Browsing daily archive

May 2, 2023

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୩ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୧/୧୨ ,ସୂର୍ଯ୍ୟାସ୍ତ- ଘ୬/୬/୮ ,ବୈଶାଖମାସ ,ଶୁକ୍ଳପକ୍ଷ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୫୭ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଘାତଚନ୍ଦ୍ର–ବୃଷ ରାଶିର ଘାତଚନ୍ଦ୍ର।ଘାତ ବାର–କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ରାତ୍ରି ଘ୯/୪୨ମି ପରେ ୨।୪।୬।୭।୯।୧୧। ୧୩।୧୫।୧୬।୧୮। ୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରା ଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଘ୧୧/୫୭ମି ପରେ ବିରି ଭକ୍ଷଣ ନିଷେଧ।ଅଶୁଭ ବେଳା-କାଳବେଳା ଦିବା ଘ୮/୮ମି ରୁ ଘ୧୦/୯ମିପର୍ଯ୍ୟନ୍ତ ।କାଳରାତ୍ରି ରାତ୍ରି ଘ୨/୨୮ମି ରୁ […]

ବାତ୍ୟାପାଇଁ ସବୁବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨।୫(ଏସଏସନିଉଜ)ବାତ୍ୟାପ୍ରବଣ ମେମାସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତୁତି ଓ ନିର୍ଦ୍ଦେଶ ନେଇ SRC ସତ୍ୟବ୍ରତ ସାହୁ ପ୍ରେସମିଟରେ ସୂଚନା ଦେଇଛନ୍ତି।ପୂର୍ବରୁ ମେରେ ବାତ୍ୟା ହେଉଥିବାରୁ, ଆମେ ପ୍ରସ୍ତୁତି କରିଛୁ।ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲିଛି।NDRF, ଓଡ୍ରାଫ୍ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରହିଛନ୍ତି।୬ତାରିଖ ସୁଦ୍ଧା କେବଳ […]

ରାସ୍ତାକଡ଼ରେ ୩ ମୃତଦେହ !

ସୁନ୍ଦରଗଡ଼,୨।୫(ଏସଏସ ନିଉଜ) ହେମଗିରଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲପମ୍ପ ନିକଟ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ। ମୃତକଙ୍କ ମଧ୍ୟରେ ଜଣଙ୍କର ପରିଚୟ ମିଳିପାରି ନଥିବାବେଳେ ଅନ୍ୟ ଦୁଇଜଣ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଆରକେଡିର ୨ ଜଣ ସୁରକ୍ଷାକର୍ମୀ।ତେବେ ଏହା ହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୬ ସୁଦ୍ଧା ଘୂର୍ଣ୍ଣିବଳୟ !

ଭୁବନେଶ୍ୱର,୨ା୫(ଏସଏସନିଉଜ)ବଙ୍ଗୋପସାଗରରେ ୬ତାରିଖସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ଦେଖାଦେଇଛି। ଘୂର୍ଣ୍ଣିବଳୟପ୍ରଭାବରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ଘଣ୍ଟା ପରେ ହୋଇପାରେ ଲଘୁଚାପ କ୍ଷେତ୍ରାଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନାନେଇ ପାଣିପାଗବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବକି ନା ତାହା ସ୍ପଷ୍ଟ ହୋଇନି ବୋଲି ପାଣିପାଗବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶାରେ ସବୁ ସୀମାନ୍ତଜିଲ୍ଲାରେ ହାଇଆର୍ଲଟ

ଭୁବନେଶ୍ୱର,୨ା୫(ଏସଏସନିଉଜ)ଓଡ଼ିଶାରେ ସବୁ ସୀମାନ୍ତଜିଲ୍ଲାରେ ହାଇଆର୍ଲଟ ଜାରି କରାଯାଇଛି ।ଛତିଶଗଡ଼ରେ ମାଓହମଲା ପରେ ସୀମାନ୍ତଜିଲ୍ଲାରେ ହାଇଆଲର୍ଟ ଜାରିସହ ସବୁସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି। ଏନେଇ ଏଡିଜି ଅପରେସନ ଅମିତାଭଠାକୁରଙ୍କ ସୂଚନା ଦେଇଛନ୍ତି। ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି!ଛତିଶଗଡରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତଜିଲ୍ଲାକୁ ସିଲ କରିଦିଆଯାଇଛି। ମାଓକ୍ୟାମ୍ପରେ ମହିଳାମାଓବାଦୀଙ୍କୁଯୌନଶୋଷଣ କରାଯାଉଛି।ଯେତେବେଳେ ମହିଳାମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ସେମାନେ ଏଭଳିକାହାଣୀ ପୋଲିସ ଆଗରେ କହୁଛନ୍ତି। ସମସ୍ତ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବାକୁ […]

୫ଲକ୍ଷ ଟଙ୍କାର ବିଦ୍ୟୁତତାର ଜବତ !

ସୁବର୍ଣ୍ଣପୁର,୨ା୫(ଏସଏସନିଉଜ) ବିନିକାଥାନା ଅଂଚଳରୁ ଚୋରୀହୋଇଥିବା ଲକ୍ଷାଧିକ ଟଙ୍କାର ବିଦ୍ୟୁତତାରକୁ ବଲାରଙ୍ଗା ଗ୍ରାମବାସୀ ଜବତକରିଛନ୍ତି । ବିଳମ୍ବିତ ରାତିରେ ଚୋରମାନେ ବିଦ୍ୟୁତତାର ଚୋରି କରି ପିକଅପ ଭ୍ୟାନରେ ନେଇ ଯାଉଥିବାବେଳେ ବଲାରଙ୍ଗା ଗ୍ରାମବାସୀ ଗାଡିକୁ ଅଟକରଖି ପୋଲିସକୁ ଡାକି ଜିମାଦେଇଛନ୍ତି ।ଜବତ ହୋଇଥିବା ୧୦ରୁ ୧୨ ବଣ୍ଡଲ ବିଦ୍ୟୁତତାରର ଆନୁମାନିକ ମୁଲ୍ୟ ୫ଲକ୍ଷ ହେବ ବୋଲି ଜଣାପଡିଛି ।ବିଦ୍ୟୁତତାର ସହ କଟର , ପିକଅପ ଗାଡ଼ିକୁ ଜବତ କରିଛି ବିନିକାଥାନା ପୋଲିସ

ଇସ୍ତଫା ଦେଲେ ଶରଦ ପାୱାର !

ଭୁବନେଶ୍ୱର,୨ା୫(ଏସଏସନିଉଜ)ମହାରାଷ୍ଟ୍ରର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶରଦପାୱାର ନିଜଦଳ ରାଷ୍ଟ୍ରବାଦୀ କଂଗ୍ରେସପାର୍ଟି (ଏନସିପି)ର ସଭାପତିପଦରୁ ଇସ୍ତଫା ଘୋଷଣା କରିଛନ୍ତି। ହଠାତ୍ ପାୱାରଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ରସମେତ ସମଗ୍ରଦେଶରେ ଚର୍ଚ୍ଚାରବିଷୟ ପାଲଟିଛି। ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ପରିଚିତ ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କିଏ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ଵ ନେବ ସେନେଇ କୌଣସି ସୂଚନା ମିଳିନାହିଁ।ଦେଶର ଅନ୍ୟତମ ବିରୋଧୀ ନେତା ଶରଦ ପାୱାର କଂଗ୍ରେସ ଠାରୁ ଅଲଗା ହୋଇ ନିଜର […]

ତ୍ରିଶୁଳିଆ ଛକରୁ ୧୦ଲକ୍ଷଟଙ୍କାର ଗଞେଇ ଜବତ

ବାରଙ୍ଗ,୨ା୫(ଏସଏସନିଉଜ)ଏକ୍ସସାଇଜ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସୋମବାରଦିନ ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଙ୍ଗସ୍ୱାର୍ଡ ତ୍ରିଶୁଳିଆ ଛକପାଖରେ ଚଢାଉକରି କାରରେ ଆସୁଥିବା ୧୦୦କେଜି ଗଞେଇକୁ ଜବତକରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ବାଙ୍କୀଥାନା ଅଧିନସ୍ଥ ପାଥପୁର ଗ୍ରାମର ଦିବାକର ବିଶ୍ୱାଳ ଓ ଶ୍ରିଧରସ୍ୱାଇଁ । ବିଶେଷସୁତ୍ରରୁ ଖବରପାଇ ଅବକାରୀ ବିଭାଗ ରାଜ୍ୟ ଫ୍ଲାଇଙ୍ଗସ୍ୱାର୍ଡ ଇନ୍ସପେକ୍ଟର ରୋସନ୍ ଇସୁ ହାସଦାଙ୍କ ନେତୃତ୍ୱରେ ଏକ ୧୪ ଜଣିଆଟିମ ସୋମବାର ଦିନ ତ୍ରିଶୁଳିଆ ଛକରେ ଜଗିରହିଥିଲା ।ଏହି ସମୟରେ ବାଙ୍କି […]