ଓଡ଼ିଶାରେ ସବୁ ସୀମାନ୍ତଜିଲ୍ଲାରେ ହାଇଆର୍ଲଟ

ଭୁବନେଶ୍ୱର,୨ା୫(ଏସଏସନିଉଜ)ଓଡ଼ିଶାରେ ସବୁ ସୀମାନ୍ତଜିଲ୍ଲାରେ ହାଇଆର୍ଲଟ ଜାରି କରାଯାଇଛି ।ଛତିଶଗଡ଼ରେ ମାଓହମଲା ପରେ ସୀମାନ୍ତଜିଲ୍ଲାରେ ହାଇଆଲର୍ଟ ଜାରିସହ ସବୁସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି। ଏନେଇ ଏଡିଜି ଅପରେସନ ଅମିତାଭଠାକୁରଙ୍କ ସୂଚନା ଦେଇଛନ୍ତି। ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି!ଛତିଶଗଡରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତଜିଲ୍ଲାକୁ ସିଲ କରିଦିଆଯାଇଛି। ମାଓକ୍ୟାମ୍ପରେ ମହିଳାମାଓବାଦୀଙ୍କୁଯୌନଶୋଷଣ କରାଯାଉଛି।ଯେତେବେଳେ ମହିଳାମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ସେମାନେ ଏଭଳିକାହାଣୀ ପୋଲିସ ଆଗରେ କହୁଛନ୍ତି। ସମସ୍ତ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରାଯାଇଛି ।

Comments (0)
Add Comment