Browsing yearly archive

2022

ଭେଣ୍ଟିଲେଟରରେ ଲତା ମଙ୍ଗେଶକର

ଭୁବନେଶ୍ୱର,୫/୨(ଏସଏସନିଉଜ) ପୁଣି ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଛି । କରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଜାନୁଆରୀ ୮ ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥାବସ୍ଥାରେ ସୁଧାର ଆସିବାରୁ ସ୍ୱତନ୍ତ୍ର ୱାର୍ଡକୁ ଆସିଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ିବାରୁ ତାଙ୍କୁ ପୁନର୍ବାର ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି ।  

ଭୁବନେଶ୍ୱରରୁ ଗିରଫ ହେଲେ ୩ ମୋଷ୍ଟୱାଣ୍ଟେଡ

ଭୁବନେଶ୍ୱର,୫/୨(ଏସଏସନିଉଜ)ପୁନେର ଏକ ସଫ୍ଟୱେର କମ୍ପାନିରେ ଚାକିରି କରାଇ ଦେବା କହି ଲୋକଙ୍କଠାରୁ ୨୦ଲକ୍ଷଟଙ୍କା ଠକିଥିବା ୩ଜଣ ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ସହାୟତାରେ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି ।ଏହି ୩ଜଣଙ୍କ ମଧ୍ୟରେ ୨ ଓଡ଼ିଆ ରହିଥିବାବେଳେ ୨୦୧୮ ମସିହାରୁ ବେଙ୍ଗାଲୁରୁ ପୁଲିସର ମୋଷ୍ଟୱାଣ୍ଟେଡ ତାଲିକାରେ ଏହି ତିନି ଅଭିଯୁକ୍ତ ଥିଲେ । ଚନ୍ଦ୍ରଶେଖରପୁର ଥାନା ପୁଲିସ ଏମାନଙ୍କୁ ଗିରଫ କରି ବେଙ୍ଗାଲୁରୁ ପୁଲିସରକୁ ହସ୍ତାନ୍ତର କରିଛନ୍ତି।  

ସାନଭାଇର କଟୁରୀ ଚୋଟରେ ବଡ ଭାଇର ମୃତ୍ୟୁ

ରାଜଗାଙ୍ଗପୁର, ୫/୨(ଏସଏସନିଉଜ) ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ ଜ୍ଞାନପାଲି ଗ୍ରାମରେ ସାନ ଭାଇର କଟୁରୀ ଚୋଟରେ ବଡ ଭାଇର ମୃତ୍ୟୁ ଭଳି ଅଭାବନୀୟ ଘଟଣା ଘଟିଛି।ପାରିବାରିକ କଳହ କାରଣରୁ ସାନ ଭାଇ ହିଲାରୁଷ ଲାକ୍ରାଙ୍କ କଟୁରୀ ଚୋଟରେ ବଡ଼ ଭାଇ ଫୁଲଜେମ୍ସ ଲାକ୍ରାଙ୍କ ମୃତ୍ୟୁ ହୋଇଛି ।ଏହାପରେ ହତ୍ୟାକାରୀ ସାନ ଭାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ରାଜଗାଙ୍ଗପୁର ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।  

ପୁଲିସ କବଜାରେ ଅର୍ଜୁନ

ରାଉରକେଲା,୫/୨(ଏସଏସନିଉଜ) ରାଉରକେଲା ଓ ନିକଟସ୍ଥ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ଡରାଇବା ସହିତ ଜୋର ଜବରଦସ୍ତ ବଟି ମାଗିବା ନେଇ ବେଶ ଚର୍ଚ୍ଚାରେ ରହିଥିବା ଦୁର୍ଦ୍ଦାନ୍ତ ପି.ଏଲ.ଏଫ.ଆଇ ଜୋନାଲ କମାଣ୍ଡର ଅର୍ଜୁନ ରାଣା ପେଲିସହାତରେ ଧରାପଡିଛି । ରାଉରକେଲା ପୋଲିସ ଆସାମରୁ ଅର୍ଜୁନକୁ ଗିରଫ କରିବାସହ ତା ନିକଟରୁ ଏକ ସେମି ଅଟୋମେଟିକ ବନ୍ଧୁକ ଓ ୫ଟି ଗୁଳି ମଧ୍ୟ ଜବତ କରିଛି । ଅର୍ଜୁନ ରାଣା ରାଉରକେଲା ଓ ସୁନ୍ଦରଗଡ଼ ପୁଲିସରର ମୋଷ୍ଟ ୱାଣ୍ଟେଡ […]

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଭବାନୀପାଟଣା,୫/୨(ଏସଏସନିଉଜ) ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ମଦନପୁର ରାମପୁର ଅଞ୍ଚଳରେ ଆଜି ପୂର୍ବାହ୍ନରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମାଓବାଦୀମାନେ ଡମକର୍ଲାଖୁଣ୍ଟା ମାଣିକେରା ମଧ୍ୟରେ ଜଙ୍ଗଲରେ ପୋଷ୍ଟର ଓ ବ୍ୟାନର ଲଗାଇଥିବାର ସୁଚନା ପାଇ ଖବର ସଂଗ୍ରହ ପାଇଁ ଯାଇଥିଲେ। ଅରଖକୁପା ଛକ ନିକଟ ଦୁଲେନ୍ ଗାଁ ଜଙ୍ଗଲକୁ ଯାଇ ଖବରସଂଗ୍ରହ କରୁଥିବା ବେଳେ ପୂର୍ବାହ୍ନ ୧୧ଟା ୩୦ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶଦ୍ଦ ଶୁଣି ଦୁଲେନ୍ ଗାଁର ଲୋକେ […]

୧୯ ଜଣଙ୍କୁ ବହିଷ୍କାର କଲେ ରାଜ୍ୟ ବିଜେପି

ଭୁବନେଶ୍ୱର,୫/୨(ଏସଏସନିଉଜ)ଦଳ ବିରୋଧୀ କାର୍ଯ୍ୟ  ପାଇଁ ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଓ ରାଜ୍ୟ ସଭାପତି ଙ୍କଅନୁମୋଦନ କ୍ରମେ ୧୯ ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରାଯାଇଥିବାନେଇ ବିଜେପି ପକ୍ଷରୁ କୁହାଯାଇଛି ।ସେମାନେ ହେଲେ ରାୟଗଡ଼ା ଜିଲ୍ଲାର ନକୁଳ ସେନାପତି, ମିନକେତନ ହିକକା, ପୁରୀ ଜିଲ୍ଲାର ରାମଚନ୍ଦ୍ର ବେହେରା, ସୁଶାନ୍ତ କୁମାର କାନୁନଗୋ, ବିଶ୍ୱଜିତ୍ ମହାନ୍ତି, ସୁଶ୍ରୀ ବିଜୟଲକ୍ଷ୍ମୀ ତ୍ରିପାଠୀ, ଶାନ୍ତନୁ ଦଳାଇ, ସୁଶ୍ରୀ ଶାନ୍ତିମୟୀ ଦଳାଇ, ବାଲେଶ୍ୱର ଜିଲ୍ଲାର ସୁଶ୍ରୀ ଶୃତିରେଖା ପାଣିଗ୍ରାହୀ, ସୁଶ୍ରୀ ଜୟନ୍ତୀ ଜେନା, ମଞ୍ଜୁଲତା […]

ଭୁଜାଲି ଦେଖାଇ ମାଛ ବ୍ୟବସାୟୀଙ୍କଠାରୁ ଲୁଟ୍‌

ଭୁବନେଶ୍ୱର,୫/୨(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ କଳ୍ପନା ଛକ ନିକଟରେ ୪ଜଣ ଦୁବୃର୍ତ୍ତ ଭୁଜାଲି ଦେଖାଇ ଦୁଇ ମାଛ ବ୍ୟବସାୟୀଙ୍କଠାରୁ ଲୁଟ୍ କରିଥିବାର ବରଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଲୁଟର ଶିକାର ହୋଇଛନ୍ତି ବାଳକାଟୀ ଅଞ୍ଚଳର ଦୁଇ ମାଛ ବ୍ୟବସାୟୀ ଅରୁଣ କୁମାର ବେହେରା ଓ ତ୍ରିଲୋଚନ ବେହେରା ।ଏହି ଦୁଇଜଣ ବ୍ୟବସାୟୀ ନିଜ ଓଡି-୦୨ ବିଜି- ୦୧୫୨ ନଂ  ସ୍କୁଟିଡିକିରେ ୪୫ହାଜର ଟଙ୍କା ରଖି ରଖି ୪ନମ୍ବର ମାଛ ମାର୍କେଟକୁ ଆସୁଥିଲେ ।ଆସୁଥିବା ବେଳେ ୪ଜଣ ଦୁର୍ବୁତ […]

ଭୂମିକମ୍ପରେ ଥରିଲା ରାଜଧାନୀ

ଭୁବନେଶ୍ୱର,୫/୨(ଏସଏସନିଉଜ) ଆଜି ଦିଲ୍ଲୀର ଏନସିଆରରେ ସକାଳ ୯ଟା ୪୫ ମିନିଟରେ ଏହି ଭୂମିକମ୍ପ ହୋଇଥିଲା । ପ୍ରାୟ ୧୫ରୁ ୨୦ ସେକେଣ୍ଡ ପାଇଁ ଦିଲ୍ଲୀ-ଏନସିଆରରେ ଲୋକମାନେ ଭୂମିକମ୍ପ ଅନୁଭବ କରିଥିବାବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିବା ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ । ସେହିଭଳିଭାବେ ଜାମ୍ମୁ-କାଶ୍ମୀର ଓ ହରିଆଣାରେ ମଧ୍ୟ ଭୂମିକମ୍ପ ହୋଇଛି ।

ବସ ମାଲିକଙ୍କ ଘରଉପରକୁ ବୋମାମାଡ

ସାକ୍ଷୀଗୋପାଳ, ,୪/୨(ଏସଏସନିଉଜ) ଆଜି ଭୋର ସମୟରେ ସତ୍ୟଵାଦୀ ଥାନା ଅନ୍ତର୍ଗତ ରାୟଖଣ୍ଡି ପଞ୍ଚାୟତର ଵିଲିପଡା ସାମିଲ ବଡେଇକେରା ଗ୍ରାମର ବସମାଲିକ ସୁବାଷ ଚନ୍ଦ୍ର ବରାଳଙ୍କ ଘର ଉପରକୁ ଦୁଇଟି ବୋମାମାଡ ହୋଇଛି । ସୁବାଷ ଚନ୍ଦ୍ର ବରାଳଙ୍କ ବସରେ କାର୍ଯ୍ୟକରୁଥିବା ବିଲିପଡ଼ା ଗ୍ରାମର ସଞ୍ଜୟ କୁମାର ସୁକାରୀଙ୍କୁ କୈାଣସି କାରଣରୁ ବାହାର କରିଦେଇଥିବାରୁ ସେ ଉତକ୍ଷିପ୍ତ ହୋଇ ଘରଉପରକୁ ବୋମାମାଡ କରିଥିବାର ସେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ସଞୟଙ୍କୁ ବାହାର କରିବାପରେ ସେ ବସମାଲିକଙ୍କୁ ଧମକ ଦେଇଆସୁଥିଲେ […]

ଜିଲ୍ଲା ପରିଷଦ ପାର୍ଥିନି ବବିତା ରାଉତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ

ବାରଙ୍ଗ,୪/୨(ଏସଏସନିଉଜ) ନିର୍ବାଚନ ତାରିଖ ଘୋଷଣା ପରେ ଗାଁ ରାଜନୀତି ସରଗରମ ହୋଇପଡିଛି । ଗାଁ ଛକରେ ହୋର୍ଡିଂ ସାଙ୍ଗକୁ ପୋଷ୍ଟର ବ୍ୟାନର୍ ରେ ଛାଇ ଗଲାଣି । ଚା’ ଖଟିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଜମିଲାଣି ନିର୍ବାଚନୀଚର୍ଚ୍ଚା ।କାହାକୁ ବେଶୀ ସମର୍ଥନ ମିଳିବ ଓ କାହା ସପକ୍ଷରେ ଭୋଟ ଯିବ,କାହାକାହା ଭିତରେ ଲଢେଇ ଯୋରଧରିବ ତାକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି ।ଏହରିଭିତରେ ପାର୍ଥୀମାନେ ସେମାନଙ୍କ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି । ଭୁୁବନେଶ୍ୱର ଉତର ନିର୍ବାଚନ […]