ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୬ ମସିହା (ମଙ୍ଗଳବାର) ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ଦିବା ଘ୦୭/୧୧ ଗତେ ପଞ୍ଚମୀ,ନକ୍ଷତ୍ର- ସ୍ୱାତୀ ଦିବା ଘ୦୩/୩୫ ଗତେ ବିଶାଖା,ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୨୦,ଯୋଗିନୀ ନୈରୁତେ ଦିବା ଘ୦୭/୧୦!ଗତେ ଦକ୍ଷିଣେ, ମକର ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ଓ ଦିବା ଘ୦୩/୩୫ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୧୫ ଗତେ ଘ୦୨/୪୭ ମଧ୍ୟେ,ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୨ ଗତେ ଘ୧୦/୨୫ ମଧ୍ୟେ ଓ ଘ୧୨/୪୯ ଗତେ ଘ୦୧/୧୫ ମଧ୍ୟେ ଓ ଘ୦୩/୧୨ ଗତେ ଘ୦୪/୫୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ବେଲ ଭକ୍ଷଣ ନିଷେଧ।
ମେଷ:- ପାରିବାରିକ ଜୀବନରେ ପରିବର୍ତ୍ତନ ହୋଇପାରେ। ଆପଣ ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ। ସମାଜରେ ମାନସମ୍ମାନ ବଢ଼ିବ।ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।
ବୃଷ:-ବ୍ୟବସାୟରେ ଯଥେଷ୍ଟ ଅଭିବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।
ମିଥୁନ:- ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ। ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
କର୍କଟ:- ଆପଣଙ୍କ ମନ ସକାରାତ୍ମକ ରହିବ। କାର୍ଯ୍ୟକ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ଜୀବନସାଥୀ ସହ ତାଳମେଳ ବଜାୟ ରହିବ।
ସିଂହ:- ମାତା ପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ଯୋଗ ରହିଛି। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କନ୍ୟା:-ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନୂଆ ବିଚାର ସହ ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀ ଆଶାତୀତ ଲାଭ ପାଇବେ।
ତୁଳା:- ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିବ। କୌଣସି କାମର ଯୋଜନା ପ୍ରସ୍ତୁତ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ଆସିବ।
ବିଛା:-ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ। ଓକିଲଙ୍କର ପ୍ରସିଦ୍ଧି ବଢ଼ିବ। ଛାତ୍ର ଲେଖାପଢ଼ାରେ ଧ୍ୟାନ ଦେବେ।
ଧନୁ:-ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହୋଇପାରେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘର ପାଇଁ ଦରକାରୀ ଜିନିଷ କିଣିବେ।
ମକର:-ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ।
କୁମ୍ଭ:-ଦିନଟି ବହୁତ ଶୁଭ ରହିବ। ଆପଣଙ୍କର ନିଷ୍ପତ୍ତିକୁ ପରିବାର ଲୋକ ସମର୍ଥନ କରିବେ। ବେପାରରେ ଉନ୍ନତି ହେବ। ଲେଖକଙ୍କୁ ଖ୍ୟାତି ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।
ମୀନ:-ବେପାର ବଣିଜରେ ଲାଭ ହେବ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କୌଣସି ଖୁସି ଖବର ପାଇବେ। କ୍ୟାରିଅରରେ ଆପଣ ଗୁରୁଙ୍କ ମାର୍ଗଦର୍ଶନ ପାଇବେ।