ଆଠଗଡ଼ ଶିଳ୍ପାଞ୍ଚଳ ଗ୍ରସ୍ତ କରିବେ ପ୍ରତିନିଧି ଦଳ

ଭୁବନେଶ୍ୱର,୩/୯(ଏସଏସ ନିଉଜ) ଖଣିଖନନ ଓ ଶିଳ୍ପାଞ୍ଚଳ ନାଁରେ ହେଉଥିବା ପ୍ରଦୂଷଣକୁ ନେଇ ଲୋହିଆ ଏକାଡେମୀରେ
ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ ପରିବେଶ ବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ସଭାରେ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତି ନିଧିମାନେ ଯୋଗଦେଇ ଖଣିଖନନ ଓ ଶିଳ୍ପାଞ୍ଚଳ ନାଁରେ ଯେପରି ପ୍ରଦୂଷଣ ହେଉଛି, ଏହାଦ୍ୱାରା ସାଧାରଣ ଜନ ଜୀବନ ଯେପରି ଅସ୍ତବ୍ୟସ୍ତ ହେଉଛି ସେ ସମ୍ପର୍କରେ ନିଜ ନିଜ ମତବ୍ୟକ୍ତ କରିଥିଲେ।ଏହି ବୈଠକରେ ଆଠଗଡ଼ ଅଞ୍ଚଳରେ ଗଢ଼ିଉଠିଥିବା ଘରୋଇ ଶିଳ୍ପ କଳକାରଖାନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଠାରେ ଥିବା ଶିଳ୍ପ କାରଖାନା ଯେପରି ଭାବରେ ଜଳ,ଜଙ୍ଗଲ,ଚାଷଜମି ଓ ବାୟୁ ପ୍ରଦୂଷଣ କରୁଛି, ଏହାଦ୍ୱାରା ସ୍ଥାନୀୟ ଅଧିବାସୀ ମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଆରତୀ ଷ୍ଟିଲ, ଶ୍ରୀସିମେଣ୍ଟ, ଜେକେଲକ୍ଷ୍ମୀ ସିମେଣ୍ଟ ଓ ଅଲଟ୍ରାଟେକ୍ ସିମେଣ୍ଟ ପ୍ରଭୃତି କାରଖାନାର କର୍ତ୍ତୃପକ୍ଷମାନେ ପରିବେଶ ଆଇନ, ଜଙ୍ଗଲ ଆଇନ, ଜଳଆଇନ, ବାୟୁ ଆଇନ ଖୋଲାଖୋଲି ଉଲଂଘନ କରୁଥିବାର ଏଠାରୁ ଯାଇଥିବା ପ୍ରତିନିଧିମାନେ ସେମାନଙ୍କ ମତଦାନ ସମୟରେ ଏହିଭଳି ଅଭିଯୋଗ ଉଠାଇଥିଲେ।ଏହି ଶିଳ୍ପାନୁଷ୍ଠାନମାନେ ସରକାରୀ ଅଧିକାରୀଙ୍କୁ ହାତରେ ରଖି ଏପରି କରୁଥିବାର ସ୍ଥାନୀୟ ନେତା ସୁନିଲ ସୁତାର ଓ ଅମର ରାଉତ ଉପସ୍ଥାପନ କରିଥିଲେ।ଶେଷରେ ବିଶିଷ୍ଟ ଆଇନଜୀବୀ ରିତ୍ୱିକଦତ୍ତଙ୍କ ସହ ଦିଲ୍ଲୀ ଓ କଲିକତାରୁ ଆସିଥିବା ପରି ବେଶବିତମାନେ ଉକ୍ତ ଅଞ୍ଚଳକୁ ଗସ୍ତକରି ଗ୍ରୀନ ଟ୍ରିବୁନାଲରେ ମକଦ୍ଦମା କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

Comments (0)
Add Comment