Browsing daily archive

March 3, 2023

ଆଜିର ରାଶିଫଳ

ମାର୍ଚ୍ଚମାସ ୦୪ତାରିଖ ୨୦୨୩ମସିହା(ଶନିବାର)ଫାଲଗୁନମାସ-ଶୁକ୍ଳପକ୍ଷ ,ତିଥି- ଦ୍ଵାଦଶୀ ଦିବା ଘ୧୨/୪୫ ଗତେ ତ୍ରୟୋଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୮/୪୮ ,ସୂର୍ଯ୍ୟାସ୍ତ -,-ସନ୍ଧ୍ୟା ଘ୦୫/୪୯/୫୯ ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ,ପୋଇଶାଗ ଦିବାଘ୧୧/୪୫ଗତେ ବାଇଗଣଭକ୍ଷଣ ନିଷେଧ ।  ମେଷ:-ମନରେ ଧାର୍ମିକଭାବନା ଉଦୟ ହେବ। ବିନାସ୍ବାର୍ଥରେ ଅନ୍ୟର ସହାୟତାକରି ଖୁସି ଅନୁଭବକରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରିଭୋଜନ ପାଇଁ ବାହାରକୁଯିବେ। ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣରହିବ। ଘରେପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। […]

ଟଙ୍କାନେଇ ଦେଲେନାହି ଜମି

ବାରଙ୍ଗ,୩ା୩(ଏସଏସନିଉଜ)ଜମିଦେବାକୁ ଟଙ୍କାନେଇ ଚୁକ୍ତିମୁତାବକ ଜମି କିମ୍ବା ଟଙ୍କା ନଫେରାଇବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ଶୁକ୍ରବାରଦିନ ଟଙ୍କପାଣିରୋଡ ପାଣ୍ଡବନଗରରେ ରହୁଥିବା ଶକ୍ତି ଡେଭଲପରସର ମ୍ୟାନେଜିଂ ଡ଼ାଇରେକ୍ଟର ରମେଶଚନ୍ଦ୍ରମହାପାତ୍ର(୭୦)ଙ୍କୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସ ଯେ,୨୦୧୯ମସିହାରେ ସରାକାରୀଚାକିରିରୁ ଅବସରନେଇଥିବା ଶୈଳଶ୍ରୀବିହାରର ଅତୁଲ୍ୟକୁମାରମହାନ୍ତିନାମକ ଜଣେ ବ୍ୟକ୍ତିଙ୍କ ସହ ରମେଶଙ୍କର ପରିଚୟ ଥିଲା ।ଏହି ସୁଯୋଗରେ ରମେଶ ତାଙ୍କୁ ଫସାଇ ଜମିବ୍ୟବସାୟରେ ଟଙ୍କା ଲଗାଇବାକୁ ପ୍ରବର୍ତାଇଥିଲେ । ଅଧିକ ଲାଭ ଆଶାଦେଖାଇ ଅତୁଲ୍ୟଙ୍କଠାରୁ ୧୯ଲକ୍ଷଟଙ୍କା ନେଇଥିଲେ । ଟଙ୍କା ନେବା ସମୟରେ […]

ନନ୍ଦନକାନନରେ ପଶିଲା ଦୁଇଦନ୍ତା

ବାରଙ୍ଗ,୩ା୩(ଏସଏସନିଉଜ) ଗତକିଛିଦିନର ବ୍ୟବଧାନ ପରେ ପୁଣି ନନ୍ଦନକାନନରେ ପଶିଛି ଦନ୍ତାହାତୀ ।ଶୁକ୍ରବାର ସକାଳେ ନନ୍ଦନକାନନରେ ଦୁଇଟି ଦନ୍ତାହାତୀ ପସିଥିବାର ଜଣାପଡିଥିଲା ।ହାତୀଦୁଇଟି ଚନ୍ଦକାଜଙ୍ଗଲରୁ ବାହାରି ରଘୁନାଥପୁର ଗାଁମୁଣ୍ଡ ବଡବାଙ୍କ ପାଖରେ ନନ୍ଦନକାନନର ସୁରକ୍ଷାପ୍ରାଚୀରରର ଦୁଇଟିସ୍ଥାନରେ ପ୍ରାୟ ୧୫ଫୁଟ ଲମ୍ବର ପାଚେରୀ ଭାଙ୍ଗି ଭିତରକୁ ପଶିଥିଲେ ।ହାତୀସଫାରୀର ହାତୀଶାଳକୁ ସଂଯୋଗ ଥିବା ସୁରକ୍ଷା ଗେଟପାଖ ଓ କୁମ୍ଭୀରଟାଙ୍କୀ ପଛପଟେ ଥିବା ଲନରେ ଜଙ୍ଗଲି ଦନ୍ତାହାତୀ ଝାଡା ବସିଥିବାର କର୍ମଚାରୀମାନେ ଶୁକ୍ରବାର ସକାଳେ ଦେଖିବାପରେ ନନ୍ଦନକାନନ ରେ ହାତୀ ପଶିଥିବାର […]

