ଆଜିର ରାଶିଫଳ

୨୦୨୬ମସିହା ସେପ୍ଟେମ୍ବରମାସ, ୨୫ତାରିଖ, ଶୁକ୍ରବାର,ଶ୍ରୀମନ୍ଦିରେ ଓ ସର୍ବତ୍ର ଅନନ୍ତବ୍ରତ, ଅଘୋର ଚତୁର୍ଦ୍ଦଶୀ, ଶ୍ରୀଶିବ ପାର୍ଶ୍ବ ପରିବର୍ତ୍ତନୋତ୍ସବ, ଶ୍ରୀଦୁର୍ଗା ପାର୍ଶ୍ବପରିବର୍ତ୍ତନ, ଇନ୍ଦ୍ରୋତ୍ସବ, ଅଦ୍ୟ ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ା ପରିକ୍ରମା,ନାମାଚାର୍ଯ୍ୟ ବାୟାବାବାଙ୍କ ତିରୋଧାନଦିବସ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୯/୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୭/୧୫,ଭାଦ୍ରବ ମାସ, ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୦/୫୨ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ।ନକ୍ଷତ୍ର- ଶତଭିଷା ନକ୍ଷତ୍ର ଦିବା ଘ୧୧/୫୦ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୧୦/୫୨ମି ପରେ ବାୟବ୍ୟ କୋଣରେ,ରିକ୍ତାତିଥି, ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର-ବିଛା, ଧନୁ ଓ ମୀନରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ଦିବା ଘ୧୧/୫୦ମି ପରେ ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବ୍ରିହୀ (ବିରି), ରାତ୍ରି ଘ୧୦/୫୨ମିପରେ ଆମିଷ ଭକ୍ଷଣ ନିଷେଧ,ଅଶୁଭ ବେଳା-(ବାର ଓ କାଳବେଳା) ଦିବା ଘ୮/୩୮ମି ରୁ ଘ୧୧/୩୫ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୮/୩୨ମି ରୁ ଘ୧୦/୪୦ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୬/୨୮ମିମଧ୍ୟେ, ଘ୭/୧୭ମି ରୁ ଘ୯/୪୧ମି ମଧ୍ୟେ, ଘ୧୨/୫ମି ରୁ ଘ୩/୧୭ମି ମଧ୍ୟେ, ଘ୪/୮ମି ରୁ ସୂର୍ଯ୍ୟାସ୍ତ ଘ୫/୩୭ମି ମଧ୍ୟେ, ରାତ୍ରି ଘ୬/୧୯ମି ରୁ ଘ୯/୩୧ମି ମଧ୍ୟେ, ଘ୧୧/୧୫ମି ରୁ ଘ୩/୭ମି ମଧ୍ୟେ, ଘ୩/୫୩ମି ରୁ ନିଶାନ୍ତ ଘ୫/୩୯ମି ପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା) ନାହିଁ ।ପୁଷ୍କର ଦୋଷ- ମୃତବ୍ୟକ୍ତିଙ୍କ ଦିବା ଘ୧୧/୫୦ମି ପରେ ୧ ପାଦ ନକ୍ଷତ୍ର ପୁଷ୍କରଦୋଷ,ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି । ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ । ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସର୍ବ ସମ୍ପନ୍ନା । କନ୍ୟାର ଦିବା ଘ୧୧/୫୦ମି ପରେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା,ତିଳସୁବର୍ଣ୍ଣ, ପୀତବସ୍ତ୍ର ,ତଣ୍ଡୁଳଦାନ,ରାତ୍ରି ଘ୧୦/ ୫୨ମି ମଧ୍ୟେ ତିଥିଦୋଷହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ନାହିଁ ।
🐐ମେଷ👉ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକଦିଗ ଭଲ ରହି ନପାରେ। ସବୁକିଛି ଭଲ ମଧ୍ୟରେ ଖର୍ଚ୍ଚ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତର ଜନିତ ଚିନ୍ତିତ ରହିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁଙ୍କ ଉପରୁ ଭରସା ତୁଟିଯାଇପାରେ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
🐂ବୃଷ👉ରାଶିରେ ରବିଙ୍କ ସ୍ଥିତି ପ୍ରଭାବରେ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ବୃଦ୍ଧି ଚିନ୍ତାକୁ ବଢ଼ାଇଦେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ପ୍ରଶାସନିକ ସଫଳତା, ଯାନବାହନରେ ତ୍ରୁଟି ସୁଧୁରିବ ଏବଂ ଆଜିର ଯାତ୍ରାରୁ ସୁଫଳ ପାଇବେ।
👩‍❤️‍👨 ମିଥୁନ👉ବୁଧ ଷଷ୍ଠାଧିପ ସଂଯୋଗରୁ ଦୈହିକ ସ୍ବାସ୍ଥ୍ୟ ଓ ମାନସିକ ସ୍ଥିତି ଭଲ ରହିବ ନାହିଁ। ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
🦀କର୍କଟ👉ଭାଗ୍ୟାଧିପ ବୃହସ୍ପତିଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ପରିବାରର କେତେକ ବ୍ୟତିକ୍ରମ କଥା ଓ ଆର୍ଥିକ ସମସ୍ୟାକୁ ବୁଝାମଣା ଭିତିରେ ସୁଧାରିନେବେ। କଳା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ
