Browsing yearly archive

2023

ଆଜିର ରାଶିଫଳ

୨୦୨୩ମସିହା ମଇମାସ ୨୧ ତାରିଖ ରବିବାର।ଦ୍ବିତୀୟାର ଚନ୍ଦ୍ରଦର୍ଶନ,ପୂଜା ଓ ଅର୍ଘ୍ୟଦାନ ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୨/୫୨,ସୂର୍ଯ୍ୟାସ୍ତ- ଘ୬/୧୩/୧୮,ଜ୍ୟେଷ୍ଠ ମାସ,ଶୁକ୍ଳପକ୍ଷ,ତିଥି- ଦ୍ବିତୀୟା ରାତ୍ରି ଘ୯/୫୪ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମୀନ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୧୦/୧୭ମି ପରେ ମେଷ, ବୃଷ, ମିଥୁନ, ସିଂହ, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ବିଛା ରାଶିର ରାତ୍ରି ଘ୧୦/୧୭ମି ପରେ କନ୍ୟା ରାଶିର ଘାତଚନ୍ଦ୍ର ।ଘାତବାର–ମେଷ ରାଶିର […]

ସ୍ଥାୟୀ ପୋଲିସ ଚୟନବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ବର,୨୦ା୫(ଏସଏସନିଉଜ) ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସକାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି । ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ। […]

ସୋମବାର ମନ୍ତ୍ରିମଣ୍ଡଳର ପୁନର୍ଗଠନ!

ଭୁବନେଶ୍ବର,୨୦ା୫(ଏସଏସନିଉଜ) ସୋମବାର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ। ଗସ୍ତ ସାରି ରାଜ୍ୟପାଳ କାଲି ଓଡ଼ିଶା ଫେରୁଥିବା ସୂଚନ ମିଳିଛି ।ଆସନ୍ତା ମେ ୨୨ରେ ରାଜ୍ୟରେ ହୋଇପାରେ ନୂଆମନ୍ତ୍ରୀ ମଣ୍ଡଳ ପୁନର୍ଗଠନ ।ସକାଳ ୯:୩୦ରେ ଶପଥ ନେବେ ନୂଆମନ୍ତ୍ରୀ । ଲୋକସେବା ଭବନର କନଭେନସନ୍ ହଲ୍‌ରେ ହେବ ଶପଥ ଗ୍ରହଣ ଉତ୍ସବ ।ଏବେ ଖାଲି ରହିଛି ୩ଟି ମନ୍ତ୍ରୀପଦ ।ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ।ମନ୍ତ୍ରୀପଦ ସହ ବାଚସ୍ପତି ପଦ ପାଇଁ […]

ଜଳିଗଲା ମୋବସ୍‌

ରାଉରକେଲା,୨୦ା୫(ଏସଏସନିଉଜ) ନିଆଁ ଲାଗି ଜଳିଯାଇଛି ମୋ ବସ୍‌ାଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସରେ ଯାଉଥିବା ଯାତ୍ରୀାରାଉରକେଲାରୁ ବେଦବ୍ୟାସ ଯିବା ବେଳେ ଲାଗିଯାଇଥିଲା ନିଆାଁଟିସିଆଇ ଛକରେ ଯାନ୍ତ୍ରିକ ତ୍ରୁଟିଯୋଗୁଁ ବସ୍‌ରେ ଲାଗିଯାଇଥିଲା ନିଆାଁବସ୍‌ରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ପ୍ରାଣବିକଳରେ ବସରୁ ଓହ୍ଲାଇ ଯାଇଥିଲୋ

ବିଦ୍ୟୁତଖୁଂଟରୁ ପଡି ଶ୍ରମିକ ଗୁରୁତର

ବାରଙ୍ଗ,୨୦ା୫(ଏସଏସନିଉଜ) ଏକ ନୂତନ ଗୃହକୁ ବିଦ୍ୟୁତ୍ ସଂଯୋଗ କରିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ଖୁଣ୍ଟରୁ ତଳକୁ ପଡ଼ି ଜଣେ କର୍ମଚାରୀ ଗୁରୁତରଆହତ ହୋଇଛନ୍ତି।ଏଭଳି ଘଟଣା ବାରଙ୍ଗ ବ୍ଲକ ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମରେ ଘଟିଛି। ସୂଚନା ମୁତାବକ କଣ୍ଟାପାଟଣା ଗ୍ରାମର ପ୍ରମୋଦ କୁମାର ସ୍ୱାଇଁଙ୍କ ଘରକୁ ନୂତନ ବିଦ୍ୟୁତ ସଂଯୋଗ କରିବା ପାଇଁ ଶନିବାର ବାରଙ୍ଗ ବିଦ୍ୟୁତ ସେକସନର କର୍ମଚାରୀମାନେ ଆସିଥିଲେ ।ଅପରାହ୍ନ ସମୟରେ ଆସିଥିବା କର୍ମଚାରୀମାନଙ୍କ ମଧ୍ୟରେ ଦାରୁଠେଙ୍ଗ ଗ୍ରାମର ନିରଞ୍ଜନ ସେଠ୍(୨୩) ନାମକ କର୍ମଚାରୀ […]

