Browsing yearly archive

2023

ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା

ମାଲକାନଗିରି,୧୭ ୧(ଏସଏସ ନିଉଜ)ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା ହୋଇଛି।ମହୋତ୍ସବରେ ପ୍ରବଳ ଭିଡ଼ରୁ ଦଳାଚକଟା ହେବାରୁ ୫ଜଣ ଆହତ ହୋଇଥିବାର ଜଣାପଡିଛି।ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା।ଗତକାଲି ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆଙ୍କ କାର୍ଯ୍ୟକ୍ରମ ଥିଲା।

ଆଜିର ରାଶିଫଳ

ଷଟତିଳା ଏକାଦଶୀ,୨୦୨୩ ମସିହା ଜାନୁୟାରୀ ମାସ ୧୮ ତାରିଖ (ବୁଧବାର)ମାଘ ମାସ – କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୩/୫୨ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୬/୨୮/୦୩,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୫/୩୮, କର୍କଟ ରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଶିମ୍ବ ଦିବା ଘ୩/୫୨ ଗତେ ପୋଇ ଭକ୍ଷଣ ନିଷେଧ। 🐏ମେଷ-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା […]

ଫରେଷ୍ଟ ଗାର୍ଡକୁ ଆକ୍ରମଣକଲା ହାତୀ

ବଡମ୍ବା,୧୬।୧(ଏସଏସନିଉଜ) ବଡମ୍ବାରେଞ୍ଜ ଅଧିନସ୍ତ ବାଣପୁର ଜଙ୍ଗଲରେ ହାତୀ ଆକ୍ରମଣରେ ନଳିନୀ ବେହେରା ନାମକ ମହିଳା ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି। ଜଙ୍ଗଲକୁ ହାତୀର ଗତିବିଧି ନଜର ରଖିବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯିବାରୁ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେବା ସହ ଗୋଡ଼ରେ ଦଳି ଦେଇଥିଲା।ଫଳରେ ଘଟଣାସ୍ଥଳରେ ନଳିନୀ ବେହୋସ ହୋଇ ପଡ଼ିଥିଲେ ।ସାଙ୍ଗରେ ଥିବା ଅନ୍ୟ ସାଥିମାନଙ୍କୁ ହାତୀ ଗୋଡାଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ବାଣପୁରଗାଁ ଲୋକେ ମହିଳାଙ୍କୁ ଉଦ୍ଧାର କରି […]

ଆଜିର ରାଶିଫଳ

ଜାନୁଆରୀ ମାସ ୧୭ ତାରିଖ ୨୦୨୩ ମସିହା(ମଙ୍ଗଳବାର) ମାଘମାସ-କୃଷ୍ଣପକ୍ଷ,ତିଥି- ଦଶମୀ ସନ୍ଧ୍ୟା ଘ୦୦୫/୫୬ ଗତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୫୯,ମକର ରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମଶାଗ ସନ୍ଧ୍ୟା ଘ୦୫/୫୭ ଗତେ ଶିମ୍ବ ଭକ୍ଷଣ ନିଷେଧ। ମେଷ:-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। […]

ସ୍ଥଗିତହେଲା ବସ୍ ଧର୍ମଘଟ

ଭୁବନେଶ୍ୱର,୧୬।୧(ଏସଏସ ନିଉଜ)ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତାକାଲିଠୁ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ ହୋଇଛି । ଏନେଇ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ୧୦ଟିରୁ ସରକାର ୩ଟି ଦାବି ମାନିଛନ୍ତି । ବାକି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି । ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଦେବେନ୍ଦ୍ର ।

ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧୬/୧(ଏସଏସ ନିଉଜ) ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ କୁହୁଡ଼ି ଯୋଗୁ ମଝି ଚିଲିକାରେ ଫସିଲା ଭସାପୋଲ। ଭସାପୋଲରେ ୩୦ ଯାତ୍ରୀ, ଗୋଟିଏ ଅଟୋ, ୧୦ ବାଇକ୍ ରହିଥିବାର ଜଣାପଡିଛି।

ଆଜିର ରାଶିଫଳ

ଜାନୁଆରୀ ମାସ ୧୬ ତାରିଖ ୨୦୨୩ ମସିହା(ସୋମବାର)ମାଘମାସ-କୃଷ୍ଣପକ୍ଷ ,ତିଥି- ନବମୀ ରାତ୍ରି ଘ୦୭/୧୭ ଗତେ ଦଶମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୦୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୧୯ ,ମିଥୁନ ରାଶିର ଘାତବାର ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ନଡିଆ ରାତ୍ରି ଘ୦୭/୪୭ ଗତେଭକ୍ଷଣ ନିଷେଧ।  ମେଷ-ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେଧୈର୍ଯ୍ୟହରା ନ ହୋଇ […]

ଆଜିର ରାଶିଫଳ

୧୫-୧-୨୦୨୩(ରବିବାର)ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତବାର । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନଡ଼ିଆ, ଲାଉ ଭକ୍ଷଣ ନିଷେଧ । ମେଷ:-ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆପଣଙ୍କ ଜୀବନରେ ସୁଖଦ ସ˚ପର୍କ ଆରମ୍ଭ ହେବ। ଚାକିରି ବୃତ୍ତିରେ କିଛି ଭଲ ହୋଇପାରେ। ବୃଷ:-ଯେଉଁ କାମ କରିବାକୁ ଚାହିିବେ ବିନା ବାଧାରେ ସ˚ପନ୍ନ ହେବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ସହ […]

ବଡମ୍ବା ଟି-ବ୍ରିଜ୍ ରେ ଦଳାଚକଟା

କଟକ, ୧୪/୧(ଏସଏସନିଉଜ) ମହାନଦୀଉପରେ ବଡ଼ମ୍ବା ସିଂହନାଥପୀଠକୁ ସିଧାସଳଖ ସଂଯୋଗକରୁଥିବା ଟି-ବ୍ରିଜ ଉପରେ ପ୍ରବଳ ଭିଡ଼ ଜମିବାରୁ ଦଳାଚକଟା ହୋଇ ୧୬ ଜଣ ଲୋକେ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟ ହୋଇଥିବାର ଜଣାପଡିଛିା ଆଜି ମକର ମେଳା ଥିବାରୁ ପ୍ରବଳ ଲୋକଙ୍କ ସମାଗମ ହେବାରୁ ବ୍ରିଜ ଉପରେ ପ୍ରବଳ ଭିଡ଼ ହୋଇଥିଲା। ବ୍ରିଜ୍‌ଟି ଅତି ସଂକୀର୍ଣ୍ଣ ଥିବା ବେଳେ ମକରମେଳା ହେତୁ ବହୁ ଲୋକଙ୍କ ସମାଗମ ଏଠାରେ ହୋଇଥିଲା। ସକାଳ ସମୟରୁ ହଁ ପ୍ରବଳ ଭିଡ଼ ଲାଗି […]

ବେଦବ୍ୟାସ ପୀଠରେ ୫-ଟି ସଚିବ

ଭୁବନେଶ୍ବର, ୧୪/୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରି ପୀଠରବିକାଶ ସମ୍ପର୍କରେ ଟ୍ରଷ୍ଟବୋର୍ଡର ସଭ୍ୟ ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ପାଣ୍ଡିଆନ୍ ଆଲୋଚନା କରିଥିଲେ । ପନ୍ଦରଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତକରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନନିମନ୍ତେ ଉପସ୍ଥାପନକରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର […]