ବେଆଇନ ବାଲି ଚୋରିକରି ଧରାପଡିଲେ

ବାରଙ୍ଗ,୧୬/୧୦(ଏସଏସ ନିଉଜ)ଭୁବନେଶ୍ୱର ତହସିଲ ଅନ୍ତର୍ଗତ କଲ୍ୟାଣପୁର ବାଲିଘାଟରୁ ବେଆଇନ ଭାବେ ବାଲି ଉଠାଇବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।ଏଥିସହ ଏଥିରେ ବ୍ୟବହୃତ ବାଲି ଭର୍ତି ଟ୍ରାକ୍ଟରକୁ ଜବତ କରିଛି।ଗିରଫ ଅଭିଯୁକ୍ତ ହେଉଛନ୍ତି କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଚରାମାଳ ଗ୍ରାମର ଜିତୁ ପୁର୍ତି(୨୪)।ପ୍ରକାଶ ଯେ କଲ୍ୟାଣପୁର ବାଲିଘାଟରୁ ବିଗତ ଦିନରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଭୁବନେଶ୍ବର ତହସିଲଦାର ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଶନିବାର ସେଠାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର (ଓଡ଼ି-୦୫-ଏଜେଡ-୧୯୮୮)କୁ ଜବତ କରିବା ସହ ଟ୍ରାକ୍ଟର ଚାଳକ ଜିତୁକୁ ଗିରଫ କରିଥିଲେ।ଏନେଇ କେସ ନଂ ୧୪୮/୨୨ ରେ ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବିଶ୍ବରଞ୍ଜନ ନାୟକ ସୂଚନା ଦେଇଛନ୍ତି।(ଗୌତମ ରାଉତଙ୍କ ରିପୋର୍ଟ)

Comments (0)
Add Comment