ଟ୍ୟୁସନ ଯାଇ ଆଉ ଫେରିଲେନି ଅମ୍ରିତା

ଭୁବନେଶ୍ୱର,୪/୯(ଏସଏସନିଉଜ) ମଙ୍ଗଳପୁର ଥାନା ଅର୍ନ୍ତଗତ ନନ୍ଦପୁର ଛକ ନିକଟସ୍ଥ ଏକ ପୋଖରୀରୁ ଅମ୍ରିତାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗତକାଲି ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲେ ।ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବାପରେ ନନ୍ଦପୁର ଛକ ନିକଟସ୍ଥ ଏକ ପୋଖରୀ କୂଳରୁ ତାଙ୍କ ବ୍ୟାଗ୍ ମିଳିଥିଲା। ଏହା ପରେ ପୋଖରୀରେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲାାଏହି ଘଟଣା ପରେ ମୃତକଙ୍କ ପରିବାର ପକ୍ଷରୁ ମଙ୍ଗଳପୁର ଥାନାରେ ଅମ୍ରିତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି । ୨ ତାରିଖରେ ଟ୍ୟୁସନ ଯିବା ବାଟରେ ଅମ୍ରିତାଙ୍କୁ କିଛି ପିଲା କମେଣ୍ଟ ମାରିବାସହ ଝଗଡ଼ା କରିଥିଲେ। ଏହା ପରେ ସେମାନେ ପ୍ରତିଶୋଧ ନେବେ ବୋଲି ଅମ୍ରିତାଙ୍କୁ ଧମକ ଦେଇଥିଲେ। ତେଣୁ ଅମ୍ରିତାଙ୍କ ମୃତ୍ୟୁ ପଛରେ କମେଣ୍ଟ ମାରିଥିବା ଉକ୍ତ ଯୁବକମାନଙ୍କ ହାତ ରହିଥିବାର ପରିବାର ଲୋକ ସନ୍ଦେହ କରିଥିବାର ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ଅଭିଯୋଗ ପାଇବାପରେ ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment