Browsing daily archive

March 6, 2023

ହକିପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବାଲାଇନ୍

ଭୁବନେଶ୍ୱର,୬।୩(ଏସଏସ ନିଉଜ)ହକି ପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବା ଲାଇନ୍ ହୋଇଛି। ବିର୍ସାମୁଣ୍ଡାଷ୍ଟାଡିୟମ ଆଗରେ ସକାଳୁସକାଳୁ ହକିପ୍ରେମୀଙ୍କ ଭିଡ ଲାଗିଛି lଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ହକି ପ୍ରୋଲିଗମ୍ୟାଚ ।ଏଥିପାଇଁ ଆଜିଠାରୁ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବାକୁ ଯାଉଛି । ଟିକଟ ନେବାକୁ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା ହୋଇଛି ।

ପୁଣି ମିଳିଛି ବାଘପାଦଚିହ୍ନ

ସୁନ୍ଦରଗଡ,୬।୩(ଏସଏସ ନିଉଜ)ସୁନ୍ଦରଗଡଯାହାକୁ ନେଇ ଗାଁଲୋକ ମାନେ ଭୟଭୀତ ହୋଇ ପଡିଛନ୍ତିlସୁନ୍ଦରଗଡଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ବାଘର ପାଦଚିହ୍ନ ପଡିଥିବାର ଆଜି ସକାଳୁ ଗାଁ ଭିତରେ ଦେଖିବାକୁ ମିଳିଛି ।ଏନେଇ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସେପଟେ ଗାଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଜୋରସୋରରେ ଚାଲିଛି ଦୋଳବିଧି ପ୍ରସ୍ତୁତି

ପୁରୀ,୧୬।୩(ଏସଏସନିଉଜ)ଜୋରସୋରରେ ଚାଲିଛି ଦୋଳ ବିଧି ପ୍ରସ୍ତୁତି।ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହ୍ୱବ। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବାପରେ ଆଜ୍ଞାମାଳପାଇ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀକୁ ବିଜେ କରିବେ l

ରାବ୍ରିଦେବୀଙ୍କ ଘରେCBI

ଭୁବନେଶ୍ୱର,୬।୩(ଏସଏସ ନିଉଜ)ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ CBI ଟିମ୍‌ lବିହାର ପାଟନାସ୍ଥିତ ଘରେ CBI ଟିମ୍‌ର ପଚରାଉଚରା ଚାଲିଛି lଚାକିରିପାଇଁ ଜମିଦୁର୍ନୀତି ମାମଲାରେ ପଚରାଉଚରା ହେଉଥିବାର ଜଣାପଡିଛିl

ଘର ଭିତରେ ମହିଳାଙ୍କ ମୃତଦେହ

ଆସିକା,୬।୩(ଏସଏସ ନିଉଜ)ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି lସ୍ବାମୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି lପାଟପୁରଥାନା ଡେଙ୍ଗାଡ଼ିଗାଁରେ ଏହି ଅଭାବନୀୟଘଟଣା ଘଟିଛି ଉଭୟ ସ୍ବାମୀସ୍ତ୍ରୀ ଶିକ୍ଷକ- ଶିକ୍ଷୟିତ୍ରୀ ହୋଇଥିବାବେଳେ ; ଅନ୍‌ଲାଇନ୍‌ ମନି ଗେମ୍‌ ପାଇଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। l

ବାଣବିସ୍ଫୋରଣରେ ଜଳିଗଲା ଘର

ଖୋର୍ଦ୍ଧା,୬।୩(ଏସଏସନିଉଜ) ବାଣ ବିସ୍ଫୋରଣରେ ଜଳିଗଲା ଘର lଟାଙ୍ଗୀଥାନା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟିଛି l ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘରଭିତରେ ୪ ଜଣ ଫସିଛନ୍ତି lବର୍ତ୍ତମାନସୁଦ୍ଧା ୪ ଜଣଙ୍କ ବାବଦରେ କିଛି ସୂଚନା ମିଳିନି lଦୋଳ ପ୍ରସ୍ତୁତିପାଇଁ ଘର ଭିତରେ ବାଣ ରଖାଯାଇଥିବା ସୂଚନା ମିଳିଛି l

ନରସିଂହମିଶ୍ରଙ୍କ ସମାଲୋଚନା

ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାଗସ୍ତକୁ ନରସିଂହମିଶ୍ର ସମାଲୋଚନା କରିଛନ୍ତି lନିର୍ବାଚନକୁ ଆଖିରେ ରଖି ନବୀନ ରୋଡ୍ ସୋ’କରୁଛନ୍ତି lସ୍କୁଲରେ ରଙ୍ଗ ବୋଳିଦେଲେ, କିନ୍ତୁ ଶିକ୍ଷକ ନାହାନ୍ତି।ମେଡିକାଲ ରେ ଡାକ୍ତର ନାହାନ୍ତି, ଚାଷୀଙ୍କ ଦୁଃଖ ନ କହିବା ଭଲ।କେବିକେ ରେ ଦ୍ୱିତୀୟ କୃଷି ବିଦ୍ୟାଳୟ କୁଆଡ଼େ ଗଲା ?ନିର୍ବାଚନ ଜିତିବା ସେ ଜାଣିଛନ୍ତି, ତାଙ୍କୁ କେହି ପାରିବେନି ବୋଲି କହିଛନ୍ତି ନରସିଂହମିଶ୍ର।

କାଠଫାଳିଆରେ ପିଟିପିଟି ହତ୍ୟା!

ବଣାଇ,୬।୩(ଏସଏସନିଉଜ) ମହୁଲପଦାଥାନା ହାତୀସୋଲ ଗାଁରେ ହତ୍ୟାକାଣ୍ଡ ଘଟିଛି। ଜମି ପାଇଁ ବିଳମ୍ବିତ ରାତିରେ ପଡ଼ୋଶୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ l

ହାଇୱାକୁ ପଛରୁ ପିଟିଲା କାର୍,୧ମୃତ

ନିଆଳି,୬।୩(ଏସଏସନିଉଜ) ଆମଣାକୁଦ ଛକରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି।ପାର୍କିଂ କରିଥିବା ଏକ ହାଇୱାକୁ ପଛରୁ ପିଟିଛି କାର୍।ଏଥିରେ ୭ବର୍ଷର ପୁଅ ମୃତୁବରଣକରିଥିବାବେଳେ ବାପାମାଆ ଓ ଦେଢବର୍ଷର ଝିଅ ଗୁରୁତର ହୋଇଛି।ଜଗତସିଂହ ପୁରର ହାଜିପୁରାରୁ ଚଣାହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି l

କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍‌

ଭୁବନେଶ୍ୱର,୬।୩(ଏସଏସ ନିଉଜ)ଆସନ୍ତା ମାର୍ଚ୍ଚ୧୦ରୁ ୧୭ତାରିଖ ଯାଏଁ ଚାଲିବ ମାଟ୍ରିକପରୀକ୍ଷା। ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରାଯିବ।ପରୀକ୍ଷାକେନ୍ଦ୍ର ଗୁଡିକୁ ଅଚାନକ ଗସ୍ତକରିବେ ସ୍କ୍ୱାଡ୍‌। ଦ୍ୟାଳୟ ଓ ଗଣଶିକ୍ଷା ବିଭାଗମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।