ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୫।୬(ଏସଏସନିଉଜ)ଆରବସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।ଯାହା ଫଳରେ ମୌସୁମୀ ବିଳମ୍ବ ହୋଇପାରେ।ଘୂର୍ଣ୍ଣିବଳୟ ଯୋଗୁଁ ମେଘଖଣ୍ଡ ସଂପୃକ୍ତ ଅଞ୍ଚଳରେ ଅଧିକ ସଂଗଠିତ ହୋଇଛି।
ଫଳସ୍ୱରୂପ, କେରଳ ଉପକୂଳ ରେ ବାଦଲ ଆଚ୍ଛାଦନ କମିଛି।ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ।ଲଘୁଚାପ ମୌସୁମୀର କେରଳ ଆଡ଼କୁ ଅଗ୍ରସରକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ।

Comments (0)
Add Comment