Browsing daily archive

January 3, 2023

ଜିଲ୍ଲାପରିଷଦସଭ୍ୟଙ୍କ ଘରେ ନକଲି ମଦଫ୍ୟାକ୍ଟ୍ରି!

ଭୁବନେଶ୍ୱର,୩।୧(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ପରିଷଦସଭ୍ୟଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ କରିଛି ଅବକାରୀ ବିଭାଗ।ଏହି ଘଟଣାରେ ଭୁବନ ୩ନମ୍ବରଜୋନ୍ର ଜିଲ୍ଲାପରିଷଦସଭ୍ୟ ସୁବାସ ମାଝୀଙ୍କୁ ଗିରଫ କରିଛି ଅବକାରୀ ସ୍କ୍ବାଡ୍ ।ଏହିଘଟଣାରେ ଆହୁରି ଦୁଇ ଜଣ ମଧ୍ୟ ଗିରଫ ହୋଇଛନ୍ତି।ସେମାନେ ହେଲେ ଯାଜପୁରର ଜଖପୁରାଥାନା କନଷ୍ଟେବଳ ସୁଶାନ୍ତ ଦଳେଇ ଓ ବନମୃଦଙ୍କା ଗାଁର ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ଅବକାରୀ ସ୍କ୍ବାଡ୍। କନଷ୍ଟେବଲ୍ଙ୍କ ଠାରୁ ୨ଟି ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି।ଗତକାଲି ରାତିରେ ବିଶେଷସୁତ୍ରରୁ ଖବରପାଇ ଢେଙ୍କାନାଳ ଅବକାରୀବିଭାଗ […]

ଆଉ ଉପାସ ରହିବେନି ପ୍ରଭୁଲିଙ୍ଗରାଜ

ଭୁବନେଶ୍ୱର,୩।୧(ଏସଏସନିଉଜ)ଆଉ ଉପାସ ରହିବେନି ପ୍ରଭୁ ଲିଙ୍ଗରାଜ ।ସ୍ୱାଭାବିକ ହୋଇଛି ନୀତିକାନ୍ତି। ତୁଟିଛି ୩ ଦିନ ଧରି ଚାଲିଥିବା ଅଚଳାବସ୍ଥା ।ସର୍କିଟହାଉସ ବୈଠକରେ ବାହାରିଥିଲା ସମାଧାନ ।ଜିଲ୍ଲାପାଳଙ୍କ ପ୍ରତିଶ୍ରୁତିପରେ ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ ହୋଇଛି ,ନୂଆବର୍ଷଦିନ ଦୁଇ ସେବାୟତଗୋଷ୍ଠୀଙ୍କ ମଧ୍ୟରେ ଭୋଗମାରା ହେବାକୁ ନେଇ ଦେଖାଦେଇଥିଲା ବିବାଦ । ପରେ ମହାପ୍ରଭୁଙ୍କ ୩ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା ।

AIIMSକୁ ରେଫରହେଲେ ସାଂସଦ ପ୍ରତାପଷଡ଼ଙ୍ଗୀ

ଭୁବନେଶ୍ୱର,୩।୧(ଏସଏସନିଉଜ) ବାଲେଶ୍ୱରFM ମେଡିକାଲରେ ଚିକିସ୍‌ଧିନ ଥିବା ବାଲେଶ୍ୱରସାଂସଦ ପ୍ରତାପଷଡ଼ଙ୍ଗୀ ସାମାନ୍ୟ ସୁସ୍ଥ ହେବାପରେ ତାଙ୍କୁ ଡିସ୍ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି। ନିମୋନିଆରେ ପୀଡ଼ିତ ହେବାପରେ ଗତକାଲିFM ମେଡିକାଲ୍ ICU ରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିଲା।୩ଦିନ ପୂର୍ବେ ସାଂସଦଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ତେବେ ଗତକାଲି ତାଙ୍କଛାତିରେ ଯନ୍ତ୍ରଣା ହେବାସହ ଅଧିକ ଅସୁସ୍ଥଲାଗିବାରୁ ସନ୍ଧ୍ୟା ୬ଟାରେ ICUରେ ଭର୍ତ୍ତି କରାଯାଇଥିଲା।

ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଏଲସିଡ଼ିସ୍କ୍ରିନ

ଭୁବନେଶ୍ୱର,୩।୧(ଏସଏସନିଉଜ)ହକି ବିଶ୍ୱକପପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର ।ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଏଲସିଡ଼ି ସ୍କ୍ରିନ ।ଚଳିତ ପୁରୁଷ ହକି ବିଶ୍ୱକପର ମ୍ୟାଚକୁ ଦେଖିବା ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବଡ଼ଏଲସିଡି ସ୍କ୍ରିନ ଲାଗିବ ।ଏହା ମାଧ୍ୟମରେ ଉଦଘାଟନୀ ମ୍ୟାଚଠାରୁ ଆରମ୍ଭ କରି ଉଦଯାପନୀ ଉତ୍ସବକୁ ପ୍ରସାରିତ କରାଯିବ ।ଏହାଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ହକିରମଜା ଉଠାଇପାରିବେ । ୧୩ତାରିଖରୁ ୨୯ତାରିଖପର୍ଯ୍ୟନ୍ତ ରାଜ୍ୟରେ ଆରମ୍ଭହେବ ହକିବିଶ୍ୱକପ ।

ଗଡ଼ୁନି ଗାଡ଼ି, ଖୋଳୁନି ଦୋକାନ

ଭୁବନେଶ୍ୱର,୩।୧(ଏସଏସନିଉଜ)ଆଜି ବିଜେପି ପକ୍ଷରୁ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି ।ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଅଖଚକ ସୁବ ବନ୍ଦ କରାଯାଇଛି ।ମୁଖ୍ୟ ଉନ୍ନୟନଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ବନ୍ଦ ପାଳନ କରୁଛି ଭାରତୀୟ ଜନତା ପାର୍ଟି ବନ୍ଦଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।ଗଡ଼ୁନି ଗାଡ଼ି, ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।

ରଣଜୀ ଟ୍ରଫିରେ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି ଓଡ଼ିଶା

ଭୁବନେଶ୍ୱର,୩।୧(ଏସଏସନିଉଜ) ଚଳିତ ଋତୁର ପ୍ରଥମଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି ଓଡ଼ିଶା ।ଆଜିଠାରୁ ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ଗ୍ରୁପ୍ ‘ଏ’ରେ ଥିବା ସବୁଠାରୁ ଦୁର୍ବଳ ଦଳ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶା ଏହି ମ୍ୟାଚ୍ ଖେଳିବ।ଘରୋଇ ପଡ଼ିଆରେ ଏହା ଓଡ଼ିଶା ଦଳର ହେବ ୩ୟ ମ୍ୟାଚ୍ ।

ପାର୍କରେ ରଖାଗଲା ଜାନକୀଙ୍କ ଟୟୋଟା

ଖୋର୍ଦ୍ଧା,୩ା୧(ଏସଏସନିଉଜ) ପାର୍କରେ ରଖାଗଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କକାର୍। ଜାନକୀଙ୍କ ପ୍ରିୟଟୟୋଟା କାର୍ ଖୋର୍ଦ୍ଧା ଜେବିପାର୍କରେ ରଖାଗଲା। ସର୍ବସାଧାରଣ ଦେଖିବା ପାଇଁ ପାର୍କରେରହିଲା ଜେବିଙ୍କ କାର୍। ୯୬ତମ ଜୟନ୍ତୀ ଅବସରରେ ପାର୍କରେ ରଖାଯାଇଛି ଜାନକୀଙ୍କ ପ୍ରିୟ କାର୍

ସ୍ୱାମୀପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼,୩।୧(ଏସଏସନିଉଜ) ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ଜଣଙ୍କ ଅଟକ ରଖିଛି ପୋଲିସ ।ଜଣେସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ସଦରଥାନା କୋପସିଂଘାନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ କରାଯାଇଛି । ମହିଳାଜଣଙ୍କ ମାଛବିକି ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସା

ଆସିଲା ନୂଆ କୋଭିଡ୍ ଗାଇଡଲାଇନ୍

ଭୁବନେଶ୍ୱର,୩।୧(ଏସଏସନିଉଜ) ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍ ବ୍ୟାପିଥିବା ୬ଟି ହାଇରିସ୍କ ଦେଶ ଚୀନ, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ଡ ଓ ଜାପାନରୁ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ କରାଯାଈଛି ।

ବସ-ଅଟୋ ମୁହାଁମୁହିଁ ଧକ୍କା

ଖୁଣ୍ଟୁଣୀ,୩ା୧(ଏସଏସନିଉଜ) ନୂଆବର୍ଷରେ ରବିବାର ଗୁରୁଡ଼ିଝାଟିଆ ଓ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଦୁଇଟି ପୃଥକ ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିରେ ମାଆ ସହିତ ତାର ୮ଦିନର ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଗୁରୁଡ଼ିଝାଟିଆ ଥାନା ପ୍ରସନ୍ନପୁର ଗ୍ରାମର ସାନୁଜେନା, କାଞ୍ଚନଜେନା ଓ ବନିତାଜେନା ତାଙ୍କର ୮ଦିନର ଶିଶୁପୁତ୍ରକୁ ନେଇ ଏକ ଅଟୋରେ ଗୁରୁଡ଼ିଝାଟିଆ ଆସୁଥିବାବେଳେ ଓରନ୍ଦା ଠାରେ ୫୫ନଂ ଜାତୀୟରାଜପଥ ଉପରେ ବିପରୀତଦୀଗ ଖୁଣ୍ଟୁଣୀପଟୁ କଟକ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ […]