ସୂଚନାଫଳକରେ ଗ୍ରାମନାମ ବିକୃତ

ବାରଙ୍ଗ,୩ା୬(ଏସଏସନିଉଜ)ପଦାସାହି ଠାରୁ ଝିଙ୍କରଡିହ ପର୍ଯ୍ୟନ୍ତ ହୋଇଥିବା ରାସ୍ତାକଡ ସୂଚନାଫଳକରେ ଗ୍ରାମନାମ ବିକୃତ ଲେଖା ଯାଇଥିବା ଘଟଣାକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।ରାସ୍ତାକାର୍ଯ୍ୟ ପୂର୍ବରୁ ଲଗାଯାଇଥିବା ଫଳକରେ ଗ୍ରାମନାମ ସଠିକ୍ ରହିଥିବାବେଳେ ରାସ୍ତା ସମ୍ପୂର୍ଣିକରଣପରେ କିଲୋମିଟର ସୂଚନାଫଳକାରେ କିନ୍ତୁ ବିକୃତ ନାମ ଲେଖା ଯାଇଛି।ଯାହାଫଳରେ ଲୋକେମାନେ ସଠିକ୍ ଗ୍ରାମର ସଠିକ୍ ନାମ ଜାଣିନପାରି ଭୁଲରାସ୍ତାରେ ଯାତାୟତକରୁଛନ୍ତି।ଏହାସହ ଗ୍ରାମରନାମ ବିକୃତ ଯୋଗୁଁ ଗ୍ରାମବାସୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ତୁରନ୍ତ ଏହାକୁ ସଂଶୋଧନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। (ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment