୀ ରାତ୍ରି ଘ୯/୧୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୨୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୨/୫୩ ,ତୁଳା ଓ କୁମ୍ଭ ରାଶିର ଘାତବାର ,ସିଂହ , ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର , ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ବାଇଗଣ ଭକ୍ଷଣ ନିଷେଧ ।
ମେଷ-ଆଳସ୍ୟ ଅନୁଭବ କରିପାରନ୍ତି। ନିଜସମ୍ମାନକୁ ଜଗି ଚଳିବାକୁପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
ବୃଷ-ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷିକର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।
ମିଥୁନ-ପ୍ରେମଘଟଣାରେ ସଫଳ ହେବେ। କାର୍ଯ୍ୟରସଫଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
କର୍କଟ-କୌଣସିକାର୍ଯ୍ୟକୁ ନେଇ ନିଜେନିଜକୁ ସଙ୍କୁଚିତ ମନେକରିବେ। ଘାତଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
ସିଂହ-ବାଣିଜ୍ୟ-ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍ ହେବେ।
କନ୍ୟା-ବିପଦରସୂଚନା ପାଇପାରନ୍ତି। କାର୍ଯ୍ୟକଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳକଥାରେ ଅନ୍ୟକୁଭୁଲାଇ ପାରିବେ। ଚଞ୍ଚଳପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
ତୁଳା-ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।
ବିଛା-ଧନସଞ୍ଚୟ ପାଇଁ ମନବଳାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭକରିବେ। ଭୋଗ-ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜିଥିବା ସମସ୍ୟାର ସମାଧାନହେବ। ପ୍ରବଳଉଦ୍ୟମ କରି କାର୍ଯ୍ୟ ହାସଲକରିବେ।
ଧନୁ-ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଜନୈକାମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
ମକର-ପାରିବାରିକକ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଆପଣଙ୍କପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।
କୁମ୍ଭ-ଯାନବାହନ କିଣିବାର ସୁଯୋଗ ସୃଷ୍ଟିହୋଇଛି। ସମ୍ମାନିତହେବେ। ଦାୟିତ୍ବ ନିର୍ବାହକରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭକରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
ମୀନ-କୌଣସିକାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳବାନ୍ ହେବେ। ଶତ୍ରୁଦମନ କରିବାରେ ସକ୍ଷମ ହୋଇପାରନ୍ତି। ଜନକଲ୍ୟାଣ ଲାଭ କରିବେ।
ନିତୀବାଣୀ-ଅତୀତକୁ କେବେବି ଫେରେଇ ହୁଏନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏନାହିଁ ତଥାପି ଏମଣିଷ ବଞ୍ଚିରହି ପ୍ରତ୍ୟେକମୁହୂର୍ତ୍ତରେ ଖୁସିଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନ ର ସଂଜ୍ଞା ।
ବାସ୍ତୁଟିପ୍ପଣୀ-କବାଟ ପାଖରେ କେଉଁ ୩ଟି ଜିନିଷ ରଖିବା ଦ୍ୱାରାଆମର କ୍ଷତି ହେବାର ସଂକେତ ମିଳେ?..
ବାସ୍ତୁଶାସ୍ତ୍ରଅନୁସାରେ ଏହି ସବୁଜିନିଷ ରଖିବାଦ୍ୱାରା ଆମର ହିଁ କ୍ଷତି ହୋଇଥାଏ । ସେହି ଭଳି ୩ ଟି ଜିନିଷ ଅଛି ଯାହା ରଖିବା ଦ୍ୱାରା ମଣିଷର କ୍ଷତି ହିଁ ହୋଇଥାଏ । ପ୍ରଥମ ଜିନିଷଟି ହେଲା କାକଟସ ଗଛ ବା କୌଣସି କଣ୍ଟାଜାତୀୟଗଛ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁନାହିଁ । ଦ୍ଵତୀୟଟି ହେଲା କୌଣସି ଭଙ୍ଗା ଖଟ, ପଲଙ୍କ , ଚଉକି ଆଦି ରଖିବେ ନାହିଁ ।
ତୃତୀୟଟି ହେଲା ଭଙ୍ଗାବାସନ ରଖିବେ ନାହିଁ ଏହାପାଇଁ ଦେବାଦେବୀ ଘରଭିତରକୁ ପ୍ରବେଶ କରନ୍ତି ନି ।ଏହାପାଇଁ ଶନିଦେବ ମଧ୍ୟ କ୍ରୋଧକରନ୍ତି । ଯାହାଫଳରେ ଆପଣଙ୍କ ଉପରେ ଶନିଙ୍କ କୁଦୃଷ୍ଟି ପଡିପାରେ ଦରିଦ୍ର ଓ ଘରେ ଅଶାନ୍ତି ସୃଷ୍ଟିହୁଏ । ତେଣୁ ଭୁଲରେ ଘରର ମୁଖ୍ୟ ଦ୍ୱାରରେ ଏହି ଜିନିଷ ରଖିବେ ନାହିଁ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

 

 

 

Comments (0)
Add Comment