Browsing daily archive

March 3, 2023

ଭିଜିଲାନ୍ସ ଜାଲରେ ଖଣିବିଭାଗ ଉପନିର୍ଦ୍ଦେଶକ ଓ ଜଳସେଚନ ବିଭାଗ ଯନ୍ତ୍ରୀ

ଭୁବନେଶ୍ୱର,୩।୩(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଛନ୍ତି ଖଣିବିଭାଗ ଉପ-ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ।ତାଙ୍କ ବାସଭବନ ସହ କାର୍ଯ୍ୟାଳୟରେ ରେଡ୍ ଚାଲିଥିବାବେଳେ ପୈତୃକଘର ସହ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଚାଲିଛି।ସେହୁଭଳିଭାବେ ଆୟବହିର୍ଭୂତ ସଂପତ୍ତି ଠୁଳଅଭିଯୋଗରେ ଭବାନୀ ପାଟଣା KBK କ୍ଷୁଦ୍ର ଜଳ ସେଚନବିଭାଗର ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଛି। ଭୁବନେଶ୍ୱରର ୩, ଅନୁଗୋଳର ୩ ଓ ଭବାନୀପାଟଣାର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ।

ରାୟଗଡ଼ା ଓ କୋରାପୁଟରେ ମୃଦୁଭୂମିକମ୍ପ

ଭୁବନେଶ୍ୱର,୩।୩(ଏସଏସ ନିଉଜ)ଆଜି ଭୋର୫.୫ମିନିଟ ସମୟରେ ଓଡ଼ିଶାର ରାୟଗଡ଼ା ଓ କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି| ଭୂକମ୍ପର ତୀବ୍ରତା ୩.୮ ରହିଛି। ଵିଶେଷ କରି ରାୟଗଡ଼ା ଜିଲ୍ଲା ସମେତ କୋରାପୁଟର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭବ କରିଛନ୍ତି ଲୋକେ। ଏ ନେଇ କିଛି ସମୟ ଲାଗି ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିବାର ଜଣାପଡିଛି।