ଆଜିର ରାଶିଫଳ

ଶ୍ରୀପଞ୍ଚମୀ,ସରସ୍ଵତୀ ପୂଜା, ବସନ୍ତୋ ଉତ୍ସବ ଓ ଶ୍ରୀଶ୍ରୀମହାପ୍ରଭୁଙ୍କର ରଥକାଠ ଅନୁକୂଳ ,୨୦୨୩ ମସିହା ଜାନୁୟାରୀମାସ ୨୬ ତାରିଖ (ଗୁରୁବାର)ମାଘ ମାସ -ଶୁକ୍ଲପକ୍ଷ ,ତିଥି-ପଞ୍ଚମୀ ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୩୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୦/୩୦ ,ତୁଳା ଓ କୁମ୍ଭ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।
ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
କର୍କଟ-ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି।
ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର-ଅଟକି ଥିବାକାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍‍ଫୁଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
କୁମ୍ଭ-ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
ମୀନ-ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍‍ପଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷିକାର୍ଯ୍ୟରେ ମନଦେବେ।

ନିତୀବାଣୀ-ଗୋଟିଏ ଗଣିତକୁ Solve କରିବା ପାଇଁ ଅନେକ ପ୍ରକାର Solution ଅଛି କିନ୍ତୁ ଜୀବନରେ ଅନେକ ପ୍ରକାର Problem ପାଇଁ କେବଳ ଗୋଟିଏ Solve ର ବାଟ ହେଉଛି Self Confidence ….
ବାସ୍ତୁଟିପ୍ପଣୀ-ଜାଣିଛନ୍ତି କି ?ଶୁଭକାର୍ଯ୍ୟରେ କେଉଁ କାରଣରୁ ଭଙ୍ଗାଯାଏ (ନଡିଆ)…
ହିନ୍ଦୁଧର୍ମରେ ଯେକୌଣସି ଶୁଭକାର୍ଯ୍ୟ ପୂର୍ବରୁ ନଡିଆ ଭାଙ୍ଗିବାର ପରମ୍ପରା ବହୁ ପୁରାତନ କାଳରୁ ଚାଲୁ ରହିଛି।ଦେବାଦେବୀଙ୍କ ଆରାଧନା,ଗୃହ ପ୍ରବେଶ,ବିବାହ ସମାରୋହ, ବ୍ରତଘର ଭଳି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ନଡିଆର ନିଶ୍ଚିତ ଭାବେ ପ୍ରୟୋଗ କରାଯାଇଥାଏ।କୁହାଯାଏ ନଡିଆ ବିନା କୌଣସି ଧାର୍ମିକ ଓ ଶୁଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥାଏ। ମାତ୍ର ଖୁବ କମ ଲୋକେ ଜାଣି ଥିବେ ଶୁଭକାର୍ଯ୍ୟରେ କେଉଁ କାରଣରୁ ନଡିଆ ଭଙ୍ଗାଯାଇଥାଏ। ଏହା ପଛରେ କି କାରଣ ରହିଛି। ଜାଣନ୍ତୁ..
ହିନ୍ଦୁ ଧର୍ମରେ ନଡିଆକୁ ପବିତ୍ର ଫଳ ବୋଲି କୁହାଯାଏ। ସମସ୍ତ ଧାର୍ମିକ ଆୟୋଜନ,ଅନୁଷ୍ଠାନରେ ନଡିଆର ବ୍ୟବହାର କରାଯାଇଥାଏ।ନଡିଆ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ଦେବାଦେବୀଙ୍କୁ ନଡିଆ ଭୋଗ ଖୁବ ପ୍ରିୟ ବୋଲି ମାନ୍ୟତା ରହିଛି। ତେଣୁ ପୂଜାରେ ନଡିଆ ଅର୍ପଣ ପରେ ଏହାକୁ ସଭିଁଙ୍କୁ ବଣ୍ଟା ଯାଏ। ନଡିଆ ପାଣି ମଧ୍ୟ ଖୁବ ପବିତ୍ର ଓ ଶୁଦ୍ଧ। ନଡିଆ ପାଣି ଘରୁ ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ। ନଡିଆ ପାଣି ପିଇବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ।
ନଡିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ। ଭଗବାନଙ୍କର ଏହା ପ୍ରିୟ ଫଳ। ନଡିଆର ବାହାର ଅଂଶ ଶକ୍ତ ଓ ଭିତର ଅଂଶ ନରମ ଓ ଶାନ୍ତିର ପ୍ରତୀକ। ଏହି କାରଣରୁ ଶୁଭକାର୍ଯ୍ୟରେ ନଡିଆ ଭାଙ୍ଗିବାର ଅର୍ଥ ନିଜର ଶକ୍ତ ସଦୃଶ ଅହଂକାରକୁ ଭଗବାନଙ୍କ ସମ୍ମୁଖରେ ତ୍ୟାଗ କରିବା ସହ ଶାନ୍ତି ଭାବ ଆଣିବା। ନଡିଆରେ ଦେଖାଯାଉଥିବା ୩ଟି ଦାଗକୁ ଭଗବାନ ଶିବଙ୍କର ୩ଟି ନୟନ କୁହାଯାଏ। ଏହାଦ୍ୱାରା ଯଶ, ବୈଭବ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଭଗବାନ ଗଣେଶଙ୍କୁ ନଡିଆ ଖୁବ ପସନ୍ଦ। ମାନ୍ୟତା ଅନୁଯାୟୀ,ନଡିଆ ବିନା ଶୁଭକାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ। ନଡିଆ ଭାଙ୍ଗିବା ଦ୍ୱାରା କାର୍ଯ୍ୟରେ ଥିବା ସମସ୍ତ ବାଧା ଦୂର ହୋଇଥାଏ। ଏକାକ୍ଷୀ ନଡିଆ ମା’ଲକ୍ଷ୍ମୀଙ୍କୁ ଖୁବ ପ୍ରିୟ। ଏହାକୁ ଅର୍ପଣ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କର ବିଶେଷ କୃପା ପରିବାର ସଦସ୍ୟଙ୍କୁ ମିଳିଥାଏ। ଘରେ ସୁଖସମୃଦ୍ଧି, ଧନସମ୍ପତ୍ତିର ଆଗମନ ହୋଇଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉା!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment