କାଠଯୋଡିରୁ ଉଦ୍ଧାର ହେଲା କୁଟୁରା

ବାରଙ୍ଗ, ୨୯ା୫(ଏସଏସନିଉଜ) ସୋମବାର ଦିନ ନରାଜ ବ୍ୟାରେଜ ଉପରୁ କାଠଯୋଡି ନଦୀକୁ ଡେଇଁ ପଡିଥିବା ଏକ ଆହାତ କୁଟୁରାକୁ ବାରଙ୍ଗ ଅଗ୍ନିଶମ ବାହିନି ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି । ସୋମବାର ଦିନ ୧୦ଘଟିକ ସମୟରେ ନିକଟସ୍ଥ ଜଙ୍ଗଲରୁ କୌଣସିମତେ ପଳାଇ ଆସିଥିବା ଏକ କୁଟୁରାକୁ କେତେକ ବୁଲାକୁକୁର ଗୋଡାଇ ଗୋଡାଇ ଆସୁଥିଲେ। କୁଟୁରାଟି ନିଜ ଜୀବନ ବଂଚାଇବାକୁ ଯାଇ ନରାଜ ବ୍ୟାରେଜ ଉପରୁ କାଠଯୋଡି ନଦୀକୁ ଖସି ପଡି ଥିଲା। ଏହି ଘଟଣା ଦେଖି ସ୍ଥାନୀୟ ଲୋକମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀର

କର୍ମଚାରୀମାନେ ଆସି କାଠଯୋଡି ନଦୀରୁ ଆହତ ଅବସ୍ଥାରେ କୁଟୁରାକୁ ଉଦ୍ଧାର କରି ସିଟିଫରେଷ୍ଟ କର୍ମଚାରୀଙ୍କୁ ଡାକି ହସ୍ତାନ୍ତର କରିଥିଲେ।ତେବେ କୁଟୁରାଟିକୁ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ସିଟି ଫରେଷ୍ଟ ପକ୍ଷରୁ କୁହାଯାଇଛି ।

Comments (0)
Add Comment