Browsing daily archive

January 25, 2023

ଆଜିର ରାଶିଫଳ

ଶ୍ରୀପଞ୍ଚମୀ,ସରସ୍ଵତୀ ପୂଜା, ବସନ୍ତୋ ଉତ୍ସବ ଓ ଶ୍ରୀଶ୍ରୀମହାପ୍ରଭୁଙ୍କର ରଥକାଠ ଅନୁକୂଳ ,୨୦୨୩ ମସିହା ଜାନୁୟାରୀମାସ ୨୬ ତାରିଖ (ଗୁରୁବାର)ମାଘ ମାସ -ଶୁକ୍ଲପକ୍ଷ ,ତିଥି-ପଞ୍ଚମୀ ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୩୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୦/୩୦ ,ତୁଳା ଓ କୁମ୍ଭ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ । ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ […]

ଓଲଟିଲା ଅଟୋ,୫ଛାତ୍ର ଆହତ

ଜଳେଶ୍ୱର,୨୫ା୧(ଏସଏସନିଉଜ) କଣ୍ଟାବଣିଆ ଛକରେ ଅଟୋ ଓଲଟି ୫ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଚିକିସ୍‌ାପାଇଁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସରସ୍ୱତୀପୂଜା ପାଇଁ ଏହିଛାତ୍ରମାନେ ମୂର୍ତ୍ତି ଆଣିବାକୁ ଅଟୋରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲ।।ସମସ୍ତଛାତ୍ର ରାଇବଣିଆଥାନା ଓଲମରା ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି ।

ଓଡ଼ିଆ ଭାଷାକୁ ମହାପ୍ରଭୁ ତିଆରି କରିଛନ୍ତି

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡ଼ିଆଭାଷାକୁ ମହାପ୍ରଭୁଜଗନ୍ନାଥ ତିଆରିକରିଛନ୍ତି । କେବଳ ଓଡ଼ିଆକୁ ଛାଡ଼ି ବିଶ୍ୱର ସବୁଭାଷା ମଣିଷ ତିଆରିକରିଛି ।ଓଡ଼ିଆଭାଷାକୁ ମହାପ୍ରଭୁ ଜଗନ୍ନାଥ ତିଆରି କରିଛନ୍ତିା ମହାପ୍ରଭୁ ତାଙ୍କ ପ୍ରସାଦଭାବେ ଓଡ଼ିଆଭାଷାକୁ ଦେଇଛନ୍ତି ।ସେଥିପାଇଁ ଓଡ଼ିଆଭାଷା ଏତେ ମିଠା ବୋଲି ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବ ତାଙ୍କବକ୍ତବ୍ୟରେ ଏପରି କହିଛନ୍ତି । ଜଗନ୍ନାଥ ପର‌୍ୟ୍ୟଟନଟ୍ରେନ୍ ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଏହା କହିଛନ୍ତି ।    

ଗଣତନ୍ତ୍ରଦିବସରେ ୯୦୧ଜଣଙ୍କୁ ମିଳିବ ପୁଲିସ୍ ମେଡାଲ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) କାଲି ଗଣତନ୍ତ୍ରଦିବସରେ ୯୦୧ଜଣ ପାଇବେ ପୁଲିସ୍ ମେଡାଲା ସାହସିକତା ପୁରସ୍କାରପାଇବେ ୧୪୦ ପୁଲିସକର୍ମଚାରୀା ଉଲ୍ଲେଖନୀୟ ସେବାପାଇଁ ୯୩ଜଣଙ୍କୁ ରାଷ୍ଟ୍ରପତି ପୁଲିସମେଡାଲ ମିଳିବା ସମ୍ମାନଜନକ ସେବାପାଇଁ ୬୬୮ପୁଲିସ କର୍ମଚାରୀ ସମ୍ମାନିତ ହେବୋ ଓଡ଼ିଶାରୁ ୨ଜଣପାଇବେ ରାଷ୍ଟ୍ରପତି ପୁଲିସମେଡାଲା

ଜଙ୍ଗଲରୁ ମିଳିଲା ଦରପୋଡ଼ାଶବ

ମାଲକାନଗିରି, ୨୫ା୧(ଏସଏସନିଉଜ)ଗତକାଲି ଅପହୃତ ମୋଟୁଥାନା ତିଙ୍ଗରାପଲିର ଗଙ୍ଗା ପଡ଼ିଆମୀଙ୍କ ଦରପୋଡ଼ାଶବ ଉଦ୍ଧାର ହୋଇଛି । ଘରଠାରୁ ଅଢ଼େଇକିମି ଦୂର ଜଙ୍ଗଲଅଞ୍ଚଳରୁ ମିଳିଛି ଦରପୋଡ଼ାମୃତଦେହ । କାଲି ଗଙ୍ଗାଙ୍କଘରକୁ ଆସି ତାଙ୍କୁ ଉଠାଇନେଇଥିଲେ କିଛିଦୁର୍ବୃତ୍ତ । ଅପହରଣକାରୀ କିଏ ଏବଂ କାହିଁକି ହତ୍ୟା କଲେ ତାହା ଏବେସୁଦ୍ଧା ଅସ୍ପଷ୍ଟ ରହିଛିା

ନୂଆ ଲୁକ୍‌ରେ ନବୀନ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଏବେ ନୂଆଲୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାରେ ମିଳିଛି ।ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସବୁଜରଙ୍ଗର ଜର୍ସି ସାଙ୍ଗକୁ ଧଳାରଙ୍ଗର ଟ୍ରାଉଜର ପିନ୍ଧିଥିବାବେଳେ ପ୍ରାତଃଭ୍ରମଣ କରୁଥିବାର ଦୃଶ୍ୟ ଜଣାପଡିଛି ।ମୁଖ୍ୟମନ୍ତ୍ରୀ ପିନ୍ଧିଥିବାଜର୍ସିର ଆଗରେ ଇଂରାଜୀରେ ‘ଓଡିଶା ଅନ ଦି ମୁଭ୍’ ଓ ପଛରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଯାଇଛି । ନୂଆ ଲୁକରେ ନବୀନ ସମସ୍ତଙ୍କୁ ଚକିତ କରିଛନ୍ତି ।

ବିଶ୍ବର ପ୍ରଥମ ଉଡନ୍ତା ବାଇକ୍

ଭୁବନେଶ୍ୱର,୨୫।୧(ଏସଏସ ନିଉଜ)’the XTURISMO’କୁ ଜାପାନର ଏକ ଷ୍ଟାର୍ଟ ଆପ୍ କମ୍ପାନୀ ବିଶ୍ବର ପ୍ରଥମ ଉଡନ୍ତା ବାଇକକୁ ତିଆରି କରିଛି। ଭବିଷ୍ୟତରେ ଏହାକୁ ପୋଲିସ ପ୍ରଶାସନଦ୍ବାରା ବ୍ୟବହାର କରିବାର ଅନୁମାନ କରାଯାଉଛି।ଆମେରିକାରେ ଏହାର ମୂଲ୍ୟ $୫୦୦,୦୦୦ ହୋଇଥୁବାବେଳେ ଏହା ଏକକାଳୀନ ୪୦ମିନିଟ ଯାଏଁ ଉଡ଼ିପରିବ ବୋଲି ଜଣାପଡିଛି।

ଦଳ ଛାଡିଲେ ବାପପୁଅ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡିଶାର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବିଜେପିନେତା ଗିରିଧରଗମାଙ୍ଗେ ଓ ପୁଅ ଶିଶିରଗମାଙ୍ଗେ ବିଜେପି ଦଳରୁ ବିଧିବଦ୍ଧ ଭାବରେ ଇସ୍ତଫା ଦେଇ ବିଜେପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କୁ ଇସ୍ତଫାପତ୍ର ପଠାଥିବାନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । କିଛିଦିନ ତଳେ ଉଭୟ ବାପପୁଅ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନୁଆଦଳ ଭାରତରାଷ୍ଟ୍ର ସମିତିରେ ସାମିଲ ହେବାନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନ ୨୦୨୪ରେ […]

ବୋମାଫୁଟି ବାଳକର ପାଦଛିଣ୍ଡିଲା

ସୁନ୍ଦରଗଡ଼,୨୫ା୧(ଏସଏସନିଉଜ)ସଦରଥାନା ଅଧିନସ୍ଥ ସୁବଳୟା ମୁସଲିମବସ୍ତିରେ ବୋମାଫୁଟି ସବିନାଖାତୁନଙ୍କ ପୁଅ ମହମ୍ମଦତେଗିଅଲ୍ଲୀ ନାମକ ବାଳକର ପାଦ ଛିଣ୍ଡିଯାଇଛି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ପରିବାରଲୋକ ସୁନ୍ଦରଗଡ଼ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅପରାହ୍ନରେ ତେଗିଅଲ୍ଲୀ ଭାଇସହ ଘର ଅଗଣାରେ ଫୁଟବଲ୍ ଖେଳୁଥିବାବେଳେ ହଠାତ୍ ତାଙ୍କ ପାଦତଳେ ବିସ୍ଫୋରଣ ହୋଇ ସାରାଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଫଳରେ, ସେ ଅଚେତହୋଇ ତଳେପଡ଼ି ଯାଇଥିଲେ। ଶବ୍ଦଶୁଣି ପରିବାରଲୋକ ଆସିବାବେଳକୁ ବାଳକଙ୍କପାଦ ଛିଣ୍ଡି ଯାଇଥିବା ଦେଖିବାକୁ ପାଇଥିଲେ। ଏହି ହାତତିଆରି ବୋମା କିପରି ଏଠାକୁ […]

ଜଙ୍ଗଲରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ବଲାଙ୍ଗୀର ,୨୫ା୧(ଏସଏସନିଉଜ) ସଇନ୍ତଲାବ୍ଲକ୍ ଘୁନସରପଞ୍ଚାୟତ ଦେଢେ଼ଲଜଙ୍ଗଲରୁ ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଠୁର୍ରନୀକାନୀଗ୍ରାମର ମହିଳା ରତନୀରଣା ସୋମବାରଦିନ ନିଜର କପା ବିଲକୁଯାଇ ଫେରିନଥିଲୋ ଖୋଜାଖୋଜି ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କ ମୃତଦେହ ଦେଢେ଼ଲ ଜଙ୍ଗଲ ମଧ୍ୟରେ ଠାବ କରାଯାଇଥିଲା।ଖବରପାଇ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛି ।ଘଟଣାସ୍ଥଳରୁ ପୋଲିସ ଗୋଟିଏହଳ ଚପଲ, ଗୋଟିଏ ଛୋଟ ଛୁରୀ , କିଛି କପଡ଼ା ଓ ମଦ ପାଉଚ୍ ଜରି ଜବତ […]