Browsing daily archive

January 3, 2023

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୦୪ ତାରିଖ (ବୁଧବାର)ପୌଷ ମାସ – ଶୁକ୍ଲପକ୍ଷ ,ତିଥି-ତ୍ରୟୋଦଶୀ ରାତ୍ରୀ ଘ୧୧/୪୪ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୪୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୬/୨୭ ,କର୍କଟରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ ଭକ୍ଷଣ ନିଷେଧ । ମେଷ-ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ର ସୁଖ ମିଳିପାରେ । ବିଦ୍ୟାପ୍ରେମୀ ହେବେ […]

ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ରହେବ ଶିଖରଚଣ୍ଡୀମନ୍ଦିର

ଭୁବନେଶ୍ବର,୩ା୧(ଏସଏସନିଉଜ)ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତିକାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି […]

ଡଷ୍ଟବିନରୁ ସଜ୍ଞାହିନ କଲେଜଛାତ୍ରୀ ଉଦ୍ଧାର

କଟକ,୩ା୧(ଏସଏସନିଉଜ)ଆବର୍ଜନାଗୃହ ଭିତରେ ହାତଗୋଡ ବନ୍ଧାଅବସ୍ଥାରେ ପଡ଼ିଥିବା କଲେଜ ଛାତ୍ରୀଙ୍କୁ । ସ୍ଥାନୀୟ ଲୋକ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ତାଙ୍କୁ କିଏ ଓ କାହିଁକି ଏପରି ଅବସ୍ଥାରେ ବାନ୍ଧି ଫିଙ୍ଗି ଦେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିାଁସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟଠାରୁ ମାତ୍ର ୪୦୦ ମିଟର ଦୂରରେ ଥିବା ଆବର୍ଜନା ଗୃହ ଭିତରେ ଜଣେ ଯୁକ୍ତଦୁଇ କଲେଜଛାତ୍ରୀ ଙ୍କ ହାତ, ଗୋଡ଼ ଓ ପାଟିକୁ ଛାତ୍ରୀଙ୍କ ଓଢ଼ଣୀରେ […]

ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୩ା୧(ଏସଏସନିଉଜ)ନାଲକୋଛକରେ ସଡକ ଦୁର୍ଘଟଣାରେ ଜଣେମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନାଲକୋ ଛକରେ ଏକ ବସ୍ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ମହିଳା ଜଣଙ୍କ ପରିଚୟ ମିଲିପାରି ନଥିବା ବେଳେ ଦୁର୍ଘଟଣାପରେ ନାଲକୋଛକରେ ଟ୍ରାଫିକ ଜାମ୍ ହୋଇଥିଲା ।  

ମାର୍ଚ୍ଚ୨ୟସପ୍ତାହରେ ଚତୁର୍ଥଲହର !

ଭୁବନେଶ୍ୱର,୩ା୧(ଏସଏସନିଉଜ)କୋଭିଡର ୪ର୍ଥଲହର ମାର୍ଚ୍ଚ ୨ୟ କିମ୍ବା ୩ୟ ସପ୍ତାହରେ ଆସିପାରେ ବୋଲି ସ୍ୱାସ୍ଥ୍ୟବିଭାଗ ସ୍ୱତନ୍ତ୍ରସଚିବ ଡାକ୍ତର ଅଜିତ ମହାନ୍ତି କହିଛମନ୍ତି ।୨୪ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ ଆସିଛିା ଗତ ୨୪ଘଣ୍ଟାରେ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଛି ।

ଆଉବର୍ଷେ ମାଗଣା ଚାଉଳ

ଭୁବନେଶ୍ୱର,୩ା୧(ଏସଏସନିଉଜ)ରାଜ୍ୟ ଖାଦ୍ୟସୁରକ୍ଷାଯୋଜନାରେ ଆଉବର୍ଷେ ଚାଉଳ ମାଗଣାରେ ମିଳିବ ।୨୦୨୩ଜାନୁଆରୀରୁ ଡିସେମ୍ବରପର୍ଯ୍ୟନ୍ତ  ମାଗଣା ଚାଉଳ ମିଳିବ ।ବର୍ଷେ ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତିାମାସିକ ମୁଣ୍ଡପିଛା ମିଳିବ ୫କେଜି ଚାଉଳ ଓ ଏଥିପାଇଁ ଖର୍ଚ୍ଚ ହେବ ୧୮୫ କୋଟିା

୮ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୩ା୧(ଏସଏସନିଉଜ)ଆଜି ରାତି ଓ କାଲି ସକାଳେ ୮ଟି ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ହେବା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର , ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼ରେ ଘନ କୁହୁଡ଼ି ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଟେକ୍ସଟାଇଲ ସୋ ରୁମରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା,୩ା୧(ଏସଏସନିଉଜ) ଜଟଣୀର ଗୋଲେଇ ମାର୍କେଟ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଏକ ଟେକ୍ସଟାଇଲ ସୋ ରୁମରେ ଅଗ୍ନିକାଣ୍ଡ ଘଟିଛି । ୩ଟି ଦମକଳ ଲାଗି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି ।

ଚାଲିଗଲା ଗୋଟିଏ ପରିବାରର ୫ଜୀବନ

ଭୁବନେଶ୍ୱର,୩।୧(ଏସଏସନିଉଜ)ତାମିଲନାଡୁର କୁଡଡାଲୋର ଜିଲାରେ ବଡ଼ଧରଣର ଦୁର୍ଘଟଣା ଘଟିଛି ।ଏଥିରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କିଛି ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା ୬ଟି ଗାଡ଼ି ।ସେଥିମଧ୍ୟରେ ୨ଟି ବସ୍, ୨ଟି ଲୋରି ଓ ୨ଟି କାର୍ ରହିଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର,୩।୧(ଏସଏସନିଉଜ)ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣାର ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି। ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଜବତ ହୋଇଥିବା ବିଷ ବୋତଲକୁ ପରୀକ୍ଷା ପାଇଁ ଫରେନସିକ୍ ଲ୍ୟାବକୁ ପଠାଯିବା ନେଇ ଜିଲ୍ଳା ସ୍ୱାସ୍ଥ୍ୟବିଭାଗ ପକ୍ଷରୁସୂଚନା ଦିଆଯାଇଛିା