Browsing monthly archive

January 2024

ପୋଖରୀରୁ ମିଳିଲା ଶିଶୁପୁତ୍ରର ମୃତଦେହ

ସୋର,୨।୧(ଏସଏସନିଉଜ)ନିଖୋଜ ହୋଇଥିବା ୩ବର୍ଷର ଶିଶୁପୁତ୍ରର ମୃତଦେହ ଉଧାର ହୋଇଛି।ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।୪ନମ୍ବର ୱାର୍ଡ ରାୟପୁର ଗାଁରୁ ଗତକାଲି ଶିଶୁପୁତ୍ରଟି ନିଖୋଜ ଥିଲା।ଘର ନିକଟରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା ଶିଶୁପୁତ୍ର।

ହାତୀ ପାଇଁ ରାସ୍ତାରୋକ

କଣ୍ଟାମାଳ,୨।୧(ଏସଏସନିଉଜ)ଗତକିଛି ଦିନଧରି ଜଙ୍ଗଲୀ ହାତୀ ଉପଦ୍ରଵ ଯୋଗୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିଲେ।ହାତୀ ଭୟରେ ଘରୁ ବହାରିବାକୁ ନିରାପଦ ମଣୁନଥିଲେ।ଜଙ୍ଗଲ ବିଭାଗକୁ ଅନୁରୋଧ ପରେ ମଧ୍ୟ ସେମାନେ ନଶୁଣିଲାପରି ରହୁଥିଲେ।ଶେଷରେ ସୁରକ୍ଷା ପାଇଁ ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀମାନଙ୍କ ଦ୍ୱାରା ରାଜରାସ୍ତା ଅବରୋଧ କରାଯାଇଛି।ଯାହାଫଳରେ ମନମୁଣ୍ଡା-ଘଣ୍ଟାପଡା ରାସ୍ତାର ଉଦେପୁର ଛକରେ ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ ଯୋଗୁ ଯାତାୟାତ ଠପ ହୋଇଯାଇଛି।ବାରମ୍ବାର ଅଭିଯୋଗ ପରେ ବି ବନବିଭାଗ ଚୁପ୍ ରହିବାରୁ ତାତିଛନ୍ତି ଲୋକେ।

ଓ୍ବାଟକୋ ଶାଖାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨।୧(ଏସଏସନିଉଜ) ଜନସ୍ବାସ୍ଥ୍ୟ ବିଭାଗର ୱାଟକୋ ଶାଖାରେ ଅଗ୍ନିକାଣ୍ଡ ଘଟିଛି।ନିଆଁଲାଗି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା ଜଣାପଡିଛି।କାର୍ଯ୍ୟଳୟ ସମେତ ଗୁରୁତ୍ବପୂର୍ଣ୍ଣ ବହୁ ପୁରୁଣା ଏବଂ ନୂଆ ଫାଇଲ ପୋଡିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ମିଳିଛି।

ବଢୁଛି କରୋନା

  ଭୁବନେଶ୍ୱର,୨।୧(ଏସଏସନିଉଜ)ଆଉ ୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ଦିନକରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯୫ଜଣଙ୍କ କୋଭିଡ୍ ପରୀକ୍ଷା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଚିହ୍ନଟ ହୋଇଛନ୍ତି।ଯାହାଫଳରେ ରାଜ୍ୟରେ ସକ୍ରିୟ କରୋନା ରୋଗୀ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ବୋଲି ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ

ଭୁବନେଶ୍ୱର,୨।୧(ଏସଏସନିଉଜ)ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେସ୍ଥାୟୀ ବେଞ୍ଚର ଆବଶ୍ୟକତା ନଥିବା କହିଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ଇ-କୋର୍ଟ ଆରମ୍ଭ ହେଲାଣି , ଭର୍ଚୁଆଲ ରେ ସୁବିଧା ମିଳୁଛି।ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି।ଜିଲ୍ଲାରେ ଭଲ ସୁବିଧା ମିଳୁଛି ବୋଲି କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି।ତେଣୁ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ଆଉ ନାହିଁ ବୋଲି କହିଛନ୍ତି।

ଅଜଣା ଗାଡିନେଲା ଜୀବନ

କୋରାପୁଟ,୨।୧(ଏସଏସନିଉଜ)ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତୁ ଘଟିଛି।ଏହାସହ ଜଣେ ଗୁରୁତର ଆହତ ହୋଇଛନ୍ତି।ବରିଗୁମାରୁ ଜୟପୁର ଯାଉଥିବା ବେଳେ ବାଇକକୁ ଧକ୍କାଦେଇଥିଲା ଅଜଣା ଗାଡ଼ି।ଘଟଣାସ୍ଥଳରେ ଜଣଙ୍କର ମୃତୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।

ବାର୍ଷିକରାଶିଫଳ୨୦୨୪

⚫❗⚫ ଓଁ ଜଗନ୍ନାଥଂ ମହାବିଷ୍ଣୁଂ ବଳଭଦ୍ରଂ ସଦାଶିବଂ ସୁଭଦ୍ରାଂ ବ୍ରହ୍ମଂଶକ୍ତିଂ ଚ ପ୍ରଣମାମି ପୁନଃ ପୁନଃ ୨୦୨୪ ମସିହାରେ ୧୨ଗୋଟି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଗୋଚରରେ ଗ୍ରହମାନଙ୍କର ସ୍ଥିତିକୁ ଅନୁଧ୍ଯାନକଲେ ବର୍ଷ ପ୍ରାରମ୍ଭରେ ଚନ୍ଦ୍ରମା ସିଂହରେ l କେତୁ କନ୍ୟାରେ l ଶୁକ୍ର ଓ ବୁଧ ବିଛାରେ l ରବି ଓ ମଙ୍ଗଳ ଧନୁ ରେ l ଶନି କୁମ୍ଭରେ l ରାହୁ ମୀନ ରାଶିରେ ରହିବେ l ବୃହସ୍ପତି ମେଷରାଶିରେ ଅବସ୍ଥାନ କରିଛନ୍ତି l […]