Browsing daily archive

August 2, 2023

ଆଜିର ରାଶିଫଳ

୨୦୨୩ ମସିହା ଅଗଷ୍ଟମାସ ୩ ତାରିଖଗୁରୁବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୬/୩୨,ସୂର୍ଯ୍ୟାସ୍ତ- ଘ୬/୧୯/୨,ଶ୍ରାବଣମାସ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ବୃହସ୍ପତି ବାସ,ତିଥି- ଦ୍ବିତୀୟା ଦିବା ଘ୪/୩୯ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଘାତଚନ୍ଦ୍ର–ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳ ମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ବୋଇତାଳୁ, ଦିବା ଘ୪/୩୯ମି ପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୩/୫ମି ରୁ ଘ୬/୧୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୫୨ମି ରୁ ଘ୧/୧୬ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ […]

ମେଣ୍ଟ ହେବନାହିଁ କହିଲେ ମନମୋହନ

ଭୁବନେଶ୍ୱର,୨ା୮(ଏସଏସନିଉଜ)ରାଜ୍ୟରେ କୌଣସିମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ ସାମଲାବିଜେଡ଼ି ସମର୍ଥନ ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ଏହିଭଳି ମନ୍ତବ୍ୟ ରଖିଛନ୍ତି ।୨୦୦୯ମସିହାରୁ ବିଜେପି-ବିଜେଡ଼ିର ମେଣ୍ଟନାହିାଁ୧୪୭ବିଧାନସଭା ଓ ୨୧ ଲୋକସଭାସିଟ୍ ରେ ଗମ୍ଭୀର ଭାବେ ଲଢ଼ିବୁାଦାୟିତ୍ୱବାନ ବିରୋଧୀଦଳ ଭାବେ ଆମେ କର୍ତ୍ତବ୍ୟ ନିର୍ବାହକରିବୁା ରାଜ୍ୟରେ ଚାଲିଥିବା ଦୁର୍ନୀତି , ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବୁ ବୋଲି ମନମୋହନ କହିଛନ୍ତି ।

ଭଟ୍ଟାରିକାମନ୍ଦିରରେ ପଶିଲାପାଣି

ନରସିଂହପୁର,୨ା୮(ଏସଏସନିଉଜ)ବଡମ୍ବାର ଅଧିଷ୍ଠାତ୍ରୀଦେବୀ ମାଆ ଭଟ୍ଟାରିକାଙ୍କପୀଠରେ ପଶିଲା ଚଳିତ ବର୍ଷର ପ୍ରଥମ ବନ୍ୟାପାଣି ବନ୍ୟାଜଳ ।ବନ୍ୟାଜଳ ମନ୍ଦିରବେଢ଼ା ସମେତ ଗର୍ଭଗୃହରେ ପଶିବାକୁଆରମ୍ଭ କରିଛି । ପାଣି ଧିରେଧିରେ ବଢୁଥିବାରୁ ମାଙ୍କ ବିଗ୍ରହ ସ୍ଥାନାନ୍ତର ନେଇ ପ୍ରକିୟା ଆରମ୍ଭ ହୋଇଛିାମନ୍ଦିର ନିକଟରେ ଥିବା ରତ୍ନଗିରୀ ପାହାଡରେ ଥିବା ମାଙ୍କ ଅସ୍ଥାୟୀବନ୍ୟାଆଶ୍ରୟସ୍ଥଳୀକୁ ମାଙ୍କ ଚଳନ୍ତିପ୍ରତିମାକୁ ସ୍ଥାନାନ୍ତର କରାଯିବାନେଇ ଉଦ୍ୟମ ଆରମ୍ଭ ହୋଇଛି ।ଏହାସହ ପୀଠକୁ ସାଧାରଣ ଲୋକଙ୍କ ଯିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।  

ରାଜ୍ୟରେ ବର୍ଷା ବିତ୍ପାତ

ଭୁବନେଶ୍ୱର,୨ା୮(ଏସଏସନିଉଜ)ରାଜ୍ୟରେ ବର୍ଷା ବିତ୍ପାତ ଆରମ୍ଭ ହୋଇଯାଇଛି । ବିଭିନ୍ନସ୍ଥାନରେ ବନ୍ୟାପରିସ୍ଥିତି ସୃଷ୍ଟିହେବାସହ ଅନେକସ୍ଥାନରେ ପ୍ରବାହିତ ହେଉଛି ବନ୍ୟାଜଳାଏହାଫଳରେ ହରଭଙ୍ଗାତହସିଲର ୧୦ରୁ ଅଧିକଗାଁ ପାଣିଘେରରେ ରହିଛି । ୪୧ ନଦୀକୂଳିଆ ଗାଁକୁ ସତର୍କ ସୂଚନା କରାଯାଇଛି ।ଲଗାଣବର୍ଷାରେ କେନ୍ଦୁଝର ଝୁମ୍ପୁରାବ୍ଲକ ନହବେଡା ପଞ୍ଚାୟତରେ କାନ୍ଥପଡି ଜଣଙ୍କ ଜୀବନ ଯାଇଛି । ଜୟପାଟଣାବ୍ଲକ ବିମଲାଗ୍ରାମରେ ଲଗାଣବର୍ଷାରେ କାନ୍ଥଭୁଷୁଡ଼ି ଗୋଟିଏ ପରିବାରର ୬ଜଣ ଆହତ ଓ ୨ଜଣ ଗୁରୁତରଆହତ ହୋଇଛନ୍ତି ।ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଛି ।ଏବେ ୧୯.୧୬ମିଟର ଜଳ […]

ପାଣିରେ ବୁଡ଼ିଲା ଟ୍ରକ୍‌

ଭୁବନେଶ୍ୱର,୨ା୮(ଏସଏସନିଉଜ)ଲଘୁଚାପଜନିତ ଲଗାଣବନ୍ୟାଭଳି ସ୍ଥିତି ସୃଷ୍ଟକରିଛି ।କେନ୍ଦୁଝରଜିଲ୍ଲା ବାଂଶପାଳ ସିଂପୁର ବଇଙ୍ଗାନାଳ ପୋଲଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛିା ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେବାରୁ ପାଣିରେ ବୁଡ଼ି ରହିଛି ଟ୍ରକ୍‌। ଯାତ୍ରୀବାହୀ ଗାଡ଼ି ଓ ଆଇରନ ଟ୍ରକଗୁଡିକ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି।ଯାହାଫଳରେ ସୁଆକାଟି-ରାଉରକେଲା ଓ ଦବୁନା ସମେତ ଅଁରା ରାଇଗୋଡା ଫୁଲଝରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।ଲଗାଣବର୍ଷା ଫଳରେ କନ୍ଧମାଳ ଜିଲ୍ଲାର ବାଘ, ଖଡ଼୍‌ଗ, କାଳିପେନୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି […]

ବଜ୍ରକାପ୍ତା ଚାଲାଣବେଳେ ଧରାପଡିଲେ ୮

ରାଇରଙ୍ଗପୁର,୨ା୮(ଏସଏସନିଉଜ)ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ଦକ୍ଷିଣବନଖଣ୍ଡ ଓ ରାଇରଙ୍ଗପୁରବନଖଣ୍ଡ ପକ୍ଷରୁ ଚଢଉ କରାଯାଇ ରାଇରଙ୍ଗପୁର ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହିଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।ସେମାନଙ୍କଠାରୁ ଗୋଟିଏ ବୋଲୋରୋ ଗାଡ଼ି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ବଜ୍ରକାପ୍ତା ବିକ୍ରିପାଇଁ ମୂଲଚାଲ କରୁଥିବାବେଳେ ସୁଚନାପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ୮ଜଣଙ୍କୁ ଧରିବାରେ ସକ୍ଷମ ହେବାସହ ସେମାନଙ୍କଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।

୫ପେସାଦାର ବନ୍ଧୁକବେପାରୀଙ୍କୁ ଧରିଲା ପୋଲିସ

କଟକ,୨ା୮(ଏସଏସନିଉଜ) କମିସନରେଟ ପୁଲିସର ସ୍ୱତନ୍ତ୍ରସ୍କ୍ୱାର୍ଡ ୫ଜଣ ପେସାଦାର ବନ୍ଧୁକ ବେପାରୀଙ୍କୁ ଧରିବା ସହ ସେମାନଙ୍କଠାରୁ ଗୋଟିଏକାର ଓ ଦୁଇଟିବାଇକ, ୫ଟିବନ୍ଧୁକ ସହ ୫୦ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ।ଏମାନେ ଏମାନଙ୍କ ମଧ୍ୟରୁ ଏକାଧିକ ଧଳସାମନ୍ତ ଗୋଷ୍ଠୀର ସଦସ୍ୟବୋଲି ଜଣାପଡିବାପରେ ସେମାନଙ୍କୁ ରିମାଣ୍ଡରେ ପୋଲିସ ଆଣିବାକୁ ଯୋଜନା କରିଛି । ଅଭିଯୁକ୍ତମାନେ କଟକ ଜିଲ୍ଲା ତଥା ଅଭିଭକ୍ତ କଟକ ଜିଲ୍ଲାର ପେସାଦାର ଅପରାଧୀ ବୋଲି ପୋଲିସ ସୁଚନା ଦେଇଥିବାବେଳେ ସେମାନେ ହେଲେ ସତ୍ୟଜିତ ଜେନା ଓରଫ କାଳିଆ, […]

ଲାଗିଛି ବର୍ଷା ବିପ୍ତାତ

ଭୁବନେଶ୍ୱର,୨।୮(ଏସଏସନିଉଜ)ଆଜି ବି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ନେଇ ପାଣିପାଗ ବିଭାଗର ସୂଚନାଦେଇଛି।ପାଣି ଜମିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା କରାଯାଇଛି।ସେହିଁଭଳିଭାବେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ହୋଇଥିବାବେଳେ ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିମି ବର୍ଷା,ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, […]

ପୋଖରୀକୁ ପଶିଲା କାର

ସୋର,୨।୮(ଏସଏସନିଉଜ) ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଛି କାର୍‌ । ସିମୁଳିଆ ମାର୍କୋଣା ବଜାର ନିକଟ ପୋଖରୀରେ ପଶିଯାଇଛି କାର୍‌ । କାର୍‌ ଭିତରୁ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ୪ ଜଣ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି।

ଟ୍ରେନ ଉପରକୁ ପଡିଲା ପଥର

ଅନୁଗୁଳ,୨।୮(ଏସଏସନିଉଜ)ଅନୁଗୁଳରୁ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର।ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର।ବଇଣ୍ଡାଠାରୁ ଗୋଟିଏ କିମି ଦୂରରେ ଘଟିଲା ଅଘଟଣ।ଯାହାଫଳରେ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ରେଲୱେ କର୍ମଚାରୀ ସୁରକ୍ଷିତ ଥିବାର ଜଣାପଡିଛି।ଖବରପାଇଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି।