Browsing monthly archive

September 2022

ବିଷାକ୍ତଖାଦ୍ୟ ନେଲା ଜୀବନ

ନରସିଂହପୁର,୩/୯(ଏସଏସ ନିଉଜ) ବିଷାକ୍ତ ଖାଦ୍ୟ ଖାଇ ପରିବାରର ୨ଜଣ ମୃତୁବରଣ କରିଛନ୍ତି।ସ୍ୱାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ବଡ଼ମ୍ବା ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁରେ ଏହି ଅଘଟଣ ଘଟିଛି।ବାସି ଖାଦ୍ୟ ଖାଇବା ପରେ ଏଭଳି ଘଟିଥିବା ସୂଚନା ମିଳିଛି।

ବିଶ୍ୱଅର୍ଥନୀତିରେ ପଞ୍ଚମ ସ୍ଥାନରେ ଭାରତ

ଭୁବନେଶ୍ୱର,୩/୯(ଏସଏସନିଉଜ) କରୋନା ସଂକ୍ରାମଣ ହ୍ରାସପାଇବାପରେ ଧୀରେ ଧୀରେ ଭାରତୀୟ ଅର୍ଥନୀତିରେ ସୁଧାର ଆସୁଛି । ଏବେ ଆମେରିକା ବିଶ୍ୱର ସବୁଠୁ ବଡ଼ ଅର୍ଥନୀତି ।ଆମେରିକା ପଛକୁ ଚୀନ, ଜାପାନ, ଜର୍ମାନୀ ଅଛନ୍ତି । ଭାରତ ପଞ୍ଚମ ଓ ବ୍ରିଟେନ ଷଷ୍ଠ ସ୍ଥାନରେ ଅଛନ୍ତି ।.ବିଶ୍ୱ ଅର୍ଥନୀତିରେ ବ୍ରିଟେକୁ ପଛରେ ପକାଇଲା ଭାରତ । ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତ । ୧୦ ବର୍ଷ ପୂର୍ବରୁ ଏକାଦଶ ସ୍ଥାନରେ ଥିଲା ଭାରତ ।  

ଜଳିଗଲା୨ବଖରା ଘର

ଢେଙ୍କାନାଳ, ୩/୯(ଏସଏସନିଉଜ)ଡାଉଁଶନାଳୀ ଗାଁରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳିଯାଇଛି ୨ ବଖରା ଘର । ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୪ ଜଣ ସଦସ୍ୟ ।ଏହି ଅଗ୍ନିକାଣ୍ଡରେ ୧୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ମଶା ପାଇଁ ଧୂଆଁ ଦିଆଯାଇଥିବା ଜାଳରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଆଜିଠୁ ସୁପର-୪ ମୁକାବିଲା

ଭୁବନେଶ୍ୱର,୩/୯(ଏସଏସନିଉଜ)ଏସିଆ କପ୍‌ରେ ଆଜିଠୁ ସୁପର-୪ ମୁକାବିଲାହେବ । ସୁପର-୪ରେ ଅଛନ୍ତି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ପାକିସ୍ତାନ ।ସୁପର-୪ରେ ହେବ ମୋଟ ୬ଟି ମ୍ୟାଚ୍ । ସମସ୍ତଙ୍କ ସହ ମ୍ୟାଚ୍ ଖେଳିବେ ୪ଟି ଯାକ ଟିମ୍ । ଟପ୍‌-୨ରେ ଥିବା ଟିମ୍ ଫାଇନାଲକୁ ଯିବେ ।

ବିଦ୍ୟୁତ ତାର ଲାଗି ହାତୀ ମୃତ

ଢେଙ୍କାନାଳ, ୩/୯(ଏସଏସନିଉଜ) ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଛି ।ହିନ୍ଦୋଳ ଫରେଷ୍ଟରେଞ୍ଜ ବାଘଘରି‌ଆଗାଁ ନିକଟ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି ।ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ।ପାଖରେ ଏକ ବାର୍‌ହା ବି ମରି ପଡ଼ିଥିବା ସୂଚନା ମିଳିଛି ।

ମାରି ରେଳଧାରଣାରେ ଫିଙ୍ଗିଦେଲେ !

ଢେଙ୍କାନାଳ, ୩/୯(ଏସଏସନିଉଜ) ଶ୍ୟାମାଚରଣପୁର ଷ୍ଟେସନ ନିକଟ ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଗଁଦିଆଥାନା ଠାକୁରପାଳଗାଁର ହୋଇଥିବାବେଳେହତ୍ୟା ଅଭିଯୋଗ ଆଣିବାସହ ମାରି ରେଳଧାରଣାରେ ଫିଙ୍ଗିଦେଇଥିବାର ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।ଖବରପାଇ ଘଟଣାସ୍ଥଳରେ ରେଲେଓ୍ୱ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।  

ଅଭିଯୋଗ କଲେ ଅନ୍ତେବାସୀ

ମାଲକାନଗିରି,୩/୯(ଏସଏସନିଉଜ) ମାରିବାଡ଼ା ସେବାଶ୍ରମ ସ୍କୁଲରୁ ଚାଉଳ ବାଟମାରଣ ଅଭିଯୋଗ ଆଣିଲେ ସଂପୃକ୍ତ ସ୍କୁଲର ୨୦ ଅନ୍ତେବାସୀ ।ସେବାଶ୍ରମ ସ୍କୁଲର ୨୦ ଅନ୍ତେବାସୀ ମାଲକାନଗିରି ଆସି ଅଭିଯୋଗ କରିଛନ୍ତି ।ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଥିବାର ଜଣାପଡିଛି ।

