Browsing daily archive

May 18, 2023

ଆଜିର ରାଶିଫଳ

୧୯-୫-୨୦୨୩(ଶୁକ୍ରବାର)ସାବିତ୍ରୀବ୍ରତ ଓ ଜ୍ୟେଷ୍ଠ ଅମାବାସ୍ୟା}ବୃଷ ମିଥୁନ କର୍କଟ ସିଂହ ଧନୁ କୁମ୍ଭ ମୀନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ବିଛା ଧନୁ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୨୭ ଗତେ ଘ୧୧।୪୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୯।୦ ଗତେ ଘ୧୦।୨୩ ମଧ୍ୟେ କାଳରାତ୍ରି । ସ୍ପର୍ଶ ଓ ପୀତ ବସ୍ତ୍ର ଦାନ । ଅମାବାସ୍ୟାର ସାମତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ସ୍ତ୍ରୀ ତୈଳ […]

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୮ା୫(ଏସଏସଏନିଉଜ)ପ୍ରକାସ ପାଇଛିଚଳିତ ବର୍ଷ ମାଟ୍ରିକ ରେଜଲ୍ଟାଏଥିରେ ପାସ୍ ହାର ୯୬.୪୦ ପ୍ରତିଶତରହିଥିବାବେଳେ ଏଥର ପୁଅଙ୍କଠାରୁ ଝିଅମାନେ ଆଗୁଆ ରହିଛନ୍ତି ।A1- ୪,୧୫୮, A2- ୨୯,୮୩୮ ଛାତ୍ରଛାତ୍ରୀ , B1- ୭୭,୫୬୭, B1-୧,୧୮,୭୫୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ଛାତ୍ରୀଙ୍କ ପାସ୍‌ହାର ୯୭.୦୫% ଓ ଛାତ୍ରଙ୍କ ପାସହାର ୯୫.୭୫% ।କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ରହିଛି । ତେବେକଟକ ଏବଂ ଜଗତସିଂହପୁରରେ ସର୍ଵଧିକ ପାସହାର ରହିଥିବାର ଜଣାପଡିଛି ।

ବନ୍ଧାହେଲେ ୨ଯୁବକ

ଜଟଣୀ,୧୭।୫(ଏସଏସନିଉଜ)ଜଟଣୀ ଓ ଡେଲାଙ୍ଗ ଥାନା ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଦୁଇ ଯୁବକଙ୍କୁ ଗିରଫ କରି ଝାରପଡ଼ା ଜେଲ୍‌ ହାଜତକୁ ପଠାଇଛି ଜଟଣୀଥାନା ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅରୁଗୁଳ ବଣିଆସାହିର ଅସିତ୍‌ ସାହୁ ଓରଫ୍ ତପୁନା(୨୧) ଓ ଡେଲାଙ୍ଗ ଥାନା ଯମୁନା ତଳସାହିର ସୌମ୍ୟରଞ୍ଜନ ଦାସ ଓରଫ୍‌ ସୋମୁ (୧୯)। ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ , ୬ଟି ଗୁଳି , ୧୦ ହଜାର ଟଙ୍କା ଓ ଗୋଟିଏ ପଲ୍‌ସର ବାଇକ୍ ଜବତ କରିଛି ପୋଲିସ।

ଝାରସୁଗୁଡ଼ାରେ ଲଜ୍ଜା

ଝାରସୁଗୁଡ଼ା,୧୭।୫(ଏସଏସନିଉଜ)ବଡ଼ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଭଳି ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି । ଲଖନପୁର ଥାନାଞ୍ଚଳରେ ଘଟିଥିବା ଏହି ଘଟଣା ଆଜି ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଅଭିଯୋଗ ହେବାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯିବା ସହ ନାବାଳିକାଙ୍କର ବୟାନ ମଧ୍ୟ ରେକର୍ଡ ହୋଇଛି। ସୂଚନାଅନୁସାରେ , ୫ ମାସ ତଳେ ନାବାଳିକା ଜଣଙ୍କ […]