Browsing daily archive

June 3, 2023

ଯାଁଳା ୭ମ ପ୍ରିମିୟର ଲିଗ୍ କ୍ରିକେଟ

ମେଣ୍ଢାଶାଳ,୩।୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥର ଯାଁଳା ଦଶହରା ପଡିଆରେ ଗତ ଶୁକ୍ରବାରଠାରୁ ରାତ୍ରିକାଳିନ ୭ମ ଜେପିଏଲ କ୍ରିକେଟ୍ ମ୍ୟାଚର ପ୍ରଥମ ଉଦଘାଟନି ଖେଳ ବହୁ ଆଡମ୍ବର ସହିତ ଅନୁଷ୍ଟିତ ହୋଇଯାଇଛି । ଏହା ଆଇପିଏଲ ଢାଞ୍ଚାର ୮ଓଭର ବିଶିଷ୍ଟଏକ ଖେଳରେ ଆଖପାଖ ପଞ୍ଚାୟତର ଖେଳାରୀମାନଙ୍କୁ ନେଇ ୬ଗୋଟି ଟିମ୍ ଗଠନ କରାଯାଇଛି । ଏଥିରେ ଅଂଶଗ୍ରହଣ କରିଥିବାଟିମ୍ ଗୁଡିକର ନାମ ହେଲା ବ୍ଲୁ ରକ୍ ଷ୍ଟାର,ହରଚଣ୍ଡି ଓ୍ବାରିଅର୍ସ,ଟିମ୍ ମୁଣ୍ଡମୁହାଁଣ,ମା ଖଣ୍ଡୁଆଳୀ,ଟିମ୍ ଲଡୁ,ରୟାଲ କିଙ୍ଗସ୍ ଅଟନ୍ତି ।ପ୍ରଥମଦିବସର […]

ସୂଚନାଫଳକରେ ଗ୍ରାମନାମ ବିକୃତ

ବାରଙ୍ଗ,୩ା୬(ଏସଏସନିଉଜ)ପଦାସାହି ଠାରୁ ଝିଙ୍କରଡିହ ପର୍ଯ୍ୟନ୍ତ ହୋଇଥିବା ରାସ୍ତାକଡ ସୂଚନାଫଳକରେ ଗ୍ରାମନାମ ବିକୃତ ଲେଖା ଯାଇଥିବା ଘଟଣାକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।ରାସ୍ତାକାର୍ଯ୍ୟ ପୂର୍ବରୁ ଲଗାଯାଇଥିବା ଫଳକରେ ଗ୍ରାମନାମ ସଠିକ୍ ରହିଥିବାବେଳେ ରାସ୍ତା ସମ୍ପୂର୍ଣିକରଣପରେ କିଲୋମିଟର ସୂଚନାଫଳକାରେ କିନ୍ତୁ ବିକୃତ ନାମ ଲେଖା ଯାଇଛି।ଯାହାଫଳରେ ଲୋକେମାନେ ସଠିକ୍ ଗ୍ରାମର ସଠିକ୍ ନାମ ଜାଣିନପାରି ଭୁଲରାସ୍ତାରେ ଯାତାୟତକରୁଛନ୍ତି।ଏହାସହ ଗ୍ରାମରନାମ ବିକୃତ ଯୋଗୁଁ ଗ୍ରାମବାସୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ତୁରନ୍ତ ଏହାକୁ ସଂଶୋଧନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। (ଗୈାତମରାଉତଙ୍କ […]

ଆଜିର ରାଶିଫଳ

୪-୬-୨୦୨୩(ରବିବାର)ଦେବସ୍ନାନପୁର୍ଣିମା,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର ।ରାତ୍ରି ଘ୨।୧୩ ଗତେ ଘ୩।୩୫ମଧ୍ୟେ କାଳରାତ୍ରି ।ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଦିବା ଘ୮।୫୮ଗତେ ପାଣିକଖାରୁଭକ୍ଷଣ ନିଷେଧ । ଅମୃତ – ଦିବା ଘ୬।୪୬ ଗତେ ଘ୯।୧୦ ମଧ୍ୟେ ଘ୧୧।୩୪ ଗତେ ଘ୧।୫୮ ମଧ୍ୟେ ରାତ୍ରି ଘ୭।୫୫ ଗତେ ଘ୧୧।୭ ମଧ୍ୟେ ଘ୧।୩୧ ଗତେ । ମାହେନ୍ଦ୍ର – ଦିବା ଘ୩।୩୪ ଗତେ ଘ୪।୨୨ ମଧ୍ୟେ । ମେଷ:-ଜୀବନକୁ ସକାରାତ୍ମକ କରି ଗଢ଼ନ୍ତୁ। ଯେଉଁକାମ ହାତକୁ […]

ଟ୍ରେନ ପରେ ବସ ଦୁର୍ଘଟଣା

ଭୁବନେଶ୍ୱର,୩ା୬(ଏସଏସନିଉଜ) ବାହାନଗା ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କିଛିଯାତ୍ରୀ ବାଲେଶ୍ୱରରୁ ପଶ୍ଚିମବଙ୍ଗ ବସ ଯୋଗେ ଫେରୁଥିବାବେଳେବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ମେଦିନୀପୁରରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସ୍‌ର ଧକ୍କା ହୋଇଥିବା ଜଣାପଡ଼ିଛି ।ବସ୍ ଦୁର୍ଘଟଣା ପରେ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।ତେବେ ବାହାନଗା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀ ବସ୍‌ରେ ଯାଉଥିବା ବେଳେ ଏହି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛିା

ଜଟଣୀପୋଲିସ ହାତରେ ସଶସ୍ତ୍ରଡକାୟତ ଗ୍ୟାଙ୍ଗ

ଜଟଣୀ,୩ା୬(ଏସଏସନିଉଜ) ବଡଧରଣର ସଶସ୍ତ୍ର ଡକାୟତି କରିବା ନିମନ୍ତେ ପ୍ରାକପ୍ରସ୍ତୁତି ଚଳାଇଥିବା ବେଳେ ଜଟଣୀଥାନା ପୋଲିସ ହାତରେ ଶୁକ୍ରବାରରାତିରେ ଧରାପଡିଛନ୍ତି ୫ଯୁବକ ।ସେମାନେ ହେଲେ ଅଭିଯୁକ୍ତ ଏସ କେ ରାମଜାନ,ଏସ କେ ବସିରୁଧିନ ଓରଫ ବସା,ଏସ କେ ଫରିଉଦିନ ଇରଫ ଫରିଦ୍,ଏମ ଡି ଅକତାର ଓରଫଆକା,କାଳୁ ଓରଫ ଆନନ୍ଦ ନାୟକ ।ସେମାନଙ୍କଠାରୁ ପୋଲିସ ୫ଗୋଟି ଛୁରୀ, ୩ଟି ମୋବାଇଲ ଫୋନ, ୧୦,୫୦୦ଟଙ୍କା ଏବଂ ଦୁଇଟି ଲଙ୍କାଗୁଣ୍ଡ ପ୍ୟାକେଟ ସହିତ ଦୁଇଟି ମୋଟର ସାଇକେଲ ଜବତ କରି ଶନିବାରଦିନ କେଶ […]

ଭୁବନେଶ୍ୱର ଆସିବ ୧୬୦ ମୃତଦେହ

ଭୁବନେଶ୍ୱର ,୩ା୬(ଏସଏସନିଉଜ)ଭୁବନେଶ୍ୱର ଆସିବ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଶବ ।ଚିହ୍ନଟ ହୋଇପାରି ନଥିବା ୧୬୦ ମୃତଦେହ ଭୁବନେଶ୍ୱରକୁ ଅଣାଯିବାଏବେସୁଦ୍ଧା ୨୮୮ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶେଷ ବଗିର ଉଦ୍ଧାରକାର୍ଯ୍ୟ ଚାଲିଛି। ଏବେସୁଦ୍ଧା ୩୦/୪୦ ମୃତଦେହ ଚିହ୍ନଟ ହେବାସହ ପରିବାର ଲୋକ ନେଲେଣି । ବାଲେଶ୍ୱରରେ ମୃତଦେହ ରଖିବାକୁ ପର୍ଯ୍ୟାପ୍ତଜାଗା ନଥିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଡଛିପ୍ରଶାସନ ।ପରିବାର ଲୋକେ ମୃତ ଶରୀରକୁ ଚିହ୍ନଟ ନ କରିବା ଯାଏ ଶବାଗାରରେ ରଖାଯିବ। ଏମ୍ସ ଓ ଭୁବନେଶ୍ୱରର […]

ବାଲେଶ୍ୱର ମେଡିକାଲରେ ମୋଦୀ

ଭୁବନେଶ୍ୱର,୩।୬(ଏସଏସନିଉଜ)ବାଲେଶ୍ୱର ମେଡିକାଲ ରେ ମୋଦୀ ପହଂଚି ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି lଏହାସହ ହସ୍ପିଟାଲରେ ଆହତମାନଙ୍କ ଚିକିତ୍ସା ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି।ଏହାପରେ ବାହାନଗା ରେଳଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ରଖିଛନ୍ତି।ସେ କହିଛନ୍ତି ଦୋଷୀଙ୍କୁ ଆଦୌ ଛଡ଼ା ଯିବନି।

ଆଜି ଓଡ଼ିଶାଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩।୬(ଏସଏସ ନିଉଜ)ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି lପ୍ରଥମେ ବାଲେଶ୍ବର ରେଳ ଦୁର୍ଘଟଣାସ୍ଥଳକୁ ଯିବେ।ପରେ SCB ମେଡିକାଲରେ ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ lଦିନ ୧୨ ଟାରେ ଦିଲ୍ଲୀରୁ ବାହାରିବେ ।ଭୁବନେଶ୍ୱର ବିମାନବନ୍ଦରରେ ୨.୩୦ରେ ପହଞ୍ଚିବେ ।ହେଲିକପ୍ଟରରେ ସିଧାସଳଖ ଘଟଣାସ୍ଥଳକୁ ଯିବେ। ପୁଣି ଭୁବନେଶ୍ୱର ଫେରି ତାପରେ କଟକ ଯିବାର ପ୍ରାରମ୍ଭିକ ସୂଚନା ମିଳିଛି ।

କାନ୍ଦବୋବାଳିରେ ଫାଟିପଡ଼ୁଛି ପୂରାଅଞ୍ଚଳ

ଭୁବନେଶ୍ୱର,୩।୬(ଏସଏସନିଉଜ)ବାଲେଶ୍ୱର ବାହାନଗା ରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଯୁଆଡ଼େ ଦେଖିଲେ ମୃତଦେହ ନଜରକୁ ଆସୁଛି ।କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ ।ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କିଏ ପୂରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ଓ କିଏ ନିଜ ପିଲାଙ୍କୁ ହରାଇ କାନ୍ଦୁଛି।ଏବେ ବି ବଗି ତଳେ ଚାପି ହୋଇ ରହିଥିବା ସନ୍ଦେହ କରି ପରିବାର ଲୋକଙ୍କୁ ଖୋଜୁଛନ୍ତି । ଲୋକଙ୍କର ପତ୍ତା ମିଳୁନି କିନ୍ତୁ, ଟ୍ରେନ ଟିକେଟ ଲୋକଙ୍କ […]