Browsing monthly archive

September 2022

ମାକୋଳରୁ ଭାସିଗଲା ଶିଶୁକନ୍ୟା

ନୟାଗଡ଼, ୫/୯(ଏସଏସନିଉଜ) ଗାଧୋଇବା ବେଳେ ମାକୋଳରୁ ଭାସିଗଲା ଶିଶୁକନ୍ୟା । ଗୌଡ଼ଗାଁଥାନା ଗୌଡ଼ପୁଟଗାଁ ନିକଟ ଦୁଆଣ୍ଟନଦୀରେ ଭାସିଯାଇଥିଲା ଶିଶୁ ।ବହୁ ଖୋଜାଖୋଜି ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି ।ଏହାପରେ ଗାଁରେ ଦୁଃଖର ବାତାବରଣ ଖେଳିଯାଇଛି ।  

ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୯(ଏସଏସନିଉଜ) ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।ଏଥିପାଇଁ ୫୦ହଜାର ଲୋକ ସ୍ୱାଗତ କରିବାକୁ ଆସିବାର ସାମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିସିନେରେଟ ପୋଲିସ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ସବୁ ଛକରେ ପୋଲିସ ଫୋର୍ସ ମୁତୟନ ସହ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଝନାପଡିଛି ।

ପୁଣି ନକଲି ଲୁଣ ଓ ସର୍ଫ କାରଖାନା ଠାବ

ଭୁବନେଶ୍ୱର,୫/୯(ଏସଏସନିଉଜ)ପୁଣି ନକଲି ଲୁଣ ଓ ସର୍ଫ କାରଖାନା ଠାବ ହୋଇଛି ।ପାହାଳ ଥାନା ଅଧିନସ୍ଥ ଶିବଶକ୍ତିନଗରରୁ ନକଲି କାରଖାନା ଠାବ ହୋଇଛି ।ପାହାଳ ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ବ୍ୟାପକ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଥିବାର ଜଣାପଡିଛି ।

ପିମ୍ପୁଡ଼ି ପାଇଁ ଟେନ୍‌ସନ୍‌

ପିପିଲି, ୫/୯(ଏସଏସନିଉଜ) ଏବେ ପିମ୍ପୁଡ଼ି ପାଇଁ ଟେନ୍‌ସନ୍ ରେ ଅଛନ୍ତି ଚନ୍ଦ୍ରାଦେଇପୁର ଗ୍ରାମବାସୀ ।ପିମ୍ପୁଡି ଯିବାର ନାଁ ଧରୁନାହିଁ । ବହୁ ଉଦ୍ୟମ ସତ୍ୱେ ଗ୍ରାମବାସୀମାନେ ନିରାଶ ହେବାକୁ ବସିଲେଣି ।ପକୃତ କାରଣ ଜାଣିବାପାଇଁ ବିଡିଓ ଓ ଓୟୁଏଟିର ସ୍ୱତନ୍ତ୍ର ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।ଲୋକଙ୍କୁ ଘର ବାରି ସଫା ପାଇଁ ପରାମର୍ଶ ଦେବାସହ ଔଷଧ ସିଞ୍ଚନ ଆରମ୍ଭ କରାଯାଇଥିବାର ଜଣାପଡିଛି ।

ଗୁଣି ପାଇଁ ମହିଳାଙ୍କୁ ହତ୍ୟା!

ରାୟଗଡ଼ା, ୫/୯(ଏସଏସନିଉଜ) ଟାଉନଥାନା କୋଇଲାପଡ଼ା ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୋଇଥିବା ଅବସ୍ଥାରେ ହାଣି ଦେଲେ ଜଣେ ଯୁବକ । ଅଭିଯୁକ୍ତ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ । ରାୟଗଡ଼ା ସହରର କୋଇଲାପଡା ଠାରେ ଘଟିଛି ଏହି ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହତ୍ୟା କରାଯାଇଛି । ରାଜେଶ କୁଲେସିକା ନାମକ ଯୁବକ ପଡୋଶୀ ଚନ୍ଦ୍ରମା ବିଭାରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ରାଜେଶକୁ […]

ଆଜିର ରାଶିଫଳ

【ତାଳନବମୀ, ଓ ଶ୍ରୀଶ୍ରୀ ଠାକୁରଅନୁକୂଳଚନ୍ଦ୍ରଙ୍କ ଜୟନ୍ତୀ, ଗୁରୁଦିବସ ଓ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ】୨୦୨୨ ମସିହା ସେପ୍ଟେମ୍ବର ମାସ ୦୫ ତାରିଖ (ସୋମବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ନବମୀ ଦିବା ଘ୮/୧୮ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୫୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୫/୩୪ ,ମିଥୁନ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଦିବା ଘ୮/୧୮ ଗତେ କଳମ ଶାଗ ଭକ୍ଷଣ ନିଷେଧ ।  ମେଷ-ଆପଣଙ୍କୁ ଆଜିରଦିନ […]

ରେଳ ବ୍ରିଜ ତଳେ ଯୁବକଙ୍କ ମୃତଦେହ ଠାବ

ବାରଙ୍ଗ, ୪/୯(ଏସଏସନିଉଜ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅନ୍ତର୍ଗତ କଳାଝାରି ଗ୍ରାମ ନିକଟ ପନ୍ଦରଫୁଙ୍କା ରେଳ ବ୍ରିଜ ତଳୁ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ନନ୍ଦନକାନନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି।ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି ନା,ସେ ଚଳନ୍ତା ଟ୍ରେନରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡ଼ିବ। ତେବେ […]

ଚିଲିକାରେ ପୁଣି ଅଘଟଣ

ଭୁବନେଶ୍ୱର,୪/୯(ଏସଏସନିଉଜ)ଚିଲିକାରେ ପୁଣି ଅଘଟଣ ଘଟିଛି । କାଳିଜାଈ କୁଦାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୧ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗମ୍ଭାରୀ ଗାଁ ନିକଟ କାଳିଜାଈ କୁଦାରେ ଏହି ଅଘଟଣ ଘଟିଛି ।ଡଙ୍ଗାରେ ୧୩ ଜଣ ଯାତ୍ରୀ ଥିଲେ । ଏମାନେ ସମସ୍ତେ ଭୋଜି କରିବା ପାଇଁ କାଳିଜାଇ କୁଦାକୁ ଯାଇ ସଂଧ୍ୟାରେ ଏକ ଫେରୁଥିବା ବେଳେ ହଠାତ୍ ଡଙ୍ଗା ବୁଡ଼ି ଯାଇଥିଲା ।୧୧ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ […]

ଅପହରଣ ପରେ ଦୁଷ୍କର୍ମ !

ପାରାଦୀପ,୪/୯(ଏସଏସନିଉଜ) ଲକ୍ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଗଣେଶ ପୂଜାରେ ନାବାଳିକା ଜଣଙ୍କ ମାମୁ ଘରକୁ ଯିବାବେଳେ କାରରେ ଉଠାଇ ନେଇ ୪ ଦିନ ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।  

ମ୍ୟାଡାମ୍ ଟିକେ ଫୋନ ଦେଖେଇବେ

ଚୌଦ୍ୱାର , ୪/୯(ଏସଏସନିଉଜ) ମ୍ୟାଡାମ୍ ଟିକେ ଫୋନ ଦେଖେଇବେ ।ଚୋରୀ କରିବାର ନୁଆତରିକା ଆପଣେଇଲେଣି ଚୋର । ଆଜି ସକାଳୁ ଚୌଦ୍ୱାର ବିରାଟ ବଜାରରେ ଥିବା ଶାନ୍ତିମୋବାଇଲ ଷ୍ଟୋରରେ ଦୁଇଜଣ ଯୁବକ ଆସି ପହଁଚିଥିଲେ ।ଦୋକାନର ମହିଳା ସେଲସମ୍ୟାନକୁ ଫୋନ ଦେଖାଇବାପାଇଁ କହିଥିଲେ ।ଏହାଥିଲା ଚୋରୀକରିବାର ସେମାନଙ୍କର ନୁଆତରିକା ।ମୋବାଇଲ ଫୋନ ଥୁଆହୋଇଥିବା ଥାକକୁ ଲକ୍ଷକରି ଏଇଟାନୁହେଁ ସେଇ ଫୋନ ଦିଅନ୍ତି ବୋଲି କହିଥିଲେ ।ସେଇ ଫୋନ ଯରିବାବେଳେ ଆର ଫୋନଟି ଦିଅନ୍ତୁ ।ଏପରି କରିଚାଲିଲେ ।ବାଧ୍ୟହୋଇ […]