Browsing monthly archive

February 2023

ଡେରାସଫାର୍ମ ପରିଦର୍ଶନକଲେ ଆପିକଲଅଧକ୍ଷ

ମେଣ୍ଢାଶାଳ,୨୮।୨(ଏସଏସ ନିଉଜ)ଇପିକଲ ଅଧକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ଡେରାସଠାରେ ଥିବା ଉଦ୍ୟାନ କୃଷିଫାର୍ମର ୧୦ଏକର ପରିମିତ ଜାଗାରେ ହୋଇଥିବା ପିଜୁଳି ଚାଷ, କଳାମିଚାରା ଉତ୍ପାଦନ କେନ୍ଦ୍ର, ମହୁଚାଷ ,ଛାୟାଗୃହରେ ଅମୃତଭଣ୍ଡା,କଦଳିଚାଷ ସହ ନୂତନ ଭାବେ କରାଯାଇଥିବା ସେଓ ଫଳ ଚାଷ,ସବୁଜଗୃହରେ ମୃତ୍ତିକା ବିହନ, ପନିପାରିବା ଚାରା ଉତପାଦନ କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ।ଆପିକଲ ସହାୟତାରେ ୩୦ଜଣଙ୍କୁ ନେଇ ଚାଲିଥିବା କୃଷି ଉଦ୍ୟଗି ପ୍ରଶିକ୍ଷଣ ଉଦ୍ ଜାପାନୀ ଦିବସରେ ସଫଳ ଉଦ୍ୟୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସହକାରୀ […]

କୋରାପୁଟ-ଜଗଦଲପୁର ମଧ୍ୟରେ ଟ୍ରେନ୍ ଚଳାଚଳ ବାତିଲ

କୋରାପୁଟ ,୨୮ା୨(ସଏସନିଉଜ)କୋରାପୁଟ-ଜଗଦଲପୁର ମଧ୍ୟରେ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି ।ରେଳବିଭାଗ ଓ ବାଣିଜ୍ୟ ମୁଖ୍ୟପ୍ରବନ୍ଧକ କାର‌୍ୟ୍ୟାଳୟରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।ଆସନ୍ତା୨ତାରିଖ ଯାଏଁ ବନ୍ଦ ରହିବ ରେଳ ସେବା ବୋଲି ଜଣାପଡିଛି ।

ରାଜଧାନୀରେ ପୁଣି ବାର୍ ଗଣ୍ଡଗୋଳ

ଚନ୍ଦ୍ରଶେଖରପୁର,୨୮ା୨(ଏସଏସନିଉଜ)ଚନ୍ଦ୍ରଶେଖରପୁରରେ ଏକ ବାରକର୍ମଚାରୀଙ୍କୁ ଆକ୍ରମଣ ହୋଇଛି ।ସଙ୍ଗବଦ୍ଧଭାବେ ୧୫ରୁ ୨୦ଦୁର୍ବୃତ୍ତଏହି ଆକ୍ରମଣ କରିଛନ୍ତି ।ଏହି ଆକ୍ରମଣ ଘଟଣାରେ ଜଣେଯୁବକ ଗୁରୁତର ଆହତ ହୋଇଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

ପିଟାପିଟିହୋଇ ସ୍ୱାମୀ-ସ୍ତ୍ରୀ ମୃତ୍ୟୁ

ଖଇରା, ୨୮ା୨(ଏସଏସନିଉଜ) ଦାମ୍ପତ୍ୟ କଳହରୁ ଉଭୟଙ୍କ ମଧ୍ୟରେ ପିଟାପିଟିହୋଇ ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । କଳହଯୋଗୁଁ ସ୍ତ୍ରୀକୁ ବାଡେଇବାପରେ ସ୍ୱାମୀ ବିଷପିଇଦେଇଥିବା ସୂଚନା ମିଳିଛି। ଗୁରୁତରଅବସ୍ଥାରେ ସ୍ତ୍ରୀ ଖଇରାମେଡିକାଲରେ ମୃତ୍ୟୁବରଣ କରିଥିବାବେଳେ ସ୍ୱାମୀ ଭଦ୍ରକ ମେଡିକାଲରେ ମୃତ୍ୟୁବରଣ କରିଛି। ବିଳମ୍ବିତରାତିରେ ଖଇରାଥାନା ତିଳଦାଗାଁରେ ଏହିଭଳି ଏହି ଅଭାବନୀୟ ଘଟଣା ଘଟିଛି ।  

କଟକରୁ ପୁଣି ନକଲିମେଡିସିନ୍ ଜବତ

କଟକ,୨୮ା୨(ଏସଏସନିଉଜ)ନକଲିସହର ପାଲଟିଲାଣି ପୁରୁଣାରାଜଧାନୀ। କଟକରୁ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ପୁରୀଘାଟଥାନା ଅଞ୍ଚଳ ଟାଉନହଲରୋଡରେ ଶ୍ରୀଡିଷ୍ଟ୍ରିବୁଟର ଉପରେ ଚଢାଉକରି ୨ଲକ୍ଷଟଙ୍କାର ନକଲିମେଡିସିନ ଜଵତକରିଛି ଡ୍ରଗ୍ସବିଭାଗ ଓ ପୁରୀଘାଟପୋଲିସ। ନକଲି ମେଡିସିନ୍ ବିକ୍ରିକରିବା ଅଭିଯୋଗରେ ଶ୍ରୀଡିଷ୍ଟ୍ରିବୁଟର ମାଲିକ ବିଜୟଅଗ୍ରୱାଲକୁ ଥାନାରେ ଅଟକରଖି ପୋଲିସ ପଚରାଉଚରା କରୁଛି ।

୬ଜଣିଆ ଡକାୟତିଗ୍ୟାଙ୍ଗର ପର୍ଦ୍ଦାଫାଶ

ଫୁଲବାଣୀ, ୨୮ା୨(ଏସଏସନିଉଜ)୬ଜଣିଆ ଡକାୟତିଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବାଲିଗୁଡ଼ା ପୋଲିସ। ନଗଦଏକଲକ୍ଷଟଙ୍କା , ଗୋଟିଏ ଦେଶୀପିସ୍ତଲ୍ , ଗୋଟିଏଛୁରୀ , ଦୁଇଟିମୋବାଇଲ ସମେତ ଗୋଟିଏ ଚୋରିମୋଟର ସାଇକେଲ ଅଭିଯୁକ୍ତଙ୍କ ନିକଟରୁ ଜବତକରିଛି ପୋଲିସ ।ଏନେଇ ବାଲିଗୁଡ଼ା ଏସଡିପିଓ ରୋହିତବର୍ମା ସାମ୍ବାଦିକସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।  

+୨ପରୀକ୍ଷା ପରିଚାଳନାରେ ଭାଗନେବେ ଅଧ୍ୟାପକ

ଫୁଲବାଣୀ, ୨୮ା୨(ଏସଏସନିଉଜ)+୨ପରୀକ୍ଷା ପରିଚାଳନାରେ ଭାଗନେବେ ୬୬୨ ବର୍ଗ ଅଧ୍ୟାପକା ସର୍ତ୍ତମୂଳକଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ନିଷ୍ପତ୍ତି ନିଆଯାଇଛିା ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ଭାଗନେବୋ ମନ୍ତ୍ରୀସ୍ତରୀୟକମିଟି ସହ ଆଲୋଚନାପରେ ଅଧ୍ୟାପକ ସଂଘ ଏହି ନିଷ୍ପତ୍ତି ନେଇଥିବାର ଜଣାପଡିଛି ।

