Browsing yearly archive

2023

ରାଜସ୍ଥାନରେ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର,୨ା୧(ଏସଏସନିଉଜ)ଧାରଣା ତଳକୁ ଖସିଲା ସୂର୍ୟ୍ୟନଗରୀ ଏକ୍ସପ୍ରେସର ୧୧ଟି ବଗି ।ଗତକାଲି ରାତି ପ୍ରାୟ ୩.୨୭ ମିନିଟରେ ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦାର ସେକ୍ସନ ମଧ୍ୟରେ ରେଳ ଦୁର୍ଘଟଣା ହୋଇଛି । ବାନ୍ଦ୍ରାରୁ ଯୋଧପୁର ଯାଉଥିବା ବେଳେ ଭୋର୍ ସମୟରେ ଏହି ଦୁର୍ଘଟଣାଘଟିଛି । ଏହି ରେଳ ଦୁର୍ଘଟଣାରେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇ ଚିକିତ୍ସା କରାଯାଉଛି । ଦୁର୍ଘଟଣାସ୍ଥଳରେ ଉଚ୍ଚସ୍ତରୀୟ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଏହି ଟ୍ରେନରେ […]

ପ୍ରେମିକା ଘରଆଗରେ ପ୍ରେମିକର ମୃତ୍ୟୁ

ବଲାଙ୍ଗିର,୨ା୧(ଏସଏସନିଉଜ) ଦୁଆନପାଲି ଗାଁରେ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛିା। ପ୍ରେମବ୍ୟାପାରକୁ ନେଇ ପ୍ରେମିକକୁ ହତ୍ୟାକରାଯାଇଥିବା ସନ୍ଦେହ କରାଯାଛି।ମୃତଯୁବକ ଗାନ୍ଧୀଷାଣ୍ଢ ହୋଇଥିବାବେଳେ ତାଙ୍କ ପେଟରେ କ୍ଷତ ଚିହ୍ନରହିଛି। ପ୍ରେମିକାର ଘରଆଗରେ ପଡ଼ିଛି ପ୍ରେମିକର ମୃତଦେହ। ପ୍ରେମିକାଙ୍କ ଅଜା ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତ୍ୟୁପଛର କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର,୨ା୧(ଏସଏସନିଉଜ)ବନ୍ଦଘରେ ମହିଳାଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କିମାରିଛି । । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରେ ଘଟିଛି । ମୃତକ ହେଉଛନ୍ତି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର । ଶୁଭଶ୍ରୀ ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ସେଲିବ୍ରେସନ ସାରି ଭଡାରେ ରହୁଥିବା ଘରକୁ ଫେରିଥିଲେ । ଯୋଡାର ବନେଇକଳା ବସ୍ତିରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ ସେ ଭଡା ସୂତ୍ରରେ […]

ଟ୍ରକରେ ଲାଗିଗଲା ନିଆଁ!

ବାଲେଶ୍ୱର,୨ା୧(ଏସଏସନିଉଜ) ୬୦ନମ୍ବର ଜାତୀୟରାଜପଥର ରାଜଘାଟ ପାଖରେ ଜଳିଗଲା ଚଳନ୍ତା ମିନି ଟ୍ରକ୍ । ମିନିଟ୍ରକ୍ରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ଓ ବାଇକ୍ ଯାଉଥିଲା । ନିଆଁଲାଗିବାର କାରଣ ଜଣାପଡ଼ିନଥିବାବେଳେ ଡ୍ରାଇଭର ସୁରକ୍ଷିତଥିବାର ଜଣାପଡିଛି । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇ ନଥିବା ସୂଚନା ମିଳିଛି ।

ଜୟପୁର ରାଜପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର, ୨ା୧(ଏସଏସନିଉଜ) ଜୟପୁର ରାଜପରିବାରର ଶେଷରାଣୀଙ୍କ ଜୟପୁରସ୍ଥିତ ରାଜପ୍ରାସାଦରେ ଗତକାଲି ବିଳମ୍ବିତ ରାତିରେ ହେଲା ପରଲୋକ ଘଟିଛି ।ଶେଷରାଣୀ ରମାକୁମାରୀ ଦେବୀଙ୍କର ୯୦ବର୍ଷରେ ପରଲୋକ ହୋଇଛି ।

ନୂଆବର୍ଷରେ ମଦବିକ୍ରିରେ ଭାଙ୍ଗିଲା ରେକର୍ଡ

ଜୟପୁର, ୨ା୧(ଏସଏସନିଉଜ) ରାଜସ୍ଥାନରେ ନୂଆବର୍ଷରେ ୧ ବିଲିୟନ ୧୧କୋଟି ଟଙ୍କାର ମଦ କିଣିଛନ୍ତି ଲୋକେ ।ଦୁଇଦିନରେ ତଥା ୩୦ ଏବଂ ୩୧ ଡିସେମ୍ବରରେ ରାଜ୍ୟରେ ୧ ଅରବ ୧୧ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା।ସେହିପରି ଗତବର୍ଷ ଏହି ଦୁଇଦିନରେ ୭୭.୮୨ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା ।

୫ ଦିନଯାଏ କମିବ ଶୀତ

ଭୁବନେଶ୍ୱର,୨ା୧(ଏସଏସନିଉଜ)ରାଜ୍ୟରେ ୫ ଦିନଯାଏ କମିବ ଶୀତର ପ୍ରକୋପା ଆସନ୍ତା ୨ ଦିନ ଯାଏଁ ରହିବ ଘନ କୁହୁଡ଼ି ।ଆସନ୍ତା ୪-୫ ଦିନଯାଏ ରାତିତାପମାତ୍ରା ୩ରୁ୪ ଡିଗ୍ରୀ ବଢ଼ିଯିବ ।ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି । କିନ୍ତୁ ଘନ କୁହୁଡ଼ି ପଡ଼ିବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛିା ।  

ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି

ଭୁବନେଶ୍ୱର,୨ା୧(ଏସଏସନିଉଜ)ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କୁ ବର୍ତ୍ତମାନ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ତେବେ ଶୁକ୍ରବାର ଦିନ ଭୟଙ୍କର ସଡକ ଦୁର୍ଘଟଣାରେ ଋଷଭଙ୍କର ଗୋଡ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଯେଉଁଥିପାଇଁ ତାଙ୍କ ଗୋଡ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି କୁହାଯାଉଥିଲା । ତେବେ ଭାରତୀୟ କ୍ରିକେଟର ରିଷଭ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ।

କୁମ୍ଭୀର ଗଣନାପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା, ୨ା୧(ଏସଏସନିଉଜ)ଜାନୁଆରୀ ୪ରୁ ୧୪ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକାା ଭିତରକନିକା ଜାତୀୟଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେଥିବା ନଦୀନାଳ ଗୁଡିକରେ କୁମ୍ଭୀରଗଣନା ଆରମ୍ଭ ହେବାଏଣୁ ଏହାକୁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।

୧୦ଶିକ୍ଷକଙ୍କୁ ବହିଷ୍କାର କଲେ ଡିଇଓ

ମାଲକାନଗିରି, ୨ା୧(ଏସଏସନିଉଜ) ଦୀର୍ଘଦିନଧରି ଅନୁପସ୍ଥିତଥିବା ୧୦ଜଣଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି। ୧୦ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରିଛନ୍ତି ମାଲକାନଗିରି ଡିଇଓ। କାରଣଦର୍ଶାଅ ନୋଟିସ୍ ସତ୍ତ୍ୱେ ଉତ୍ତର ନ ମିଳିବାରୁ ଏହିଭଳି କାର୍ୟ୍ୟାନୁଷ୍ଠାନନେଇଥିବାର ଜଣାପଡିଛି ।