ନନ୍ଦନକାନନରୁ ନିଖୋଜ ହେଲେ ପୁରୀରୁ ମିଳିଲେ ଜୟଶ୍ରୀ

ବାରଙ୍ଗ,୩ା୩(ଏସଏସନିଉଜ) ଗତ ଗୁରୁବାରଦିନ ନନ୍ଦନକାନନ ବୁଲିବାକୁଆସି ନିଖୋଜହୋଇଯାଇଥିବା ୭୦ବର୍ଷର ବୃଦ୍ଧା ଜୟଶ୍ରୀଦେବୀଙ୍କୁ ପରିବାରଲୋକେ ପୁରୀରୁ ଫେରିପାଇଛନ୍ତି।ଜାମ୍ମୁଇ(ବିହାର) ଜିଲ୍ଲାର ଝାଝା ଥାନା ଅନ୍ତର୍ଗତ ଝାଝା ଗ୍ରାମର ଜୟଶ୍ରୀଦେବୀ ନିଜ ପରିବାର ସହି ନନ୍ଦନକାନନ ବୁଲିଆସିଥିଲେ।ଗୁରୁବାର ଅପରାହ୍ନ ୪ଟାରେ ଟିକଟକରି ପ୍ରାଣୀଉଦ୍ୟାନଭିତରକୁ ପ୍ରବେଶକରିଥିଲେ।ପରିସରରେ ବୁଲିବାସମୟରେ ଜୟଶ୍ରୀ ନିଖୋଜହୋଇଯାଇଥିଲେ।ଏନେଇ ପରିବାରଲୋକେ ନନ୍ଦନକାନନ ମୁଖ୍ୟଫାଟକରେ ଦାୟିତ୍ବରେଥିବା କର୍ମଚାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବ ଦେଇନଥିଲେ।ପରେ ଘଟଣା ସମ୍ପର୍କରେ ପୁଅ ରାଜଶର୍ମା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ କରିଥିଲେ।ସିସିଟିଭି ଫୁଟେଜରୁ ପ୍ରସ୍ଥାନ ସମୟରଦୃଶ୍ୟ […]

ମୁକ୍ତିଲାଭ କଲା ବାଜିବ ଲୋ ସାହାନାଇ

ଭୁବନେଶ୍ୱର,୩ା୩(ଏସଏସନିଉଜ ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆସିନେମା ‘ବାଜିବ ଲୋ ସାହାନାଇ ଆଜି ମୁକ୍ତିଲାଭ କରିଛିାଭୁବନେଶ୍ବରସ୍ଥିତ ସିନେପଲିସ୍ ସମେତ ରାଜ୍ୟର୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି।ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବାବେଳେ ସ୍ବର୍ଗତ ରାଇମୋହନପରିଡ଼ାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।  

