Browsing monthly archive

October 2022

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୧୯ ତାରିଖ (ବୁଧବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ନବମୀ ଦିବା ଘ୧/୫୮ ପର୍ୟ୍ଯନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୬/୨୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୧୭/୩୬ ,କର୍କଟ ରାଶି ର ଘାତବାର ,ନବମୀର ଏକୋଦିଷ୍ଟ ଶ୍ରାଦ୍ଧ,ଲାଉ ଦିବା ଘ୧/୫୮ ଗତେ କଳମ ଶାଗ ଭକ୍ଷଣ ନିଷେଧ । ମେଷ-ସାରାଦିନ କାର୍ଯ୍ୟରତରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ […]

୨୨ପରେ ବାତ୍ୟା !

ଭୁବନେଶ୍ୱର,୧୮/୧୦(ଏସଏସ ନିଉଜ)ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା।୨୨ ତାରିଖ ପରେ ଅବପାତଟି ବାତ୍ୟା ରୂପ ନେଇପାରେ।ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି ।ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ।ଏହା କେଉଁ ଦିଗରେ ଯିବ, ତୀବ୍ରତା କେତେ, ପୂର୍ବାନୁମାନ ହୋଇନି।ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ।୨୨ତାରିଖ ସକାଳୁ […]

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ୬ମୃତ

ଭୁବନେଶ୍ୱର,୧୮/୧୦(ଏସଏସ ନିଉଜ)ଉତ୍ତରାଖଣ୍ଡରେ ହେଲିକର ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ୬ଜଣ ମୃତୁ ବରଣ କରିଛନ୍ତି।ଦୁର୍ଘଟଣାରେ୨ ପାଇଲଟ ଓ ୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି।କେଦାରନାଥ ନିକଟ ଲିଞ୍ଚୋଲି ଠାରେ ଦୁର୍ଘଟଣାଗ୍ରସ୍ତ ।ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଘଟଣାସ୍ଥଳରେ ପୋଲିସ ଓ ଏସ୍‌ଡିଆରଏଫ୍ ଟିମ୍ ।

ରେଳଧାରଣାରେ ପଡିଛି ମୃତଦେହ

ସମ୍ବଲପୁର,୧୮/୧୦(ଏସଏସ ନିଉଜ) ସିଟିଷ୍ଟେସନ ନିକଟ ଟକବାରୋଡ ରେଳଧାରଣାରୁ ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷୀରୋଦ ନାଥଙ୍କ ମୃତଦେହ ଉଦ୍ଧାର,ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ପୁଲିସ, ସହକର୍ମୀଙ୍କୁ ଦାୟୀ କରି ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ ରହିଛି।

କୋଟିଏଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର,୧୮/୧୦(ଏସଏସ ନିଉଜ) ବାଲେଶ୍ୱରରେଳ ଷ୍ଟେସନ ନିକଟରୁ ୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଛି।କ୍ରାଇମବ୍ରାଞ୍ଚ STF ଓ ବାଲେଶ୍ୱର ପୋଲିସର ମିଳିତ ଚଢ଼ାଉରେ ଜବତ।ବାଲେଶ୍ୱର ଅଞ୍ଚଳର ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବିଲି ଜଣାପଡ଼ିଛି।

ଗଛରେ ଝୁଲୁଛି ଶବ

ଭୁବନେଶ୍ୱର,୧୮/୧୦(ଏସଏସ ନିଉଜ)ରାଜଧାନୀର ମେ ଫେୟାର ହୋଟେଲ ଛକ ପାଖରେ ଥିବା ଗୋଟିଏ ଗଛରେ ଜଣେ ଯୁବକର ଝୁଲନ୍ତା ଶବ ଦେଖିବାକୁ ମିଳିଛି। ପାଖରେ ଥିବା ପାଚେରୀ ଉପରେ ଚପଲ, ଗୋଟେ ପ୍ୟାଣ୍ଟ, ସାର୍ଟ, ଗାମୁଛା ଓ ଏକ ସାଲ ରହିଛି। ମୃତ ବ୍ୟକ୍ତିର ପରିଚୟ ମିଳିନାହିଁ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଆଜିଠୁ ସ୍ପେଶାଲ ଡ୍ରାଇଭ୍