ଆଜିର ରାଶିଫଳ

୨୮-୨-୨୦୨୩(ମଙ୍ଗଳବାର)ରାତ୍ରି ଘ୪।୫ ଗତେ ବିବାହ ଓ ପାଣିଗ୍ରହଣ । ବିଛାରାଶିର ଘାତଚନ୍ଦ୍ର । କନ୍ୟାରାଶିର ଘାତଚନ୍ଦ୍ର । ମକରରାଶିର ଘାତବାର । ।ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଲାଉ ଭକ୍ଷଣ ନିଷେଧ । ମେଷ:-ପରମ ଭାଗ୍ୟଶାଳୀ ହେବେ । ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟଜୀବନ ସୁଖପ୍ରଦହେବ । ମିତ୍ରସୁଖ ମିଳିପାରେ । ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ । ବୃଷ:-ଆଳସ୍ୟପରାୟଣ ହେଲେବି ଆୟ […]

କେନ୍ଦୁପାଟଣା ବିଦ୍ୟାଳୟରେ ପ୍ରଶିକ୍ଷଣଶିବିର

ବାରଙ୍ଗ,୨୭/୨(ଏସଏସନିଉଜ) ବିଦ୍ୟାଳୟ ଗଣଶିକ୍ଷାବିଭାଗ ତରଫରୁ ଭୁବନେଶ୍ବରବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନାକମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ତିନିଦିନିଆ ଏକ ସହଯୋଗ–୨ତାଲିମ ପ୍ରଶିକ୍ଷଣଶିବିର ବିଦ୍ୟାଳୟଶ୍ରେଣୀଗୃହରେ ଅନୁଷ୍ଟିତ ହୋଇଅଛି। ସୋମବାର ପ୍ରଥମଦିବସରେ ଆୟୋଜିତ ଶିବିରକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ଭଞ ଊଦଘାଟନ କରିଥିଲେ।ଶିବିରରେ ସିଆରସିସି ନିରଞନଦାସଙ୍କ ଆହ୍ବାନକ୍ରମେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ।ଆରପି ସୁକାନ୍ତୀସିଂହ ,ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି , ବିଦ୍ୟାଳୟ ପରିଚାଳନାକମିଟି ଗଠନ ଓ କାର୍ଯ୍ୟ ,ପଞ୍ଚାୟତ ଷ୍ଟାଣ୍ଡିଙ୍ଗକମିଟି ଗଠନ […]

ବାପାଙ୍କୁ ଗୁଳି କଲା ପୁଅ!.

ରାୟଗଡା ,୨୭ା୨(ଏସଏସନିଉଜ)ପାରିବାରିକ କଳହରୁ ଜଘନ୍ୟହତ୍ୟାକାଣ୍ତ ଘଟିଛି ।ରାୟଗଡାଜିଲା ପୁଟାସିଂଥାନା ଗୁଡ଼ିଗାଁରେ ପୁଅର ଗୁଳିମାଡ଼ରେ ବାପା ପ୍ରାଣ ହରାଇଛନ୍ତି । ରବିବାରସନ୍ଧ୍ୟାରେ ବାପାକାନ୍ତିନ ଓ ପୁଅମେଜ ମଧ୍ୟରେ କୌଣସିକାରଣକୁ ନେଇ ପ୍ରବଳ ଯୁକ୍ତିତର୍କ ହବାସହ ଭୟଙ୍କରରୂପ ନେଇଥିଲା । ବାପାକାନ୍ତିନ ନିଜ ସହ ବନ୍ଧୁକ ଧରି ଘରକୁ ଆସିଥିବାବେଳେ ପୁଅ ବାପାଙ୍କହାତରେ ବନ୍ଧୁକ ଦେଖି ଡରି ଯାଇ ବାପାଙ୍କ ଠାରୁ ବନ୍ଧୁକଛଡ଼ାଇବାକୁ ଚେଷ୍ଟା କରିଥିଲା। ଏହି ଟଣାଓଟରାଭିତରେ ହଠାତ୍ ବନ୍ଧୁକରେ ଲୋଡ ହୋଇଥିବା ଗୋଟିଏଗୁଳି ଫୁଟିଯିବା ସହ ସିଧାଯାଇ […]