ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବରମାସ, ୧୪ତାରିଖ, ସୋମବାର,ଶ୍ରୀମନ୍ଦିରେ ଓ ସର୍ବତ୍ର ଶ୍ରୀଗଣେଶ ଚତୁର୍ଥୀ (ବିନାୟକବ୍ରତ)ରାଜ୍ୟରେ ବିଦ୍ୟାଳୟ, ପାଠାଗାର ଓ ପୁସ୍ତକାଳୟ, ସାଂସ୍କୃତିକଅନୁଷ୍ଠାନ ମାନଙ୍କରେ ଓ ବିଦ୍ୟାର୍ଥୀ ମାନଙ୍କର ଶ୍ରୀଗଣେଶପୂଜା, ଶ୍ରୀମନ୍ଦିରେ ଅନ୍ଧ ପ୍ରସ୍ତାବ, ବାଲି ତୃତୀୟା ବ୍ରତ, ହରିତାଳିକା ଚତୁର୍ଥୀ, ଗୌରୀବ୍ରତ,
ଋତୁ- ବର୍ଷା ଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୬/୩୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୬,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଚ଼ନ୍ଦ୍ର ବାସ,ତିଥି- ତୃତୀୟା ପ୍ରାତଃ ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ।ନକ୍ଷତ୍ର- ଚି଼ତ୍ରା ନକ୍ଷତ୍ର ଦିବା ଘ୨/୧୪ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ର ।ଚନ୍ଦ୍ର- ତୁଳାଚନ୍ଦ୍ର ଦ୬୦ (ଅହୋରାତ୍ର) ।ସୌର ଚଳନେ – ସିଂହ ଦିନ ୨୯ ।ବ୍ରହ୍ମଯୋଗ ଦିବା ଘ୧/୪୩ମି ପର୍ଯ୍ୟନ୍ତ ତଦନ୍ତେ ଇନ୍ଦ୍ରଯୋଗ, କରଣ- ଗରକରଣ ପ୍ରାତଃ ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ବାଣିଜ୍ୟକରଣ ସନ୍ଧ୍ୟା ଘ୬/୫୬ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ, ପ୍ରାତଃ ଘ୬/୩୮ମିପରେ ନୈର୍ଋତ କୋଣରେ । ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ସୂର୍ଯ୍ୟୋଦୟ ରୁ ପ୍ରାତଃ ଘ୬/୩୮ମି ମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ , ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗକରି ଯାତ୍ରା କରାଯିବ,ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, ମିଥୁନ, ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ଘାତଚନ୍ଦ୍ର ନାହିଁ ।ଘାତବାର-ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୨।୪।୫।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୨/୧୪ମି ପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ- ପଟୋଳ, ପ୍ରାତଃ ଘ୬/୩୮ମି ପରେ ମୂଳକ (ମୂଳ) ଭକ୍ଷଣ ନିଷେଧ,ଅଶୁଭବେଳା-(କାଳବେଳା) ଦିବା ଘ୭/୯ମି ରୁ ଘ୮/୩୯ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୨/୪୧ମି ରୁ ଘ୪/୧୧ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧୦/୧୦ମି ରୁ ଘ୧୧/୪୦ମିପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୪ମି ମଧ୍ୟେ, ଘ୮/୫୧ମି ରୁ ଘ୧୧/୧୫ମି ମଧ୍ୟେ, ରାତ୍ରି ଘ୮/୪ମି ରୁ ଘ୧୧/୧୬ମି ମଧ୍ୟେ, ଘ୨/୧୮ମି ରୁ ଘ୩/୧୬ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ନାହିଁ ।ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ପୁଷ୍କରଦୋଷ ନାହିଁ ,ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା) ।ଶାନ୍ତି କରଣୀୟ,ପ୍ରାତଃ ଘ୬/୩୮ମି ଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ସୂର୍ଯ୍ୟୋଦୟରୁ ପ୍ରାତଃ ଘ୬/୩୮ମି ମଧ୍ୟେ ୧୪ ନକ୍ଷତ୍ରେ ଦେବତା ଗଠନ, ଉଗ୍ରଦେବତା ପ୍ରତିଷ୍ଠା, ନବଦୋଳାଦ୍ୟା ରୋହଣ, ନବାନ୍ନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଦୀକ୍ଷାଗ୍ରହଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନା ଦ୍ୟୁପଭୋଗ, ଔଷଧ କରଣ ଓ ସେବନ, ବୀଜବପନ, ବାଣିଜ୍ୟକରଣ, ଅଳଙ୍କାର ଭୂଷଣ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ ।(ରାଧାରମଣ)ଅଦ୍ୟ ଚିତ୍ରା ଓ ସ୍ବାତୀ ନକ୍ଷତ୍ରେ- ନାମକରଣ, ଅନ୍ନପ୍ରାଶନ, ବୃକ୍ଷରୋପଣ, କ୍ରୟବାଣିଜ୍ୟକରଣ, ନାଟ୍ୟାରମ୍ଭ, ନବବସ୍ତ୍ରାଳଙ୍କାରଧାରଣ, ନବାନ୍ନ, ଦୀକ୍ଷାଗ୍ରହଣ,ନୌକାଗଠନ ଓ ଯାତ୍ରା, ଔଷଧକରଣ, ଦେବତାଗଠନ(ଅରୁଣୋଦୟ) ଶ୍ରୀଗଣେଶପୂଜା ବିଶେଷ ଦିବସ ଉପଲକ୍ଷେ ନିର୍ବନ୍ଧ, ଭୂମିପୂଜା, ଗୃହାରମ୍ଭ, ଗୃହପ୍ରବେଶ, ଜଳାଶୟ ଆରମ୍ଭ ଓ ପ୍ରତିଷ୍ଠା, ଅନ୍ନପ୍ରାଶନ, ନବାନ୍ନ, ବିଦ୍ୟାରମ୍ଭ, ନାମକରଣ, ଦୀକ୍ଷା ଗ୍ରହଣ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ରାଜଦର୍ଶନ, ବୃକ୍ଷ ରୋପଣ, ନୂତନ ବ୍ୟବସାୟ ଆରମ୍ଭ, ନବବସ୍ତ୍ର ପରିଧାନ, ନୂତନ ଶିକ୍ଷାନୁଷ୍ଠାନ ଆରମ୍ଭ । (ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ👉ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଲେଖାପଢ଼ା, ସନ୍ତାନଙ୍କ କୃତିତ୍ୱ, ଋଣ ପରିଶୋଧ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବ୍ୟବସାୟିକ ସ୍ଥିତି ଭଲ ରହିବ।
🐂ବୃଷ👉ସାମାଜିକ ସ୍ତରରେ ଆନୁଷ୍ଠାନିକ କାମ ସକାଶେ ସ୍ବତନ୍ତ୍ର ନିମନ୍ତ୍ରଣ ପାଇପାରନ୍ତି। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସମ୍ପର୍କୀୟଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
👩‍❤️‍👨 ମିଥୁନ👉ବନ୍ଧୁଗହଣରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ବିଚାରଧାରାର ବିଭିନ୍ନତା ମାନସିକ ଅସ୍ଥିରତାର କାରଣ ହେବ। ଜମିଜମା କ୍ରୟବିକ୍ରୟ, ଚୁକ୍ତିପତ୍ର, ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ଆଇନ, ଅଦାଲତ କ୍ଷେତ୍ରରେ ତଥା ମାଲିମକଦ୍ଦମାରେ ବିଚାର ବିଳମ୍ବିତହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
🦀କର୍କଟ👉କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଭ୍ରମଣ ଅବସରରେ ଜଣେ ପୁରୁଣା ବନ୍ଧୁଙ୍କ ଦେଖାପାଇ ମନ ହାଲୁକା ହୋଇଯିବ।
🦁 ସିଂହ👉ମନ କଥାକୁ ମନ ଭିତରେ ରଖି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ଫନ୍ଦିଫିକର କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।
🧕କନ୍ୟା👉ପରିବାରର ଆବଶ୍ୟକତାନୁଯାୟୀ ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ନିଜ ପରିସରରେ ସ୍ବାର୍ଥର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟା ଉପୁଜିପାରେ। ସାହିତ୍ୟକୃତି, ଜମିଜମା କ୍ରୟବିକ୍ରୟ କ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
⚖️ତୁଳା👉ଶାରୀରିକ ଅସୁସ୍ଥତା ଜନିତ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। କୌଣସି ଜିନିଷ କ୍ରୟକରିବା ସକାଶେ ହଠାତ୍‍ ମୋଟା ଅଙ୍କର ଆବଶ୍ୟକତା ପଡ଼ିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବା ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ, ସଭାସମିତି ରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

🦂ବିଛା👉ଅତୀତ ଘଟଣା ମନକୁ ଆଲୋଡ଼ିତ କରିବା ଫଳରେ ମନ ଭଲ ଲାଗିବ ନାହିଁ। କର୍ମାରମ୍ଭ ସକାଶେ ନିଷ୍ପତ୍ତି ନେଇଥିଲେ ମଧ୍ୟ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର କାରଣ ହେବ। ବନ୍ଧୁସମ୍ପର୍କ, ଆନୁଷ୍ଠାନିକ କାମ, ଦୂରଯାତ୍ରା ସାଙ୍ଗକୁ ମୂଲ୍ୟବାନ୍‍ ଜିନିଷ କ୍ରୟ ଯୋଗରହିଛି।
🏹ଧନୁ👉କର୍ମଦକ୍ଷତା ଏବଂ ସଚ୍ଚୋଟତା କାରଣରୁ କର୍ମକ୍ଷେତ୍ରରେ ଈର୍ଷାପରାୟଣ ବନ୍ଧୁଙ୍କ କୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷାପାଇବେ। ଜମିଜମା ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି। ପ୍ରତିଯୋଗିତା, କ୍ରୀଡ଼ା, ସାହିତ୍ୟରେ
ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟ, ପରିବହନ, ଅର୍ଥସମ୍ପର୍କ, ସଭା ସମିତି ଓ ଆନୁଷ୍ଠାନିକ କାମରୁ ପ୍ରଶଂସିତ ହୋଇପାରନ୍ତି।
🐊ମକର👉ଆଜିର କାମଗଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବାରେ କୌଣସି ଅସୁବିଧା ରହିବ ନାହିଁ। ପଡ଼ୋଶୀମାନଙ୍କ ସହ ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସକାଳ ସମୟରେ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍‍ସନ ଲାଗି ରହିବ ।
🏺କୁମ୍ଭ👉ଉପରିସ୍ଥ ଅଧିକାରୀଙ୍କ ସହୃଦୟତାରୁ କର୍ମକ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକ ଯେତେ ସମସ୍ୟା ସୃଷ୍ଟିକଲେ ମଧ୍ୟ ଆପଣଙ୍କର କୌଣସି ଅସୁବିଧା ହେବନାହିଁ। ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
🐟ମୀନ👉ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସାଙ୍ଗକୁ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ପାରିବାରିକ ପରିସ୍ଥିତିକୁ ସୁଧାରି ନେବେ। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ। କର୍ମଜଞ୍ଜାଳ ମଧ୍ୟରେ କଠିନଶ୍ରମ ଓ ଭ୍ରମଣଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
🕉️ନୀତିବାଣୀ🕉️
ତପୀ”କୁ ନିନ୍ଦିଲେ ହୁଏ, କୁଷ୍ଠ ବ୍ୟାଧି
“ଅନ୍ନ”ନିନ୍ଦା ବଡ କ୍ଷୁଧା,
“ସୁଜନ”ନିନ୍ଦିଲେ ଅସ୍ତ୍ରାଘlତ ହୁଏ
“ରତନେ”ଦାରିଦ୍ର୍ୟ ବାଧା ।
ନିଜ ଲକ୍ଷ୍ୟକୁ ସେହି ଲୋକମାନେ ହାସଲ କରନ୍ତି, ଯେଉଁମାନେ ପ୍ରତି ମୁହୂର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି ।
ହଜାର ଲୋକଙ୍କ ସହ ସମ୍ପର୍କ ଯୋଡିବା କିଛି ବଡ଼ କଥା ନୁହେଁ, ବଡ଼କଥା ହେଲା – ଗୋଟିଏ ସମ୍ପର୍କକୁ ତୁଲାଇବା।
ଜୀବନରେ ଆଗକୁ ବଢ଼ିବାକୁ ହେଲେ ସମୟ ସହିତ ନିଜକୁ Change କରିବାକୁ, ନହେଲେ Age ଚାଲିଯିବ ରାସ୍ତା ବି ସରିଯିବ ଆଉ Future ସେଇଠି ଅଟକିଯିବ ।

Comments (0)
Add Comment