୨୦୨୩ ମସିହା ଜାନୁୟାରୀ ମାସ ୦୪ ତାରିଖ (ବୁଧବାର)ପୌଷ ମାସ – ଶୁକ୍ଲପକ୍ଷ ,ତିଥି-ତ୍ରୟୋଦଶୀ ରାତ୍ରୀ ଘ୧୧/୪୪ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୪୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୬/୨୭ ,କର୍କଟରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ ଭକ୍ଷଣ ନିଷେଧ ।
ମେଷ-ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ର ସୁଖ ମିଳିପାରେ । ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ ।
ବୃଷ-ଆଳସ୍ୟ ପରାୟଣ ହେଲେ ବି ଆୟ ଆଶାନୁରୂପ ହେବ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ମୋକଦ୍ଦମା ଖର୍ଚ୍ଚ ମିଳିବ । ଧନ, ସମ୍ପଦ,ଭରପୂର ରହିବ । ସୁସ୍ଥ ଓ ନିରାମୟ ରହିବେ ।
ମିଥୁନ-ଅର୍ଥ ପ୍ରାପ୍ତ ହେବେ; ମାତ୍ର ବ୍ୟୟ ବୃଦ୍ଧି ହେବାର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ଧାର୍ମିକ ପ୍ରକୃତିର ହେବେ ।ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତବିଦ୍ୟାରେ ରୁଚି ରହିବ ।
କର୍କଟ-ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିବେ ।ସରକାରୀ ସ୍ତରରେ ସମ୍ମାନିତ ହେବେ ।ଗୃହସୁଖ ସହିତ ଯାନବାହନ ସୁଖ ମିଳିବ । ବହୁବିଦ୍ୟା ପାରଙ୍ଗମ ହେବେ।
ସିଂହ-ଆୟ ଆଶାନୁରୂପ ହେବ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ ।
କନ୍ୟା-ଶ୍ରମ ସାର୍ଥକ ହେବ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ ।ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ବିନୟୀ ଭାବର ହେବେ ।
ତୁଳା-କାର୍ଯ୍ୟ ବିଳମ୍ବିତ ହୋଇପାରେ। ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରଭାବ ବୃଦ୍ଧି ହେବ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଜଳଯାତ୍ରା କରିବା ଭଲ।
ବିଛା-ବହୁ ସୁଖର ଅଧୁକାରୀ ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ସ୍ଵକର୍ମ ପାଇଁ ମନରେ ଅହଂ ଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କଠାରୁ ପରାମର୍ଶ ମିଳିବ।
ଧନୁ-ଲୋକ ସଂପର୍କ ଅଧୁକତର ହେବ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶକ୍ତିମାନ୍ ଓ ଶତୃହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ।
ମକର-କ୍ରୋଧ ସମ୍ବରଣ କଲେ ମାନ୍ୟତା ପ୍ରାପ୍ତ ହେବେ ।କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବହିବ ।
କୁମ୍ଭ-ତେଜିୟାନ୍ ଓ କଡ଼ା ମିଞ୍ଜାସର ହୋଇପାରନ୍ତି । ଉଦାର ଭାବ ପ୍ରଦର୍ଶନ କରିପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି ।ବ୍ୟକ୍ତିତ୍ଵର ବିକାଶ ଘଟିବ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।
ମୀନ-ବିବାଦୀୟ ଘଟଣାରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି ।ପ୍ରେମୀ ଓ ସାହସୀ ହେବେ ।ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ ।
ନିତୀବାଣୀ-ନିଜର ବ୍ୟବହାରକୁ ପବିତ୍ରରଖିଲେ ବଦନାମକୁ ଭୟ କରିବାର ଆବଶ୍ୟକତାନାହିଁ । କାରଣ ମଇଳା କାନ୍ଥରେଲାଗିପାରେ ମାତ୍ର ଶଙ୍ଖମର୍ମର ପ୍ରସ୍ତରରେ ତାହା ଲାଗିପାରିବନାହିଁ ।
ବାସ୍ତୁଟିପ୍ପଣୀ-ଏପରି ମାନ୍ୟତା ରହିଛିକି ଯେଉଁଘରେ ଶଙ୍ଖ ରହିଥାଏ ସେହିଘରେ ମାତାଲକ୍ଷ୍ମୀଙ୍କର ବାସ ରହିଥାଏ । ଧାର୍ମିକଶାସ୍ତ୍ରଅନୁସାରେ ଶଙ୍ଖକୁ ମାତାଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଛି । କାରଣ ମାତାଲକ୍ଷ୍ମୀଙ୍କ ପରି ଶଙ୍ଖର ମଧ୍ୟ ସମୁଦ୍ରରୁ ହିଁ ଜନ୍ମ ହେଇଚି ।ଶଙ୍ଖ ଏହି କାରଣରୁ ମଧ୍ୟ ଶୁଭ କାରଣ ମାତାଲକ୍ଷ୍ମୀ ଓ ଭଗବାନବିଷ୍ଣୁ ଦୁହେଁ ନିଜନିଜ ହାତରେ ଶଙ୍ଖ ଧାରଣ କରିଥାନ୍ତି ।ପ୍ରତୋକ ପୂଜାପାଠରେ ବାତାବରଣକୁ ପବିତ୍ର କରିବାପାଁଇ ଶଙ୍ଖ ଫୁଙ୍କାଯାଇଥାଏ । ଏହି ଶଙ୍ଖଧ୍ୱନିରେ ମନୁଷ୍ୟ ମନରେ ସକାରାତ୍ମକବିଚାର ଆସିଥାଏ । ଉତ୍ତମ ବିଚାରର ଫଳ ମଧ୍ୟ ଉତ୍ତମ ହେଇଥାଏ ।ଶଙ୍ଖରେ ଜଳନେଇ ଶିବ ଓ ଲକ୍ଷ୍ମୀଙ୍କର ଅଭିଷେକ କରାଯାଇଥାଏ ଏହାଦ୍ୱାରା ଭଗବାନ ପ୍ରସନ୍ନ ହେଇଥାନ୍ତି । ବ୍ରହ୍ମାବେବର୍ତ୍ତ ପୁରାଣରେ ଉଲେଖ ରହିଛିକି ଶଙ୍ଖରେ ଜଳ ରଖିବା ଓ ସେହି ଜଳକୁ ଘରେ ଛିଞ୍ଚିବାଦ୍ୱାରା ବାତାବରଣରେ ସକାରାତ୍ମକ ଉର୍ଜାର ସଂଚାର ହେଇଥାଏ । ଆଜିର ଦିନଟି ମଙ୍ଗଳମୟହେଉା!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗାୟା!!