ଦବଙ୍ଗ କଲେକ୍ଟର!

ରାୟଗଡା,୩/୯(ଏସଏସନିଉଜ)ରାୟଗଡାର ଦବଙ୍ଗ କଲେକ୍ଟର ହେଉଛନ୍ତି ସ୍ୱଦ୍ଧାଦେବ ସିଂ ।ଗତକିଛିଦିନ ହେବ କାଶିପୁର ତହସିଲ କାର୍ଯ୍ୟାଳୟରେ କର୍ମଚରୀମାନେ ଅନୁପସ୍ଥିତ ରହିବା, ।ଜମି ଚିହ୍ନଟ ଓ ପଟ୍ଟାପ୍ରଦାନରେ ଅବହେଳା ଆଦି ଅଭିଯୋଗମାନ ଜିଲ୍ଲାପାଳଙ୍କ ପାଖରେ ସ୍ଥାନୀୟ ଲୋକମାନେ କରିଥିଲେ ।ସ୍ଥାନୀୟ ଲୋକମାନେ ସଦରମହକୁମାକୁ ଆସି ବିଭାଗୀୟ ଅଧିକାରୀମାନଙ୍କୁ ନପାଇ ନିରାଶରେ ହଇରାଣ ହୋଇ ଫେରୁଥିଲେ ।ଏହି ଅଭିଯୋଗ ପାଇବାପରେ ଜିଲ୍ଲାପାଳ ନିଜେ ପକୃତଘଟଣା ଜାଣିବାପାଇଁ ଅନୁଧ୍ୟାନ କରିବାକୁ ଆସିଥିଲେ ।ଏହାପରେ ଆକ୍ସନ ମୋଡରେ ଥିବା ଦବଙ୍ଗ ଜିଲ୍ଲାପାଳ କାଶିପୁର ତହସିଲଦାର ଶରତଶବରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଦରମା ବନ୍ଦ କରି ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛନ୍ତି ।

Comments (0)
Add Comment