ମାଓବାଦୀଙ୍କ ଲଙ୍କାକାଣ୍ଡ
ମାଲକାନଗିରି,୨୩।୩(ଏସଏସ ନିଉଜ) ଟ୍ରକ୍, ପୋକ୍ଲିନ ମେସିନ ଜାଳି ଦେଇଛନ୍ତି ମାଓବାଦୀ।ଛତିଶଗଡ଼ ଦନ୍ତେୱାଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି।ନିକଟରେ ମାଓବାଦୀ ମେଳିହୋଇ ସୁକ୍ମାରେ ବିରୋଧ କରିଥିଲେ।
Browsing monthly archive
ମାଲକାନଗିରି,୨୩।୩(ଏସଏସ ନିଉଜ) ଟ୍ରକ୍, ପୋକ୍ଲିନ ମେସିନ ଜାଳି ଦେଇଛନ୍ତି ମାଓବାଦୀ।ଛତିଶଗଡ଼ ଦନ୍ତେୱାଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି।ନିକଟରେ ମାଓବାଦୀ ମେଳିହୋଇ ସୁକ୍ମାରେ ବିରୋଧ କରିଥିଲେ।
ତିଗିରିଆ,୨୩।୩(ଏସଏସ ନିଉଜ)ତିଗିରିଆ ପୋଲିସ ଉପରେ ଗତମାସ ୨୫ତାରିଖ ରେ ବେଆଇନ ଗୋରୁଚାଲାଣ ରୋକିବାକୁଯାଇ ଗୋରୁମାଫିଆ ମାନେ କରିଥିବା ଆକ୍ରମଣ ଘଟଣାରେ ପୂର୍ବରୁ ତିଗିରିଆ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଗୋରୁ ଚାଲାଣରେ ବ୍ୟବହୃତ ଦୁଇଟି କଣ୍ଟେନରକୁ ଜବତ କରିଥିଲା।ଆଜି ପୋଲିସ ଗୋ ଚାଲାଣରେ ବ୍ୟବହୃତ ହେଉଥିବା ଅନ୍ୟ ଗୋଟିଏ ଟ୍ରକ କୁ ଖୁଣ୍ଟୁଣିଛକ ନିକଟରୁ ଜବତ କରିଛି ।
ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଅପରାହ୍ନ ସାଢ଼େ ୪ଟାରେ ନବୀନନିବାସ ଯାଇ ମମତା ନବୀନଙ୍କୁ ଭେଟିବେ।ମମତା କହିଛନ୍ତି ଯେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ମମତା ସେତେବେଳେ ଆସିପାରିନଥିଲେ, ହେଲେ ପ୍ରତିଶ୍ରୁତି ଦେଇଥିଲେଯେ, ଯେତେବେଳେ ଓଡ଼ିଶା ଆସିବେ, ନବୀନଙ୍କୁ ନିଶ୍ଚୟ ଭେଟିବେ l ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି ।
ମୟୂରଭଞ୍ଜ,୨୩।୩(ଏସଏସ ନିଉଜ)ଭାଇଭାଉଜ ମିଶି ଭଉଣୀକୁ ମାରିଦେଲେ। ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତର ବେଗୁନିଆବନ୍ଧ ଗ୍ରାମରେ ଏଭଳି ଘଟଣା ଘଟିଛି। ପାରିବାରିକ କଳହଯୋଗୁ ଭଉଣୀକୁ ମାରି ଦେଇଛନ୍ତି ଭାଇ ଓ ଭାଉଜ।
ଜଟଣୀ,୨୩।୩(ଏସଏସନିଉଜ)ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଧରିଥିଲା ପୋଲିସ୍। ବୁଧବାର ଜଟଣୀଥାନା ପୋଲିସ୍ ହରିଭାଇନା ଛକଠାରେ ଥିବା ନୂଆ ବସଷ୍ଟାଣ୍ଡ ଉପରେ ଚଢ଼ଉ କରି ତିନିଜଣ ଗଞ୍ଜେଇ ବେପାରୀଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ୨୨କେଜି ଗଞ୍ଜେଇ ଜବତ କରିଛି।
ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ବେଲପାହାଡ଼ ରେଳ ଷ୍ଟେସନରେ ରେଳରୋକ କରାଯାଇଛି!ସକାଳ୭ଟାରୁ ରେଳରୋକ ହୋଇଛି। ଲଖନପୁର ରେଳ ୟୁଜର ଫୋରମର ରେଳରୋକ ଡାକରା ଦିଆଯାଇଛି। ଟ୍ରେନ ରହଣୀଦାବିରେ ରେଳରୋକ ଆନ୍ଦୋଳନ ଡାକରା ଦିଆ ଯାଇଛି।ବେଲପାହାଡ଼ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣୀ ଦାବି କରାଯାଇଥିବା ବେଳେ ଷ୍ଟେସନ ପରିସରରେ ୧୪୪ ଧାରା ଲାଗୁ କରାଯାଇଛି।
ବୌଦ୍ଧ,୨୩।୩(ଏସଏସନିଉଜ)ବୌଦ୍ଧରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ୨ଟି ଜୀବନ୍ତ ବଜ୍ରକପ୍ତା ଉଦ୍ଧାର କରିବାସହ ୨ ଜଣଙ୍କୁ ଗିରଫ କରାଯାଇଛି।ରାକେଟ ଲିଙ୍କ୍ ନେଇ ୨ଜଣକୁ ଜେରା କରାଯାଉଛି।ଗତ କିଛିଦିନ ତଳେ ବାଘଛାଲ ଓ ହରିଣଛାଲ ଜବତ ହୋଇଥିଲା।
୨୦୨୩ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଗୁରୁବାର ,ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି-ଦ୍ବିତୀୟା ସଂ୬/୨୮ ଗତେ ତୃତୀୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୭ ,ମେଷ ରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା ଦି୨/୫୬ ଗତେ ୫/୫୬ ମଧ୍ୟେ ,ଅମୃତ ବେଳା- ରାତ୍ରି ଘ୧/୮ ଗତେ ଘ୩/୩୨ ମଧ୍ୟେ ,ମାହେନ୍ଦ୍ର ବେଳା- ଦିବା ଘ୭/୨୮ ମଧ୍ୟେ , ଘ୧୦/୪୦ ଗତେ ଘ୧/୪ ମଧ୍ୟେ ,ବୋଇତିକଖାରୁ […]
ଢେଙ୍କାନାଳ,୨୨ା୩(ଏସଏସନିଉଜ) ମେଡିସିନ୍ ପାଇଁ ଯାଉଥିବା ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ବନିତା ବିଶ୍ୱାଳ। ବିନିତାଙ୍କୁ ୪୦ବର୍ଷ ହୋଇଥିଲା। ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଆଜି ସକାଳେ ପାଖ ଗାଁରେ ଥିବା ମେଡିସିନ୍ ଦୋକାନକୁ ଔଷଧ ପାଇଁ ଯାଉଥିଲେ। ବାଟରେ ଟ୍ରେନ୍ ଲାଇନ ପାର ହେଉଥିବା ବେଳେ ବିନିତାଙ୍କ ଉପରେ […]
ଭଦ୍ରକ ,୨୨ା୩(ଏସଏସନିଉଜ)ମଲ୍କୁ ସପିଙ୍ଗ ପାଇଁ ଯାଇଥିବାବେଳେ ହଠାତ ଲାଗିଯାଇଥଲା ନିଆଁ । ସୈାଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡିରେରେ ଥିବା ଡ୍ରାଇଭର । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବାଇପାସ ନିକଟରେ ଏମିତି ଘଟଣା ଘଟିଥିବାର ଦେଖିବାକୁ ମିଳିଛି ।