ନନ୍ଦନକାନନରେ ଅଳିଆଗାଡିକୁ ପିଟିଲା ବେଟାରୀଗାଡି

ବାରଙ୍ଗ,୨/୯(ଏସଏସନିଉଜ)ବିବାଦ ନନ୍ଦନକାନନର ପିଛା ଛାଡୁନଥିବାବେଳେ ଶୁକ୍ରବାରଦିନ ଆଉ ଏକ ବିବାଦରେ ନନ୍ଦନକାନନ ଛନ୍ଦି ହୋଇଛି ।ବେଟାରୀଚାଳିତ ଗାଡି ଓ ଅଳିଆଗାଡି ମଧ୍ୟରେ ଧକ୍କାହୋଇଛି ।ନନ୍ଦନକାନନରେ ଚାଲୁଥିବା ବେଟାରୀ ଚାଳିତ ଗାଡିଚାଳକଙ୍କ ବେପରୁୱା ଗାଡିଚାଳନା ଯୋଗୁ ସୈାଭାଗ୍ୟବଶତ ପର୍ଯ୍ୟଟକ ମାନେ ନିଶ୍ଚିତ ଦୁର୍ଘଟଣାରୁ ବଂଚିଯାଇଛନ୍ତି ଓ ନନ୍ଦନକାନନକୁ ଏକ ବଡ ବିପଦରୁ ମୁକ୍ତି ମିଳିଛି ।ଏହିଭଳି ବହୁ ଘଟଣାମାନ ନନ୍ଦନକାନନରେ ଘଟୁଥିଲେ ମଧ୍ୟ ମୁଖିଆମାନେ ଆଖିବୁଜିନ୍ଥେôବାର ଦେଖିବାକୁ ମିଳିଛି । ଦ୍ରୁତଗତିରେ ଯାଇ ବେଟାରୀଚାଳିତ ଗାଡିଟିି ଅଳିଆବୋଝେଇ ଗାଡିର […]

ଅଚାନକ ଆସିଲେ ବିଡିଓ

ବାରଙ୍ଗ,୨/୯(ଏସଏସନିଉଜ)ଅଚାନକ ବିଡିଓ ଆସି ପଂଚାୟତ କାର୍ଯ୍ୟାଳୟରେ ପହଁଚିଯାଇଥିଲେ ।କାଗଜପତ୍ର ଯାଂଚ କରିଥିଲେ ।ଆଉ ଯାହା ଦେଖିଲେ ସେଥିରେ ବିତୃଷ୍ନା ହୋଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ । ଏମିତି ଏକ ଘଟଣା ଶୁକ୍ରବାରଦିନ ଘଟିଥିଲା । ଭୁବନେଶ୍ବରବ୍ଲକ ବିଡିଓ ସମ୍ପଦଦଳେଇ ହଠାତ ଦାଢା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ କାର୍ଯ୍ୟଶୈଳୀର ସମୀକ୍ଷା କରିଥିଲେ ।ଏହାସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀଙ୍କ କାର୍ଯ୍ୟକୁନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।ପଞ୍ଚାୟତନିର୍ବାଚନ ପରେ ନୂତନସରପଞ୍ଚ ଦାୟିତ୍ବ ନେଇସାରିଥିବାବେଳେ ଏପର୍ଯ୍ୟନ୍ତ ପଞ୍ଚାୟତର କୈାଣସି ଉନ୍ନତିମୂଳକକାର୍ଯ୍ୟ ହୋଇନଥିବା ନେଇ […]

ଚୁଟୁକିରେ ଭଲ ହେବ ରୁପି ସମସ୍ୟା

କେଶପାଇଁ ବାଦାମତେଲ ଅତ୍ୟନ୍ତ ଲାଭଦାୟକ। ଏଥିରେ ଭିଟାମିନ୍ ଇ, ପ୍ରୋଟିନ୍ ଏବଂ ଫୋଲିକ୍ ଏସିଡ୍ ଥାଏ ,ଯାହା କେଶକୁ ଚମକାଇଥାଏ। ଯଦି କେଶକୁ ବାଦାମତେଲରେ ମାଲିସ୍ କରାଯାଏ, ତେବେ ରୂପି ଭଳି କେଶସମସ୍ୟାକୁ ଦୂର କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ବାଦାମତେଲରେ କିଛି ଜିନିଷ ମିଶାଇବାକୁ ପଡିବ। ଲେମ୍ବୁରସ:- ବାଦାମତେଲ ସହିତ ଲେମ୍ବୁରସ ମିଶାଇ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟାକୁ ଦୂର କରିହେବ। ଏଥିଲାଗି ଆପଣ ଏକପାତ୍ରରେ ବାଦାମତେଲ ସହିତ ଅଳ୍ପ ବୁନ୍ଦା ଲେମ୍ବୁରସ ମିଶାଇ କେଶରେ […]