Browsing monthly archive

March 2023

ପୁଣି ବାଘ ଆତଙ୍କ

ଭୁବନେଶ୍ୱର,୨୩ା୩(ଏସଏସନିଉଜ)କିଛିଦିନ ହେଲା ନୂଆପଡାଅଞ୍ଚଳରେ ବାଘଆତଙ୍କ ଦେଖିବାକୁ ମିଳିଛି । ବିଭିନ୍ନସ୍ଥାନରୁ ବାଘର ପାଦଚିହ୍ନ ମିଳିବାସହ ଗାଈବାଛୁରୀ ମାରି ଖାଉଥିବାମଧ୍ୟ ନଜରକୁ ଆସିଛି ।ଆଜି ସକାଳୁସକାଳୁ ବାଘଟି ବାଛୁରୀଟିକୁ ମାରିଖାଇଥିବା ଜଣାପଡିଛି । ସେପଟେ ବନବିଭାଗ ବାଘକୁ ଟ୍ରାକ୍ କରିବାକୁ ଉଦ୍ୟମ ଜାରିରଖିଛି ।

୨୦୨୪ରେ ଆମେ ଗଢିବୁ ସରକାର

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ବିଜେପି ମଙ୍ଗ ଧରିବାପରେ ମନମୋହନ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି୨୦୨୪ରେ ଆମେ ଗଢିବୁ ସରକାର ।ସମସ୍ତଙ୍କୁନେଇ କାମକରିବି । ‘ଗୋଟିଏ ଟିମ୍ ହୋଇ କାମକରିବୁ । ତେବେ ଏଥିପାଇଁ ମୋତେ ସମସ୍ତଙ୍କ ସହଯୋଗ ଲୋଡା ।ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପିକୁବି ଧୀରେଧୀରେ ଲୋକେ ବାଛିଲେଣି । ଗତନିର୍ବାଚନରେ ଏହା ପ୍ରମାଣିତ ହୋଇସାରିଛି ।

ଆଜି କଙ୍ଗନାରାଣାୱତ ଜନ୍ମଦିନ

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ଆଜି ବଲିଉଡ କୁଇନ୍ କଙ୍ଗନା ରାଣାୱତ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି।ଜନ୍ମଦିନ ଅବସରରେ କଙ୍ଗନା ସୋସିଆଲମିଡିଆରେ ଏକଭିଡିଓ ସେୟାରକରି ତାଙ୍କପରିବାର, ଗୁରୁ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ସେ ସେହିଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେତାଙ୍କୁ ପ୍ରତ୍ୟେକସମୟରେ ଟ୍ରୋଲ କରୁଛନ୍ତି।

ଗନ୍ଧମାର୍ଦ୍ଧନ ପାର୍ବତ୍ୟାଞ୍ଚଳକୁ ମିଳିଲା ଐତିହ୍ୟସ୍ଥଳୀର ମାନ୍ୟତା

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ଗନ୍ଧମାର୍ଦ୍ଧନ ପାର୍ବତ୍ୟାଞ୍ଚଳକୁ ମିଳିଲା ଓଡ଼ିଶାର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ।ବଲାଙ୍ଗୀର ଓ ବରଗଡ଼ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଧନପର୍ବତର ୧୯୦ବର୍ଗ କିଲୋମିଟର ଅଞ୍ଚଳକୁ ଏହି ଜୈବବିବିଧତା ଐତିହ୍ୟସ୍ଥଳୀରେ ଅନ୍ତର୍ଭୁକ୍ତ କରାଯାଇଛି।ଏନେଇ ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

ଜେଲ୍ ଯିବେ ମଦୁଆଡ୍ରାଇଭର

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ମଦୁଆ ଡ୍ରାଇଭରଙ୍କୁ ସାବାଡ଼ ପାଇଁ ଆଜିଠୁ ବଡ଼ ଅଭିଯାନ ଆରମ୍ଭ ହୋଇଛି ।ଆଜିଠାରୁ ସାରାରାଜ୍ୟରେ ୩ଦିନ ଧରି ଚାଲିବ ଚେକିଂ ।ସୂଚନାଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ।

ବିଦ୍ୟୁତ୍ ଦର ଅପରିବର୍ତ୍ତିତ

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ରାଜ୍ୟରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତରହିଛି । ଦର ବଢ଼ିବନି କହିଲେ OERC। ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତଦର ଅପରିବର୍ତ୍ତିତ। ପୂର୍ବପରି ପ୍ରଥମ୫୦ୟୁନିଟପାଇଁ ୟୁନିଟ୍ ପିଛା୩ଟଙ୍କା ରହିଲା। ଡିଜିଟାଲ୍ ପେମେଣ୍ଟକଲେ ଖଞଉପଭୋକ୍ତାଙ୍କୁ ମିଳିବ୪%ରିହାତି।ଶୀତଳଭଣ୍ଡାରପାଇଁ ୟୁନିଟପିଛା ୧ଟଙ୍କା ୬୦ପଇସା ରିହାତି ।

ଫୁଟେ ଜାଗାପାଇଁ ଗଲା ଜୀବନ

ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଫୁଟେ ଜାଗାପାଇଁ ଗଲା ଜୀବନ ଓ ଏହାସହ ୨ଜଣ ଗୁରୁତର ଆହତ ହୋଇଛନ୍ତି l

ମନମୋହନ ସାମଲ ହେଲେ

ମନମୋହନସାମଲ ହେଲେ ରାଜ୍ୟ ବିଜେପିସଭାପତି ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି। ନିଯୁକ୍ତି ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ ମିଳିଛି।

ମାଡ଼ିଗଲା ମକାବୋଝେଇ ଟ୍ରକ

ବାଙ୍କୀ,୨୩।୩(ଏସଏସନିଉଜ)ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ପର୍ଶୁରାମପୁର ଛକରେ ରାସ୍ତାପାର ହେବାବେଳେ ମାଡ଼ି ଗଲା ମକା ବୋଝେଇ ଟ୍ରକ। ଏଥିରେ ଜଣେ ମୃତୁବରଣ କରିଥିବାବେଳେ ମୃତକ ହେଉଛନ୍ତି ପର୍ଶୁରାମପୁର ଗ୍ରାମର ବିନୋଦ ବିହାରୀ ସାହୁ। କ୍ଷତିପୂରଣ ଦାବିରେ ରାସ୍ତାଉପରେ ଶବ ରଖି ଧାରଣାରେ ବସିଛନ୍ତି ଗ୍ରାମବାସୀ। ରାସ୍ତାରୋକ ଯୋଗୁ କଣ୍ଟିଲୋ- ଖୋର୍ଧା ରାସ୍ତାରେ ଗମନାଗମନ ଠପ ହୋଇଯାଇଛି।