ବିମାନରେ ପକ୍ଷୀମାଡ ପରେ ବିଏମସିର ପଦକ୍ଷେପ

ଭୁବନେଶ୍ୱର,୩ା୩(ଏସଏସନିଉଜ)ବିମାନରେ ପକ୍ଷୀମାଡ ପରେ ବିଏମସିର ପଦକ୍ଷେପ ।ଏୟାରପୋର୍ଟ ପାଶ୍ୱର୍ର ଜାଗମରାରେଥିବା ଆମିଷ ଦୋକାନ କରିଛି ଉଚ୍ଛେଦ ।ପ୍ରାୟ ୫୦ଟିଦୋକାନ ଉଚ୍ଛେଦ କରାଯାଇଥିବାବେଳେ ଫାଷ୍ଟଫୁଡ୍ ଦୋକାନ ମଧ୍ୟ ଉଚ୍ଛେଦ କରାଯିବ।୩ ଜଣିଆ ଏନଫୋର୍ସମେଣ୍ଟଟିମ୍ ଉପସ୍ଥିତିରେ ଚାଲିଛି ଉଚ୍ଛେଦ ।  

୧୨୦୦ବର୍ଷ ତଳର ବିଷ୍ଣୁମନ୍ଦିର ଠାବ

ଭୁବନେଶ୍ୱର,୩ା୩(ଏସଏସନିଉଜ)କୋରାପୁଟରେ ୧୨୦୦ବର୍ଷ ତଳର ବିଷ୍ଣୁମନ୍ଦିର ଠାବ ହୋଇଛି ।ଏହିସ୍ଥାନଟି ହେଉଛି କୋରାପୁଟଜିଲ୍ଲା କୁନ୍ଦୁରାବ୍ଲକର ଗୋରାହାଣ୍ଡିରେଥିବା ଏକ ପୁରାତନ ବିଷ୍ଣୁମନ୍ଦିର।ଏହିମନ୍ଦିରକୁ ନଳ ବଂଶର ରାଜାମାନେ ପ୍ରତିଷ୍ଠା କରିବାର ଅନୁମାନ କରାଯାଉଛି।

ଚିନ୍ମୟୀ ମୃତ୍ୟୁ ଘଟଣାରେ ପୋଲିସର ଛାନଭିନ୍

ଭୁବନେଶ୍ୱର,୩ା୩(ଏସଏସନିଉଜ)ଭିସୁଟ୍ ପୂର୍ବତନଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ପୋଲିସର ଛାନଭିନ୍ ଆରମ୍ଭ କରିଛି। ଚିନ୍ମୟୀଙ୍କ ଭୁବନେଶ୍ୱର ବିଜେବିନଗର ଭଡାଘରେ ବୁର୍ଲାପୋଲିସ ପହଂଚି ତନାଘନା ଜାରି କରିଛି ।ଚିନ୍ମୟୀଙ୍କଘରୁ ବ୍ୟାଗ, ଲାପଟପ୍‌, କିଛି କାଗଜପତ୍ର କରିଛିଜବତ ।ଭିସୁଟଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏଯାଏ କିଛି ଜଣାପଡିନଥିବାବେଳେ ଏପଟେ ପରିବାରଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି ।  

ବଡ଼ମାଳରେ ବାଘଆତଙ୍କ

ଭୁବନେଶ୍ୱର,୩ା୩(ଏସଏସନିଉଜ)ବଡ଼ମାଳ ଗୋଳାବାରୁଦ କାରଖାନାରେ ବାଘ ଆତଙ୍କ ଦେଖାଯାଇଛି ।ଯାହାକୁ ନେଇ ସାଧାରଣ ଲୋକ ଲୋକେ ଭୟଭୀତ ହୋଇପଡିଛନ୍ତି ।ବାଘ ବୁଲିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବାର ଜଣାପଡିଛି ।

ଜଳିଗଲା କବାଡ଼ିଗୋଦାମ

ଖୋର୍ଦ୍ଧା, ୩ା୩(ଏସଏସନିଉଜ) ବରୁଣେଇ ପାହାଡ଼ ନିକଟରେ ଥିବା କବାଡ଼ିଗୋଦାମରେ ଅଗ୍ନିକାଣ୍ଡ ଘଟିଛି ।ନିଆଁଲାଗି କବାଡ଼ିଗୋଦାମରେ ଥିବା ବହୁସାମଗ୍ରୀ ଜଳିଯାଇଛି ।ନିଆଁ ଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ନିଆଁକୁ ଆୟତ କରିବାପାଇଁ ଖବରପାଇ ଦମକଳବାହିନୀ ପହଁଚି ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ।