Browsing monthly archive

February 2023

୬ଟି ସ୍ୱତନ୍ତ୍ରବର୍ଗଙ୍କୁ ମିଳିବ ମାଗଣାସାଇକେଲ

ଭୁବନେଶ୍ୱର, ୨୭ା୨(ଏସଏସନିଉଜ)ଏଥିପାଇଁ ବିଏମସିଅଧୀନରେ ୬୭୩ଜଣହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ।ଆସନ୍ତା ମାର୍ଚ୍ଚ ୨ତାରିଖରେ ଲୋକସେବାଭବନର କନଭେନସନହଲରେ ହେବ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମାଏଥିରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଦ୍ୱାରା ହିତାଧିକାରୀଙ୍କୁ ବଣ୍ଟନ କରାଯିବ ମାଗଣାସାଇକେଲାସ୍ଵଛସାଥି ଓ ଜଳମିତ୍ର ଏହି୬ଟି ସ୍ୱତନ୍ତ୍ରବର୍ଗରେ ସାମିଲ ହୋଇଛନ୍ତି ।    

ସିବିଆଇ ଜାଲରେ ସହକାରୀପୋଷ୍ଟମାଷ୍ଟର

ରାଉରକେଲା, ୨୭ା୨(ଏସଏସନିଉଜ)ଲାଞ୍ଚ ଟଙ୍କା ନେଇ ସିବିଆଇ ଜାଲରେ ପଡିଛନ୍ତି ରାଉରକେଲା ମୁଖ୍ୟ ଡାକଘରର ସହକାରୀ ପୋଷ୍ଟମାଷ୍ଟର ଓ ଏଜେଣ୍ଟ। ଜଣେ ଆକାଉଣ୍ଟଧାରୀଙ୍କଠାରୁ ଏଜେଣ୍ଟ ଜରିଆରେ ୫୦ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢାଉ ହୋଇଥିବାବେଳେ ଧରାପଡିଥିଲେ ।

କୋଇଲା ଟ୍ରେନରେ ନିଆଁ

ବଲାଙ୍ଗିର, ୨୭ା୨(ଏସଏସନିଉଜ) କୋଇଲାବୋଝେଇ ଟ୍ରେନରେ ଲାଗିଲା ନିଆଁ। ବଲାଙ୍ଗିରଷ୍ଟେସନରେ ଟ୍ରେନର ଗୋଟିଏବଗିରେ ନିଆଁ ଲାଗିଥିବାର ଜଣାପଡିଛି । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚି ନିଆଁଲିଭା କାର‌୍ୟ୍ୟ ଆରମ୍ଭ କରିଛନ୍ତି ।  

ପୂର୍ବତନସରପଞ୍ଚଙ୍କୁ ଜେଲ୍‌

ଫୁଲବାଣୀ,୨୭ା୨(ଏସଏସନିଉଜ) ପୂର୍ବତନ ପଞ୍ଚାୟତନିର୍ବାହୀ ଅଧିକାରୀ ଗୌରହରିସାହୁ ଓ ସରପଞ୍ଚ ସୁମିତ୍ରାମିଶ୍ରଙ୍କୁ ଜେଲ୍‌। ୨୦୧୦ବୌଦ୍ଧ ଖୁଣ୍ଟବନ୍ଧପଞ୍ଚାୟତ ଟଙ୍କା ଆତ୍ମସାତ ମାମଲାରେ ଆସିଛି ରାୟ। ନିର୍ବାହୀଅଧିକାରୀଙ୍କୁ ୪ବର୍ଷ ଜେଲ୍ ସହ ୨୦ହଜାର ଜରିମାନା ଓ ସରପଞ୍ଚଙ୍କୁ୨ବର୍ଷଜେଲ୍ ସହ ୧୦ହଜାର ଜରିମାନାକରିଛନ୍ତି ଭିଜିଲାନ୍ସ କୋର୍ଟା

ନିଆଁଲାଗି ଜଳିଗଲା ୨ବଖରାଚାଳଘର

ବାରଙ୍ଗ,୨୭ା୨(ଏସ ଏସ ନିଉଜ) ରବିବାର ବିଳମ୍ବିତରାତିରେ ବାରଙ୍ଗବ୍ଲକ ଅର୍ନ୍ତଗତ ଦାଢ଼ାପାଟଣାପଞ୍ଚାୟତର ମଧୁସୂଦନପୁର ଗ୍ରାମର ଅଗ୍ନିକାଣ୍ଡଘଟି ୨ବଖରା ଚାଳଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଏହିଗ୍ରାମର ଜୟରାମଦାସଙ୍କ ସୂଚନା ମୁତାବକ ରବିବାରରାତିରେ ଜୟରାମ ତାଙ୍କପରିବାର ଲୋକଙ୍କସହ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ୧.୩୦ସମୟରେ ଚାଳଘରେ ନିଆଁ ଲାଗିଯାଇଥିବା ଜାଣିବାକୁ ପାଇଥିଲେ। ହଠାତ ପରିବାର ସମସ୍ତସଦସ୍ୟ ଘରୁ ବାହାରକୁ ଚାଲିଆସିଥିଲେ।ଫଳରେ ଏକ ବଡ଼ ଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି। ତାଙ୍କ ଚିତ୍କାର ଶୁଣି ପାଖପଡୋଶୀ ଆସି ନିଆଁ ଲିଭାଇବାକୁ […]

ଶ୍ୱାସରୁଦ୍ଧହୋଇ ୨ଶ୍ରମିକ ମୃତ୍ୟୁ

ସୁନ୍ଦରଗଡ,୨୭ା୨(ଏସଏସନିଉଜ ଅଗ୍ନିକାଣ୍ଡରେ ଶ୍ୱାସରୁଦ୍ଧହୋଇ ୨ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଟାଉନ‌ଥାନା ଲୁହୁରାଢିପାରେଘରେ ଅଗ୍ନିକାଣ୍ଡପରେ ଶ୍ୱାସରୁଦ୍ଧ ହୋଇପଡିଥିଲା ।ତେବେ କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗଛରେ ଝୁଲୁଛି ଆକାଉଟାଣ୍ଟଙ୍କ ଶବ !

ଝାରସୁଗୁଡ଼ା,୨୭ା୨(ଏସଏସନିଉଜ) ଝୁଲନ୍ତାଅବସ୍ଥାରେ ମିଳିଲା ଆକାଉଟାଣ୍ଟଙ୍କ ମୃତଦେହ। ଏଲ.ଏନ୍ କଲେଜର ଆକାଉଟାଣ୍ଟଙ୍କମୃତଦେହ ଗଛରୁ ଉଦ୍ଧାର ହୋଇଛି। ଜିଲ୍ଲାପାଳକାର‌୍ୟ୍ୟାଳୟ ପଛପଟ ଅଧ୍ୟାପକ କଲୋନୀରେ ଗଛରୁ ଉଦ୍ଧାର ହୋଇଛି ।ତେବେ ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।  

ମାଟିତଳେ ରହିଛି ସୁନାପଥର

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଓଡ଼ିଶାର ଦେବଗଡ଼ , କେନ୍ଦୁଝର , ମୟୂରଭଂଜର ଆଦି ୩ଜିଲ୍ଲାର ବିଭିନ୍ନଅଞ୍ଚଳରେ ମାଟିତଳେ ଗଛିତରହିଛି ସୁନାପଥର । ଖଣି ଓ ଭୂତତ୍ତ୍ବନିର୍ଦ୍ଦେଶାଳୟ ଏବଂ ଏଝଓ ଅନୁସନ୍ଧାନରୁ ଏହା ଜଣାପଡ଼ିଛି । ସୁଧିରସାମଲଙ୍କ ପ୍ରଶ୍ନରେ ଖଣିମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ ଦେଇଛନ୍ତି ଏହି ଉତ୍ତରା

୬ ମାଓବାଦୀ ଗିରଫ

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଝାଡ଼ଖଣ୍ଡର ସିଂଘଭୂମଜିଲାରୁ ଜଣେ ଆତ୍ମଘୋଷିତକମାଣ୍ଡରଙ୍କ ସମେତ ୬ମାଓବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ବିସ୍ଫୋରକସାମଗ୍ରୀ ଜବତ ହୋଇଛି। କେତେଜଣ ମାଓବାଦୀ ସେମାନଙ୍କ କମାଣ୍ଡରଙ୍କୁ ବିସ୍ଫୋରକଦେବାକୁ ଯାଉଥିବାର ସୂଚନା ପାଇବାପରେ ସେମାନଙ୍କୁ ଧରିବା ଲାଗି ପୋଲିସର ଏକ ଟିମ୍ ବାରିପୋଖରୀଗ୍ରାମକୁ ଯାଇଥିବା ଏକରାସ୍ତାକୁ ଚାରିପଟୁଘେରି ବ୍ୟାପକ ଯାଞ୍ଚ ଚଳାଇଥିଲା।ଏହିସମୟରେ ୬ ମାଓବାଦୀଙ୍କୁଗିରଫ କରାଯିବା ସହ ଡେଟୋନେଟର ଓ ଜିଲୋଟିନ୍ ଜବତ ହୋଇଥିଲା।

ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡଶବ୍ଦ!

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡଶବ୍ଦ ବାରିପଦା ଓ ବାଲେଶ୍ୱରର ଆକାଶରେ କିଛି କ୍ଷଣ ପାଇଁ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡଶବ୍ଦରେ ଦୋହଲିଲା ଘରଦ୍ୱାର । ପ୍ରଚଣ୍ଡଶବ୍ଦ ଯୋଗୁଁ ଲୋକେ ଆତଙ୍କିତହୋଇ ଘରୁ ବାହାରି ଆସିଥିଲେ । ଶବ୍ଦସମୟରେ ଥରିଉଠିଥିଲା ଘରର କବାଟ ରକା। ପ୍ରଚଣ୍ଡ ଶବ୍ଦର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି ।