Browsing daily archive

May 29, 2023

ଆଜିର ରାଶିଫଳ

୨୦୨୩ମସିହା ମଇମାସ ୩୦ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ, ଋକ୍ମିଣୀ ବିବାହ।ସୁର୍ୟ୍ୟୋଦୟ- ପ୍ରାତଃ ଘ୫/୧୧/୨ ,ସୂର୍ୟ୍ୟାସ୍ତ- ଘ୬/୧୬/୫୪ ,ଜ୍ୟେଷ୍ଠ ମାସ ,ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ଦଶମୀ ଦିବା ଘ୧/୨୮ମି ପର୍ୟ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ। ଦିବା ଘ୧/୨୮ମି ପରେ ଆଗ୍ନେୟ କୋଣରେ। ମଙ୍ଗଳ ବାର, ବିଷ୍ଟିକରଣ, ବ୍ୟତିପାତ ଦୋଷହେତୁ ଯାତ୍ରା ନିଷେଧ। ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମ୍ବୀ (କଳମଶାଗ) ଦିବା […]

ମାତାଲ ଯୁବକଙ୍କ ଉନ୍ମତ୍ତକାଣ୍ଡ

ଭୁବନେଶ୍ୱର,୨୯।୫(ଏସଏସ ନିଉଜ) ଲୋୟର ପିଏମ୍‌ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଗଛରେ ଚଢ଼ି ଯିବାପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବହୁକଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛନ୍ତି ଜଣାପଡିନି। ତେବେ ଏକ ନିର୍ଦ୍ଦିଷ୍ଟ ଏକ ଚ୍ୟାନେଲ୍‌ର ନାଁ ନେବା ସହ ତାଙ୍କୁ ଏହି ଚ୍ୟାନେଲ ବରବାଦ୍ କରିଦେଇଥିବା ଓ ଗାଁରେ ମୁହଁ ଦେଖାଇବାର […]

ଟଙ୍କା ନେଇ ଜେସିବି ନଦେବା ଅଭିଯୋଗରେ ଜଣେ ଗିରଫ

ବାରଙ୍ଗ,୨୯ା୫(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୫ଲକ୍ଷଟଙ୍କା ନେଇ ଜେସିବି ଦେବାପାଇଁ ଧରାନଦେଇ ଓଲଟା ଗାଳିଗୁଳଜ କରିବା ଅଭିଯୋଗରେ ନନ୍ଦନକାନାନଥାନା ପୋଲିସ ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ବ୍ୟକ୍ତିହେଲେ ଟାଙ୍ଗିଥାନା ଅଧିନସ୍ଥ ପଳାସାଗ୍ରାମର ଦିପକକୁମାରମହାନ୍ତି । ପ୍ରକାସଯେ, ନିହାରକାନ୍ତ ପଢିହାରୀ ନାମକ ଯୁବକ ଠିକାଦାରି କରିବା ସହ ମାଲପରିବହନ କରିବା ନିମନ୍ତେ ତାଙ୍କର ହାଇୱା ରହିଛି । ତାଙ୍କର ବ୍ୟବସାୟ ବଢିବା ଯୋଗୁ ଆବଶ୍ୟକତାକୁ ଦେଖି ଏକ ଜେସିବି କିଣିବାପାଇଁ ବିଭିର୍ଣ ଆଡେ ଯୋଗାଯୋଗ କରିଥିଲେ […]

କାଠଯୋଡିରୁ ଉଦ୍ଧାର ହେଲା କୁଟୁରା

ବାରଙ୍ଗ, ୨୯ା୫(ଏସଏସନିଉଜ) ସୋମବାର ଦିନ ନରାଜ ବ୍ୟାରେଜ ଉପରୁ କାଠଯୋଡି ନଦୀକୁ ଡେଇଁ ପଡିଥିବା ଏକ ଆହାତ କୁଟୁରାକୁ ବାରଙ୍ଗ ଅଗ୍ନିଶମ ବାହିନି ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି । ସୋମବାର ଦିନ ୧୦ଘଟିକ ସମୟରେ ନିକଟସ୍ଥ ଜଙ୍ଗଲରୁ କୌଣସିମତେ ପଳାଇ ଆସିଥିବା ଏକ କୁଟୁରାକୁ କେତେକ ବୁଲାକୁକୁର ଗୋଡାଇ ଗୋଡାଇ ଆସୁଥିଲେ। କୁଟୁରାଟି ନିଜ ଜୀବନ ବଂଚାଇବାକୁ ଯାଇ ନରାଜ ବ୍ୟାରେଜ ଉପରୁ କାଠଯୋଡି ନଦୀକୁ ଖସି ପଡି ଥିଲା। ଏହି ଘଟଣା […]

ଫସିଲେ ତହସିଲଦାର

ଭୁବନେଶ୍ୱର,୨୯।୫(ଏସଏସନିଉଜ)୧୨ ଲକ୍ଷ ଲାଞ୍ଚ ନେବା ମାମଲାରେ ଫସିଲେ କରଞ୍ଜିଆ ତହସିଲଦାର। ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। କରଞ୍ଜିଆରେ ୩ଟି ଓ ଭଦ୍ରକରେ ଗୋଟିଏ ସ୍ଥାନରେ ଭିଜିଲାନ୍ସ ରେଡ୍‌ ଚାଲିଛି।NHAI ପକ୍ଷରୁ ଜମି ଅଧିଗ୍ରହଣ ଚେକ୍‌ ଦେବାକୁ ଲାଞ୍ଚ ନେବା ଅଭିଯୋଗ। NHAI ପ୍ରଦତ୍ତ ୫୧ ଲକ୍ଷର ଚେକ୍‌ ଦେବାକୁ ୨ଟି ବ୍ଲାଙ୍କ ଚେକ୍‌ ନେଇଥିଲେ। ୧୦ ଲକ୍ଷ ଓ ୨ ଲକ୍ଷର ଦୁଇଟି ବ୍ଲାଙ୍କ ଚେକ୍‌ ଲାଞ୍ଚ ନେଇ ଫସିଲେ ତହସିଲଦାର।

କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ 

  ଭୁବନେଶ୍ୱର,୨୯।୫(ଏସଏସନିଉଜ)ରାଜ୍ୟ କ୍ୟାବିନେଟରେ ୧୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି।ଏହି ବିଶ୍ୱ ବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ଟଙ୍କା ମଞ୍ଜୁର,ବଲାଙ୍ଗିର ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ, ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ l

ବିଜେପି ନେତ୍ରୀଙ୍କୁ ହତ୍ୟା !

କେନ୍ଦୁଝର,୨୯।୫(ଏସଏସନିଉଜ) ପଣ୍ଡାପଡ଼ା ମଣ୍ଡଳ ବିଜେପି ଉପସଭାନେତ୍ରୀଙ୍କୁ ହତ୍ୟା କରାଯାଇଛି।ଉପ ସଭାନେତ୍ରୀ ସତ୍ୟଭାମା ସିଂଙ୍କୁ ପଥରରେ ଛେଚି ହତ୍ୟା କରା ଯାଇଛି।ପଣ୍ଡାପଡ଼ାଥାନା ବିନିଦା ଗାଁରେ ଥିବା ଘର ପାଖରେ ହତ୍ୟା କରାଯାଇଛି। ପୂର୍ବରୁ ବିନିଦାର ସମିତିସଭ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ ସତ୍ୟଭାମା।କିଏ ଓ କାହିଁକି ହତ୍ୟା କରିଛି ସ୍ପଷ୍ଟ ହୋଇପାରି ନାହିଁ।ଘଟଣାସ୍ଥଳରେ ଏସ୍‌ଡିପିଓ ଓ ପଣ୍ଡାପଡ଼ା ପୋଲିସର ଛାନଭିନ୍‌ ଆରମ୍ଭ ହୋଇଛି।