ଝାରସୁଗୁଡ଼ାରେ ଲଜ୍ଜା

ଝାରସୁଗୁଡ଼ା,୧୭।୫(ଏସଏସନିଉଜ)ବଡ଼ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଭଳି ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି । ଲଖନପୁର ଥାନାଞ୍ଚଳରେ ଘଟିଥିବା ଏହି ଘଟଣା ଆଜି ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଅଭିଯୋଗ ହେବାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯିବା ସହ ନାବାଳିକାଙ୍କର ବୟାନ ମଧ୍ୟ ରେକର୍ଡ ହୋଇଛି।
ସୂଚନାଅନୁସାରେ , ୫ ମାସ ତଳେ ନାବାଳିକା ଜଣଙ୍କ ଘରେ ଶୋଇଥିବା ବେଳେ ବଡ଼ବାପା ପୁଅ ଅଭିଯୁକ୍ତ ଭାଇ ପାଟିଚିପି ଅନ୍ୟ ଏକ ଘରକୁ ନେଇ ସେଠାରେଦୁଷ୍କର୍ମ କରିବାସହ ଏହାକୁ ଜଣାଇଲେ ଜୀବନରୁ ହତ୍ୟା କରିଦେବାକୁ ଧମକବି ଦେଇଥିଲା। ଏହି ସୁଯୋଗରେ ନାବାଳିକାଙ୍କୁ ଏକୁଟିଆ ପାଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିବାବେଳେ ୨ ଦିନତଳେ ନାବାଳିକା ଗର୍ଭବତୀ ଥିବାର ଜଣାପଡିଥିଲା।

Comments (0)
Add Comment