ଭୁବନେଶ୍ୱର,୧୮/୧୦(ଏସଏସ ନିଉଜ)ଆଜିଠୁ ୨୧ତାରିଖଯାଏଁ ଜୋରଦାର ଧରପଗଡ଼ ।ସାରା ରାଜ୍ୟରେ ସ୍ପେଶାଲ ଡ୍ରାଇଭ୍ ।ସକାଳ ୯ରୁ ଅପରାହ୍ନ ୨, ଅପରାହ୍ନ ୩ରୁ ସଂଧ୍ୟା ୬ଟା ଯାଏଁ କଡ଼ା ଚେକିଂ।ଲାଇସେନ୍ସ ନଥିଲେ ଗାଡ଼ି ଜବତ, ବସହେଲମେଟ୍ ନଥିଲେ ୩ ମାସ ପାଇଁ ଡିଏଲ୍ କ୍ୟାନସେଲ୍ ।

ଟ୍ରାଫିକ୍ ହାବିଲଦାରଙ୍କୁ ନୋଟିସ୍

କଟକ,୧୮/୧୦(ଏସ ଏସ ନିଉଜ) ବାଇକରେ ବାନ୍ଧି ୨ କିମି ଯାଏଁ ଯୁବକଙ୍କୁ ଦୌଡ଼ାଇବା ଘଟଣାରେ ଚଣ୍ଡୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍ ହାବିଲଦାରଙ୍କୁ ନୋଟିସ୍ ଜାରି କରିଛି କମିସିନେରେଟ ପୋଲିସ । ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ଦାଖଲ ଲାଗି ନୋଟିସ୍ ରେ କୁହାଯାଇଛି।ବିଚ୍ ରାସ୍ତାରେ ବର୍ବରକାଣ୍ଡ ।ବିଚ୍‌ ରାସ୍ତାରେ ଯୁବକଙ୍କ ହାତବାନ୍ଧି ୨ କି.ମି. ଦୌଡ଼ାଇଲେ ।ଗତକାଲି ଏହି ଭିଡିଓ ଭାଇରାଲ ହୋଇଥିଲା।

କାର୍ ଉପରକୁ ବୋମାମାଡ଼

କାମାକ୍ଷାନଗର,୧୮/୧୦(ଏସ ଏସ ନିଉଜ)ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ କାରକୁ ବୋମାମାଡ଼ ହୋଇଛି।ମଢ଼ିସାହି ଘର ଆଗରେ ଥିବା କାର୍ ଉପରକୁ ବୋମାମାଡ଼ କରାଯାଇଛି।ବିଳମ୍ବିତ ରାତିରେ ବାଇକରେ ଆସି ବୋମା ଫିଙ୍ଗିଲେ ୨ ଦୁର୍ବୃତ୍ତ ୩ଟି ବୋମାମାଡ଼ ହୋଇଛି । ନିକଟରେ ଆଉ ୨ଟି ଅଫୁଟା ବୋମା ପଡ଼ିରହିଛି ।

ବେଆଇନ ବାଲି ଚୋରିକରି ଧରାପଡିଲେ

ବାରଙ୍ଗ,୧୬/୧୦(ଏସଏସ ନିଉଜ)ଭୁବନେଶ୍ୱର ତହସିଲ ଅନ୍ତର୍ଗତ କଲ୍ୟାଣପୁର ବାଲିଘାଟରୁ ବେଆଇନ ଭାବେ ବାଲି ଉଠାଇବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।ଏଥିସହ ଏଥିରେ ବ୍ୟବହୃତ ବାଲି ଭର୍ତି ଟ୍ରାକ୍ଟରକୁ ଜବତ କରିଛି।ଗିରଫ ଅଭିଯୁକ୍ତ ହେଉଛନ୍ତି କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଚରାମାଳ ଗ୍ରାମର ଜିତୁ ପୁର୍ତି(୨୪)।ପ୍ରକାଶ ଯେ କଲ୍ୟାଣପୁର ବାଲିଘାଟରୁ ବିଗତ ଦିନରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଭୁବନେଶ୍ବର ତହସିଲଦାର ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ଏହି […]