Browsing daily archive

March 8, 2023

ଆଜିର ରାଶିଫଳ

୯-୩-୨୦୨୩(ଗୁରୁବାର)ବୃଷ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭରାଶିର ଘାତବାର ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବୋଇତି କଖାରୁ ରାତ୍ରି ଘ୯।୧୨ ଗତେ ପୋଟଳଭକ୍ଷଣ ନିଷେଧ । ମେଷ:-ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । କୌଣସି ଲୋକ ଆପଣଙ୍କର ପରାମର୍ଶ ନେବେ। ବେପାରରେ ଯଥେଷ୍ଟ ଲାଭ ହେବ। ବୃଷ:-କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ ଅଚାନକ ଅର୍ଥ ଆସିବ । ବାପାଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନନେବେ। ମିଥୁନ:-କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ […]

ନିଆଁ ଲାଗି ୫ଦୋକାନ ଭସ୍ମୀଭୂତ

ଭୁବନେଶ୍ବର, ୮ା୩(ଏସଏସନିଉଜ)ଆଜି ମଧ୍ୟାନ୍ନରେ ଚନ୍ଦ୍ରଶେଖରପୁରସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପଦୂରରେ ପଛପଟରେଥିବା ଏକ ଭେଣ୍ଡିଂଜୋନ୍‌ରେ ନିଆଁଲାଗିଛି। ଏହିଅଗ୍ନିକାଣ୍ଡରେ ୫ଟିଦୋକାନ ଭସ୍ମୀଭୂତ ହୋଇଯାଇଛି। ନିଆଁଲାଗିବା କାରଣରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁଆୟତ୍ତକୁ କରିଛି ।    

ହୋଲିରେ ଅଘଟଣ-୧ମୃତ,୧ନିଖୋଜ

ବଲାଙ୍ଗୀର, ୮ା୩(ଏସଏସନିଉଜ) ରଂଗର ପର୍ବ ହୋଲିରେ। ବଲାଙ୍ଗୀର ସହର ଏବଂ କଟକ ଜିଲ୍ଲା ନିଶ୍ଚିତକୋଇଲିରେ ଅଘଟଣ ଘଟିଛି।ହୋଲି ଖେଳପରେ ସାଙ୍ଗମାନଙ୍କର ସହିତ ଗାଧୋଇବାସମୟରେ ୨ଜଣ ଯୁବକ ପାଣିରେବୁଡ଼ି ଯାଇଛନ୍ତି। ବଲାଙ୍ଗୀର ସହରରେ ଜଣେ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିଲା ବେଳେ ନିଶ୍ଚିତକୋଇଲିରେ ନଦୀରେ ଜଣେ ଯୁବକ ନିଖୋଜ ଅଛନ୍ତି ।ବୁହାଳଗାଁର ରାଜକୁମାରସେନାପତି ସାଙ୍ଗମାନଙ୍କ ସହ ନିଶ୍ଚିନ୍ତକୋଇଲିର ନାଗାମଠନିକଟରେ ଯାଇଥିବା ଲୁଣାନଦୀରେ ଗାଧୋଇବାବେଳେ ଜଳରସ୍ରୋତ ଭସାଇ ନେଇଥିଲା। ଖବରପାଇ ଅଗ୍ନିଶମବାହିନୀ ଖୋଜା ଜାରି ରଖିଛନ୍ତି।

ଇରାନର ଭାଗ୍ୟ ଚମକିଲା

ଭୁବନେଶ୍ୱର,୮ା୩(ଏସଏସନିଉଜ) ନିକଟରେ ଲିଥିୟମର ଏକ ବିଶାଳଭଣ୍ଡାର ଭାରତରେ ରହିଥିବା ଜଣାପଡ଼ିଥିବାବେଳେ ବର୍ତ୍ତମାନ ଇରାନରେ ଏହାର ସନ୍‌ଧାନ ମିଳିଛି । ମାଟିତଳେ ବହୁପରିମାଣରେ ଲିଥିୟମଥିବାର ଜଣାପଡ଼ିବାପରେ ଦେଶର ପଶ୍ଚିମପ୍ରଦେଶର ଏକ ବୃହତ ଲିଥିୟମଭଣ୍ଡାର ଆବିଷ୍କାର କରାଯାଇଛି ବୋଲି ଇରାନ କହିଛି ।

ସମୁଦ୍ରମଝିରେ ଗୁପ୍ତଚର ପାରା

ପାରାଦୀପ, ୮ା୩(ଏସଏସନିଉଜ) ସମୁଦ୍ରମଝିରୁ ଦେହରେ ଲାଗିଥିବା କ୍ୟାମେରା ଓ ଚିପ୍ ଥିବା ଏକଗୁପ୍ତଚରପାରାକୁ ଉଦ୍ଧାର କରାଯାଇଛି ।। ପାରାଡେଣାରେ ଏକ ଅଜଣା ବିଦେଶୀଭାଷାରେ ଲେଖାକୁନେଇ ସନ୍ଦେହ ଏବେ ବଢିବାରେ ଲାଗିଛି । କୋଣାର୍କନିକଟ ଗଭୀରସମୁଦ୍ରରେ ସାରଥୀନାମକ ଟ୍ରଲର ମାଛଧରୁଥିବା ସମୟରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପାରାଟିକୁ ଉଦ୍ଧାର କରାଯାଇଛି। ମେରାଇନ୍ ଥାନାପୋଲିସ ପହଞ୍ଚି ଟ୍ରଲରରୁ ପାରାକୁ ଉଦ୍ଧାର କରିଛି ।ତେବେ ଏହି ପାରାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।

ପୁଲିସହେପାଜତରେ ଥିବା ୬ଟିଗାଡ଼ି ଜଳିଗଲା

କୋରାପୁଟ ,୮ା୩(ଏସଏସନିଉଜ) ଟାଉନଥାନା ହକିପଡ଼ିଆରେ ପୁଲିସହେପାଜତରେ ଥିବା ୬ଟିଗାଡ଼ି ଜଳିଯାଇଛି ।କେହିକିଛି ଜାଣିବାପୁର୍ବରୁ ହଠାତ ଲାଗିଯାଇଥିଲା ନିଆଁ ।ଯାହାଫଳରେ ଗତକାଲି ରାତିରେ ୪ଟିକାର୍ ଓ ୨ଟିଅଟୋ ନିଆଁ ଲାଗି ଜଳିଯାଇଥିଲା ।ତେବେ ଏହାକୁ କେହି ଦୁର୍ବୁତ ନିଆଁ ଲଗାଇ ଦେଇଥିବାର ଜଣାପଡିଛି ।  

ଗୋଳାପୋଖରୀ ଛକରେ ପୁଲିସର ଫାଙ୍କା ଗୁଳିଚାଳନା

ବାଲେଶ୍ୱର,୮ା୩(ଏସଏସନିଉଜ) ଟାଉନଥାନାଠାରୁ କିଛି ଦୂରରେଥିବା ଗୋଳାପୋଖରୀ ଛକରେ ମଙ୍ଗଳବାର ରାତିରେ ୨ଗୋଷ୍ଠୀ ମୁହାଁମୁହିଁ ହେବା ଓ ପରିସ୍ଥିତିକୁ ନନିୟନ୍ତ୍ରଣକୁ ଆଣିବାପାଇଁ ପୋଲିସକୁ ଫାଙ୍କାଗୁଳିଚାଳନା କରିବାକୁ ପଡିଛି ।ଏକ ଗୋଷ୍ଠିପକ୍ଷରୁ ଶ୍ରୀରାମନବମୀଉପଲକ୍ଷେ ପତାକାବନ୍ଧା ଏବଂ ଜୟଶ୍ରୀରାମନାରା ପଡ଼ିବାକୁନେଇ ଅନ୍ୟ ଏକଗୋଷ୍ଠୀ ବିରୋଧ ଆରମ୍ଭ କରିଥିଲେ।ଏହାକୁନେଇ ଅପ୍ରତୁକିର ପରିସ୍ଥିତି ସୃଷ୍ଟିହେବାରୁ ଘଟଣାସ୍ଥଳରେ ପହଁଚି ଆଇଆଇସି ପର୍ଶୁରାମସାହୁ ଉଭୟଙ୍କୁ ବୁଝାସୁଝା କରିବା ସହ ଜଣେ ଯୁବକକୁ ଧରି ଥାନାକୁ ଆଣୁଥିôଲେ ।ଏହିସମୟରେ ପୋଲିସ ଉପରକୁ ପ୍ରବଳ ପଥରମାଡ଼ ହୋଇଥିଲା । ଏଥିରେ […]

ହୋଲିରେ ଗଡ଼ିଲା ମୁଣ୍ଡ

ଆଠଗଡ,୮ା୩(ଏସଏସନିଉଜ) ହୋଲିରେ ଆଜି ଗଡିଛି ମୁଣ୍ଡ ।କିଛି ଲୋକ ସଂଘବଦ୍ଧ ହୋଇ ଆକ୍ରମଣ କରିବାରୁ ଗୋଟିଏପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କଟକଜିଲ୍ଲା ତିଗିରିଆଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣାଗ୍ରାମର ମୁଣ୍ଡିଆସାହିରେ ଆଜି ସକାଳେ ଗୋଟିଏ ପରିବାରର ତିନିଜଣଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି ।ଏଥିରେ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ବାପା ଚିନ୍ତାମଣି ବେହେରାଙ୍କର ମୃତ୍ୟୁ ହୋଇଥିବାବେଳେ ମା-ଝିଅ ଗୁରୁତର ଆହତ ହୋଇଛନ୍ତି । ଉଭୟକୁ ଗୁରୁତରଅବସ୍ଥାରେ କଟକ […]

କୋଇଲା ବୋଝେଇ ଟ୍ରେନରେ ନିଆଁ

ସୋର, ୮ା୩(ଏସଏସନିଉଜ) ତାଳଚେରରୁ ଆଦ୍ରା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଛି । ଟ୍ରେନର ୧୩ନଂ ବଗିରେ ନିଆଁ ଲାଗିଛି । ମାର୍କୋଣା ରେଳଷ୍ଟେସନରେ ଏହାଜଣାପଡିବାପରେ ଷ୍ଟେସନମାଷ୍ଟର ଟ୍ରେନଟିକୁ ଅଟକାଇଥିଲେ। ରେଳକର୍ମଚାରୀ ନିଆଁ ଲିଭାଇବାକୁ ଚେଷ୍ଟାକରି ସଫଳ ନହେବାରୁ ଖବରପାଇ ସୋର ଅଗ୍ନିଶମ ବାହିନୀ ୨ଟିଦମକଳ ଗାଡି ଆସି ପହଁଚିଛି ।