Browsing monthly archive

September 2022

ନବୀନଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର,୪/୯(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ‘ଜୀବନବ୍ୟାପୀ ସାଧନା ସମ୍ମାନ’ ।ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟ ତଦାରଖ କଲେ ବିଧାୟକ

ବାରଙ୍ଗ,୩/୯(ଏସଏସନିଉଜ) ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତକୁମାର ରାଉତ ଶନିବାରଦିନ ଭୁବନେଶ୍ବର ବ୍ଲକଅନ୍ତର୍ଗତ କଲ୍ୟାଣପୁରପଞ୍ଚାୟତ ଗ୍ରସ୍ତକରି ହେଉଥିବା ସରକାରୀଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେôଖଥିଲେ। ଦୀର୍ଘଦିନଧରି ଏହି ପଞ୍ଚାୟତର ବେଣାଗାଡିଆଗ୍ରାମରେ ପାଣିସମସ୍ୟା ଲାଗିରହିଥିଲା।ନିର୍ବାଚନ ପରେ ନୂତନ ସରପଞ୍ଚ ଦେବରାଜଭୋଇ ଦାୟିତ୍ବ ନେବାପରେ ପ୍ରଥମେ ବେଣାଗାଡିଆ ଗ୍ରାମରେ ଲାଗିରହିଥିବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ପାଣି ପାଇପ୍ କାର୍ଯ୍ୟ ଆରମ୍ଭ କରିଥିଲେ।ବିଧାୟକଙ୍କ ଗସ୍ତ ସମୟରେ ସରପଞ୍ଚ ଦେବରାଜ ଭୋଇ ,ସମିତିସଭ୍ୟ ଭୁବନମୋହନଦାସ,ଓ୍ବାର୍ଡସଭ୍ୟଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତିଥିଲେ।

ଟ୍ୟୁସନ ଯାଇ ଆଉ ଫେରିଲେନି ଅମ୍ରିତା

ଭୁବନେଶ୍ୱର,୪/୯(ଏସଏସନିଉଜ) ମଙ୍ଗଳପୁର ଥାନା ଅର୍ନ୍ତଗତ ନନ୍ଦପୁର ଛକ ନିକଟସ୍ଥ ଏକ ପୋଖରୀରୁ ଅମ୍ରିତାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗତକାଲି ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲେ ।ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବାପରେ ନନ୍ଦପୁର ଛକ ନିକଟସ୍ଥ ଏକ ପୋଖରୀ କୂଳରୁ ତାଙ୍କ ବ୍ୟାଗ୍ ମିଳିଥିଲା। ଏହା ପରେ ପୋଖରୀରେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲାାଏହି ଘଟଣା ପରେ ମୃତକଙ୍କ ପରିବାର ପକ୍ଷରୁ ମଙ୍ଗଳପୁର ଥାନାରେ ଅମ୍ରିତାଙ୍କୁ ହତ୍ୟା କରାଯାଇଛି […]

ଫରେଷ୍ଟର ନିଲମ୍ବିତ

କାମାକ୍ଷାନଗର,୪/୯(ଏସଏସନିଉଜ)ହାତୀ ମୃତ୍ୟୁ ଘଟଣାରେ ଦଦରାଘାଟି ଫରେଷ୍ଟର ସରୋଜ କୁମାର ବେହେରା ନିଲମ୍ବିତ ହୋଇଛନ୍ତି । ଫରେଷ୍ଟଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ୍‌ଙ୍କୁ ନିଲମ୍ବନ କଲେ ଢେଙ୍କାନାଳ ଡିଏଫଓ । କାର‌୍ୟ୍ୟରେ ଅବହେଳା ଅଭିଯୋଗରେ ଡିଏଫଓ ନିଲମ୍ବନ କରିଥିବା ସୂଚନାମିଳିଛି । ଖେସୋରା ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିଲା ।  

ଗିରଫ ହେଲେ ସ୍ୱାମୀ

ମାଲକାନଗିରି, ୪/୯(ଏସଏସନିଉଜ) ପତ୍ନୀର କିଡ୍‌ନୀ ବିକ୍ରି ଅଭିଯୋଗ ମାମଲାରେ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁକୁ ଗିରଫ କଲା ପୁଲିସ୍ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୨୦୧୮ ମସିହାରେ କିଡ୍‌ନୀ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା ।

ଆଜିର ରାଶିଫଳ

ଦୁର୍ବାଷ୍ଟମୀ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୪ ତାରିଖ (ରବିବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଅଷ୍ଟମୀ ଦିବା ଘ୧୦/୨୫ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୪୬ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୬/୨୯ ,ମେଷ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର , ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ନଡ଼ିଆ ଦିବା ଘ୧୦/୨୫ ଗତେ ଲାଉ ଭକ୍ଷଣ ନିଷେଧ ।  ମେଷ-ବନ୍ଧୁଙ୍କସାହାଯ୍ୟରେ ଉପକୃତ ହେବେ । ସାମାଜିକସ୍ତରରେ ପ୍ରଶଂସିତ ହେବେ । ନୂତନଉଦ୍ୟୋଗରେ ପଇସା ଖଟେଇବେ । […]

ଦବଙ୍ଗ କଲେକ୍ଟର!

ରାୟଗଡା,୩/୯(ଏସଏସନିଉଜ)ରାୟଗଡାର ଦବଙ୍ଗ କଲେକ୍ଟର ହେଉଛନ୍ତି ସ୍ୱଦ୍ଧାଦେବ ସିଂ ।ଗତକିଛିଦିନ ହେବ କାଶିପୁର ତହସିଲ କାର୍ଯ୍ୟାଳୟରେ କର୍ମଚରୀମାନେ ଅନୁପସ୍ଥିତ ରହିବା, ।ଜମି ଚିହ୍ନଟ ଓ ପଟ୍ଟାପ୍ରଦାନରେ ଅବହେଳା ଆଦି ଅଭିଯୋଗମାନ ଜିଲ୍ଲାପାଳଙ୍କ ପାଖରେ ସ୍ଥାନୀୟ ଲୋକମାନେ କରିଥିଲେ ।ସ୍ଥାନୀୟ ଲୋକମାନେ ସଦରମହକୁମାକୁ ଆସି ବିଭାଗୀୟ ଅଧିକାରୀମାନଙ୍କୁ ନପାଇ ନିରାଶରେ ହଇରାଣ ହୋଇ ଫେରୁଥିଲେ ।ଏହି ଅଭିଯୋଗ ପାଇବାପରେ ଜିଲ୍ଲାପାଳ ନିଜେ ପକୃତଘଟଣା ଜାଣିବାପାଇଁ ଅନୁଧ୍ୟାନ କରିବାକୁ ଆସିଥିଲେ ।ଏହାପରେ ଆକ୍ସନ ମୋଡରେ ଥିବା ଦବଙ୍ଗ ଜିଲ୍ଲାପାଳ କାଶିପୁର ତହସିଲଦାର […]

ବାୟୁସେନା କରିବ ସୂର୍ଯ୍ୟକିରଣ ସୋ

ଭୁବନେଶ୍ୱର,୩/୯(ଏସଏସନିଉଜ)ବାୟୁସେନା ପକ୍ଷରୁ ଓଡ଼ିଶାରେ ହେବ ସୂର୍ଯ୍ୟକିରଣ ସୋ ।୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ସୋ ।୧୮ ତାରିଖରେ ପୁରୀରେ ରାଜଭବନ ଉପରେ ସୋ ହେବାନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଦେଇଛନ୍ତି ।

ଆଠଗଡ଼ ଶିଳ୍ପାଞ୍ଚଳ ଗ୍ରସ୍ତ କରିବେ ପ୍ରତିନିଧି ଦଳ

ଭୁବନେଶ୍ୱର,୩/୯(ଏସଏସ ନିଉଜ) ଖଣିଖନନ ଓ ଶିଳ୍ପାଞ୍ଚଳ ନାଁରେ ହେଉଥିବା ପ୍ରଦୂଷଣକୁ ନେଇ ଲୋହିଆ ଏକାଡେମୀରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ ପରିବେଶ ବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ସଭାରେ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତି ନିଧିମାନେ ଯୋଗଦେଇ ଖଣିଖନନ ଓ ଶିଳ୍ପାଞ୍ଚଳ ନାଁରେ ଯେପରି ପ୍ରଦୂଷଣ ହେଉଛି, ଏହାଦ୍ୱାରା ସାଧାରଣ ଜନ ଜୀବନ ଯେପରି ଅସ୍ତବ୍ୟସ୍ତ ହେଉଛି ସେ ସମ୍ପର୍କରେ ନିଜ ନିଜ ମତବ୍ୟକ୍ତ କରିଥିଲେ।ଏହି ବୈଠକରେ ଆଠଗଡ଼ ଅଞ୍ଚଳରେ ଗଢ଼ିଉଠିଥିବା […]

ଲୁଟିନେଲେ ୧୦ଲକ୍ଷ

ବ୍ରହ୍ମଗିରି,୩/୯(ଏସ ଏସ ନିଉଜ)ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ବ୍ରହ୍ମଗିରି ସବ୍ ରେଜିଷ୍ଟ୍ରାର ଅଫିସ୍ ଆଗରୁ ଲୁଟିଲେ ୨ ଦୁର୍ବୃତ୍ତ।ଲୁଟ୍‌ର ଶିକାର ଯୁବକ ଜଣକ ପୋଲିସ କର୍ମଚାରୀ ସୂଚନା ମିଳିଛି।ବ୍ରହ୍ମଗିରି ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି।