Browsing daily archive

June 5, 2023

ଆଜିର ରାଶିଫଳ

ଜୁନମାସ ୦୬ତାରିଖ ୨୦୨୩ମସିହା(ମଙ୍ଗଳବାର)ଆଷାଢ଼ମାସ-କୃଷ୍ଣପକ୍ଷ ,ତିଥି- ତୃତୀୟା ରାତ୍ରି ଘ୧୨/୪୬ ପର୍ୟ୍ୟନ୍ତତଦନ୍ତେ ଚତୁର୍ଥୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୧ ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ମକର ରାଶିର ଘାତବାର ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧା କାଳବେଳା – ଘ୦୬/୪୮ଗତେ ଘ୦୮/୨୭ମଧ୍ୟେ ,ବାରବେଳା – ଘ୦୧/ ୨୪ଗତେ ଘ୦୩/୦୪ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୬/ ୪୭ ମଧ୍ୟେ ଓ ଘ୦୯/୧୦ଗତେ ଘ୧୧/ ୩୪ମଧ୍ୟେ ଓ ଘ୦୩/୦୫ ଗତେ ଘ ୦୩/୩୪ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- […]

ପରଲୋକରେ ଶକୁନି ମାମା

ଭୁବନେଶ୍ୱର,୫।୬(ଏସଏସନିଉଜ)ଦୀର୍ଘଦିନର ଅସୁସ୍ଥତା ପରେ ଆଖିବୁଜିଲେ ଅଭିନେତା ମହାଭାରତର ଶକୁନିମାମା। ବି. ଆର୍‌. ଚୋପ୍ରାଙ୍କ ଟେଲିଭିଜନ୍‌ ଧାରାବାହିକ ମହାଭାରତରେ ଶକୁନିମାମୁ ଚରିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିବା ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ଙ୍କର ଆଜି ଦେହାନ୍ତ ହୋଇଥିବାର ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି।ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟସମସ୍ୟା ଯୋଗୁଁ ୭୯ ବର୍ଷୀୟ ଏହି ଅଭିନେତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି।

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୫।୬(ଏସଏସନିଉଜ)ଆରବସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।ଯାହା ଫଳରେ ମୌସୁମୀ ବିଳମ୍ବ ହୋଇପାରେ।ଘୂର୍ଣ୍ଣିବଳୟ ଯୋଗୁଁ ମେଘଖଣ୍ଡ ସଂପୃକ୍ତ ଅଞ୍ଚଳରେ ଅଧିକ ସଂଗଠିତ ହୋଇଛି। ଫଳସ୍ୱରୂପ, କେରଳ ଉପକୂଳ ରେ ବାଦଲ ଆଚ୍ଛାଦନ କମିଛି।ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ।ଲଘୁଚାପ ମୌସୁମୀର କେରଳ ଆଡ଼କୁ ଅଗ୍ରସରକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ।

ଲାଇନଚ୍ୟୁତହେଲା ମାଲବାହୀ ଟ୍ରେନ୍‌

ଭୁବନେଶ୍ୱର,୫।୬(ଏସଏସନିଉଜ))ବରଗଡ଼ରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି।ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍‌ ହୋଇଛି। ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଦୁର୍ଘଟଣା ଘଟିଛି। ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।