🦁 ସିଂହ👉ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ। ସ୍ବଗୃହକୁ ମଙ୍ଗଳଙ୍କ ଦୃଷ୍ଟି ପିଲାଙ୍କ ଇଚ୍ଛା ଓ ଅଭିଳାଷକୁ ପୂରଣ କରିବାରେ ସହାୟକ ହେବ। ଆତ୍ମୀୟଙ୍କ ସକାଶେ ଯେତେ କଲେ ମଧ୍ୟ ସେମାନେ ଅସନ୍ତୁଷ୍ଟ ରହିବେ। ଆନୁଷଙ୍ଗିକ ସାହାଯ୍ୟପ୍ରାପ୍ତି ହେତୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
🧕କନ୍ୟା👉କର୍ମସ୍ଥାନରେ ରାଶ୍ୟାଧିପତି ଧନାଧିପତି ଯୁକ୍ତ ଆଶା ପୂରଣରେ ସାହାଯ୍ୟ କରିବ। ପରିବାରର ପରାମର୍ଶରେ ଗୃହସଜ୍ଜା, ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅପ୍ରିୟଭାଜନ ହେବେ। ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
⚖️ତୁଳା👉ଷଷ୍ଠାଧିପ ବୃହସ୍ପତିଙ୍କ ଦୃଷ୍ଟିଜନିତ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସାଧାରଣ କଥାରୁ ପରିବାରରେ ଝଡ଼ ଉଠିପାରେ। ଆଜିର ଯାତ୍ରା ସମୟରେ ଅଜଣାବ୍ୟକ୍ତିଙ୍କ ପ୍ରତି ସତର୍କ ନରହିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରୁ ଫେରିବା ସମୟରେ ଘରର ବରାଦୀ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
🦂ବିଛା👉ଆଜି ଚନ୍ଦ୍ରଙ୍କ ସହ ବୃହସ୍ପତି ସମସପ୍ତକ ସ୍ଥିତିରେ ରହି ଆଶା ଓ ଅଭିଳାଷକୁ ପୂରଣ କରିବେ। କର୍ମପରିସରର ବ୍ୟାପକତା ଶାନ୍ତିରେ ବସାଇଦେଇ ନପାରେ। ଅନ୍ୟମାନଙ୍କ କଥାରେ ଭାସିନଯାଇ ଲୋକକୁ ପରଖି କାମକରିବା ଭଲ ହେବ। କ୍ରୀଡ଼ା, ସାହିତ୍ୟ,ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବାର ସମ୍ଭାବନା ରହିଛି।
🏹ଧନୁ👉ଷଷ୍ଠାଧିପ ଯୁକ୍ତ ସପ୍ତମାଧିପ ଯୋଗୁ ଯାତ୍ରା, ବାଣିଜ୍ୟ ଏବଂ ପ୍ରତିଯୋଗିତା ଅନୁକୂଳ ରହି ନ ପାରେ। ମନ ଭଲ ନଥିଲେ ମଧ୍ୟ ମୁହଁରେ ହସଫୁଟାଇ ଓ ଶ୍ରୁତିମଧୁର କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ଗଣଯୋଗାଯୋଗ, ସାମ୍ବାଦିକତା, ପ୍ରକାଶନ କ୍ଷେତ୍ରରୁ ପ୍ରତିବନ୍ଧକ ଦୂର ହେବ। ସାଂଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
🐊ମକର👉ଚନ୍ଦ୍ରଙ୍କ ଶୁଭଦୃଷ୍ଟି ଦୈହିକ, ମାନସିକ ଏବଂ ପାରିବାରିକ ଦିଗ ପ୍ରତି ଅନୁକୂଳ ରହିବ। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣକଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି। ଆତ୍ମୀୟଙ୍କଠାରୁ କୌଣସି ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି। ଗଠନମୂଳକ ଆଲୋଚନା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
🏺କୁମ୍ଭ👉କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ କାମ ପାଇଁ ତାହାର କୌଣସି କୁପ୍ରଭାବ ରହିବନାହିଁ।ସହଜରେ କାମ ହାସଲ ଦୁରୂହ ହେବ। ପରିବାରରେ କାହାର ସ୍ବାସ୍ଥ୍ୟହାନି କାରଣରୁ ମନ ସ୍ଥିର ରହିପାରିବ ନାହିଁ।ବନ୍ଧୁମାନଙ୍କ ସହାୟତା ନେଇ ବ୍ୟବସାୟରେ ବକେୟାଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
🐟ମୀନ👉ଚତୁର୍ଥକେନ୍ଦ୍ରସ୍ଥ ଶୁଭଗ୍ରହ ଘରର ଅସଜଡା ସ୍ଥିତିକୁ ସଜାଡି ନେବାରେ ସାହାଯ୍ୟ କରିବ। ଅଧ୍ୟୟନ, ଅଧ୍ୟାପନା, ଆଲୋଚନାପାଇଁ ପ୍ରକୃଷ୍ଟ ଦିନଟିଏ। ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା,ସଂଗଠନ କ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଭଲରହିବା ସାଙ୍ଗକୁ କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇପାରନ୍ତି।
🕉️ନୀତିବାଣୀ🕉️
ମନୁଷ୍ୟର କ୍ରୋଧ ଆଉ ପ୍ରାକୃତିକ ବିପର୍ଯ୍ୟୟ ଉଭୟ ଏକା ଭଳି।କ୍ଷତି କେତେ ମାତ୍ରାରେ ହୋଇଛି,ତାହା କେବଳ ଶାନ୍ତ ହେଲା ପରେ ହିଁ ଜଣା ପଡିଥାଏ।।ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା।।

Comments (0)
Add Comment