ଆଜିର ରାଶିଫଳ

୨୦-୫-୨୦୨୩(ଶନିବାର)ବିଛାରାଶିର ଘାତଚନ୍ଦ୍ର ବୃଷ ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୬।୫୧ ମଧ୍ୟେ ଘ୪।୩୭ ଗତେ ଘ୬।୧୪ ମଧ୍ୟେ କାଳବେଳା । ଘ୧।୨୩ ଗତେ ଘ୩।୦ ମଧ୍ୟେ ବାରବେଳା । ରାତ୍ରି ଘ୭।୩୭ ମଧ୍ୟେ ଘ୩।୫୦ ଗତେ ଘ୫।୧୩ ମଧ୍ୟେ କାଳରାତ୍ରି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପାଣିକଖାରୁ ରାତ୍ରି ଘ୯।୧୯ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ ।ଅମୃତ – ଦିବା ଘ୨।୪୯ ଗତେ ଘ୫।୧୩ ମଧ୍ୟେ ରାତ୍ରି ଘ୭।୧ […]

ବାଏବାଏ ଦୁଇହଜାର ନୋଟ !

ଭୁବନେଶ୍ୱର,୧୯ା୫(ଏସଏସନିଉଜ) ନେଣଦେଣରୁ ବିଦାୟନେବାକୁ ଯାଉଛି ୨ହଜାରଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରୁ ବଦଳାଇ ହେବ ନୋଟ୍। ୨ହଜାର ଟଙ୍କିଆନୋଟ୍ ନେଇ ରିଜର୍ଭବ୍ୟାଙ୍କର ବଡ଼ ନିଷ୍ପତ୍ତି ନେଇଛି । ଥରକେ ସର୍ବାଧିକ ୨୦ହଜାରଟଙ୍କା ପର୍ଯ୍ୟନ୍ତ  ବଦଳାଇ ହେବ। ଆଉ ୨ହଜାରଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।ମେ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ। ୨୦୧୬ନଭେମ୍ବରରେ ୨ ହଜାର […]

ଆଜିର ରାଶିଫଳ

୧୯-୫-୨୦୨୩(ଶୁକ୍ରବାର)ସାବିତ୍ରୀବ୍ରତ ଓ ଜ୍ୟେଷ୍ଠ ଅମାବାସ୍ୟା}ବୃଷ ମିଥୁନ କର୍କଟ ସିଂହ ଧନୁ କୁମ୍ଭ ମୀନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ବିଛା ଧନୁ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୨୭ ଗତେ ଘ୧୧।୪୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୯।୦ ଗତେ ଘ୧୦।୨୩ ମଧ୍ୟେ କାଳରାତ୍ରି । ସ୍ପର୍ଶ ଓ ପୀତ ବସ୍ତ୍ର ଦାନ । ଅମାବାସ୍ୟାର ସାମତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ସ୍ତ୍ରୀ ତୈଳ […]

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୮ା୫(ଏସଏସଏନିଉଜ)ପ୍ରକାସ ପାଇଛିଚଳିତ ବର୍ଷ ମାଟ୍ରିକ ରେଜଲ୍ଟାଏଥିରେ ପାସ୍ ହାର ୯୬.୪୦ ପ୍ରତିଶତରହିଥିବାବେଳେ ଏଥର ପୁଅଙ୍କଠାରୁ ଝିଅମାନେ ଆଗୁଆ ରହିଛନ୍ତି ।A1- ୪,୧୫୮, A2- ୨୯,୮୩୮ ଛାତ୍ରଛାତ୍ରୀ , B1- ୭୭,୫୬୭, B1-୧,୧୮,୭୫୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ଛାତ୍ରୀଙ୍କ ପାସ୍‌ହାର ୯୭.୦୫% ଓ ଛାତ୍ରଙ୍କ ପାସହାର ୯୫.୭୫% ।କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ରହିଛି । ତେବେକଟକ ଏବଂ ଜଗତସିଂହପୁରରେ ସର୍ଵଧିକ ପାସହାର ରହିଥିବାର ଜଣାପଡିଛି ।

ବନ୍ଧାହେଲେ ୨ଯୁବକ

ଜଟଣୀ,୧୭।୫(ଏସଏସନିଉଜ)ଜଟଣୀ ଓ ଡେଲାଙ୍ଗ ଥାନା ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଦୁଇ ଯୁବକଙ୍କୁ ଗିରଫ କରି ଝାରପଡ଼ା ଜେଲ୍‌ ହାଜତକୁ ପଠାଇଛି ଜଟଣୀଥାନା ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅରୁଗୁଳ ବଣିଆସାହିର ଅସିତ୍‌ ସାହୁ ଓରଫ୍ ତପୁନା(୨୧) ଓ ଡେଲାଙ୍ଗ ଥାନା ଯମୁନା ତଳସାହିର ସୌମ୍ୟରଞ୍ଜନ ଦାସ ଓରଫ୍‌ ସୋମୁ (୧୯)। ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ , ୬ଟି ଗୁଳି , ୧୦ ହଜାର ଟଙ୍କା ଓ ଗୋଟିଏ ପଲ୍‌ସର ବାଇକ୍ ଜବତ କରିଛି ପୋଲିସ।