Browsing monthly archive

February 2024

କୋର୍ଟରେ ହାଜରହେଲେ ସୋମାଲିକା

ଭୁବନେଶ୍ୱର,୨୭।୧(ଏସଏସନିଉଜ)ସୋମାଲିକାଙ୍କୁ ବିଧାୟକ ବିଜୟଶଙ୍କରଙ୍କ ପ୍ରତାରଣା ଅଭିଯୋଗ ମାମଲାରେଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେସୋମାଲିକା। କୋର୍ଟଙ୍କ ନୋଟିସ ଅନୁସାରେ ହାଜର ହୋଇଛନ୍ତି ସୋମାଲିକା। ପ୍ରୋଟେଷ୍ଟ ପିଟିସନ ଦାଖଲ କରିବୁ କହିଛନ୍ତି ସୋମାଲିକାଙ୍କ ଓକିଲ।

୪ମହାକାଶଚାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୭।୧(ଏସଏସନିଉଜ) ଗଗନଯାନ ମିଶନରେ ମହାକାଶ ଯିବାକୁଥିବା ୪ଜଣଙ୍କ ନାଁ ଘୋଷଣା ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୪ ଜଣଙ୍କ ନାଁ ଘୋଷଣା କଲା ଇସ୍ରୋ।ଭାରତୀୟ ବାୟୁସେନା ର ୪ପାଇଲଟ୍‌ ଯିବେ ମହାକାଶ।ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣନାୟାର,ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌,ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା।୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ।

ଓଲଟିଲାବସ୍‌,୧୫ଆହତ

ତେଲକୋଇ,୨୭।୨(ଏସଏସନିଉଜ)ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌।ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଫୁଲଝରରୁ ପାଲଲହଡ଼ା ଯିବା ବାଟରେ ତରମାକ୍ତ ପାଖରେ ଓଲଟି ପଡିଥିଲା।୧୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୭ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ- ଘ୬/୧୨/୭,ସୂର୍ଯ୍ୟାସ୍ତ- ଘ୫/୪୭/୭,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଭୌମବାସ, ତିଥି- ତୃତୀୟା ରାତ୍ରି ଘ୨/୫ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୨/୫ମିପରେ ନୈର୍ଋତ କୋଣରେ।ମଙ୍ଗଳବାର,ବିଷ୍ଟିକରଣ ରିକ୍ତାତିଥିଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳଭକ୍ଷଣ ନିଷେଧ। ଅଶୁଭବେଳା-ବାରବେଳା ଦିବାଘ୭/୩୫ମି ରୁ ଘ୯/ ୨ମି ପର୍ଯ୍ୟନ୍ତ।କାଳଵେଳା ଦିବାଘ୧/୨୫ମି ରୁ ଘ୨/ ୫୩ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୨୧ମି ରୁ ଘ୮/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୮/ ୩୩ମି ରୁ ଘ୧୦/୫୭ମି ମଧ୍ୟେ, […]

ସତ୍ୟବାଦୀରେ ବୁଲୁଛି ବାଘ!

ପୁରୀ,୨୬।୨(ଏସଏସନିଉଜ)ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକରେ ବାଘ ଆତଙ୍କ ଦେଖାଦେଇଛି।ଷୋଳହଳ ଗ୍ରାମବାସୀଙ୍କ ମୋବାଇଲ୍‌ରେ ଏହିଭଳି ଚିତ୍ର କଏଦ ହୋଇଛି।ଅଳୁଗୁମ ପଞ୍ଚାୟତ ସିଂଘାକୁଦା ଗାଁରେ ଏହିଭଳି ଘଟଣା ଘଟିଛି।ତବେ ଏହା ପକୃତରେ ବାଘ ନା ଆଉ କିଛି ତାହା ଜାଣିବାପାଇ ବନବିଭାଗ ଉଦ୍ୟମ ଆରମ୍ଭ କରିଛି।ଗ୍ରାମବାସୀମାନଙ୍କଠାରୁ ଖବରପାଇ ବନ ବିଭାଗର ଏକ ଟିମ ପକୃତ ଘଟଣାକୁ ଯାଞ୍ଚ କରିବାପାଇଁ ଆସିଛି।ତେବେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବାର ବନବିଭାଗ ପକ୍ଷରୁ କୁହାଯାଇଛି।

ପିଅନ ପାଇଁ ବିଭ୍ରାଟ!

ଭୁବନେଶ୍ୱର,୨୬।୨(ଏସଏସନିଉଜ) ଜଣେ ପିଅନ କପିଦେବାକୁ ନେଇ ଉତ୍ତେଜନା ଦେଖାଦେଇଛି।ଭଦ୍ରକରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଛି।ଏହାକୁ ନେଇ ଭଦ୍ରକାଳୀ ହାଇସ୍କୁଲରେ ଉତ୍ତେଜନା ଦେଖାଦେଇଛି।ସ୍କୁଲ ଜଣେ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପିଦେଉଥିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଥିଲା।ପରୀକ୍ଷାପରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ପରୀକ୍ଷାର୍ଥୀ। ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ବ୍ଲକ ଶିକ୍ଷାଅଧିକାରୀ।ଏହି ଘଟଣାରେ ପିଅନଙ୍କୁ ଉଠାଇନେଇ ଗ୍ରାମାଞ୍ଚଳ ଥାନା ପୋଲିସର ପଚରାଉଚରା ଆରମ୍ଭ କରିଛି।

ଆଜିର ରାଶିଫଳ

ଫେବୃଆରୀମାସ ୨୬ତାରିଖ ୨୦୨୪ମସିହା (ସୋମବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ୧୧/୩୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୬/ ୧୩/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ ୦୫/ ୪୮/୨୦,ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୩୪ ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କନ୍ୟାରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତବାର, କାଳବେଳା -ଦିବା ଘ୦୭/୩୭ ଗତେ ଘ୦୯/୦୮ ମଧ୍ୟେ, ବାରବେଳା – ଦିବା ଘ୦୨/ ୩୬ ଗତେ ଘ୦୪/୨୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। -ଦିବା ଘ ୦୭/ ୩୭ ମଧ୍ୟେ ଓ ଘ୧୧/ ୦୦ ଗତେ […]

ପଦ୍ମ ଧରିଲେ ଦେବାଶିଷ

ଭୁବନେଶ୍ୱର,୨୫।୨(ଏସଏସନିଉଜ)ବିଜେଡ଼ି ଛାଡି ବିଜେପିରେ ମିଶିଲେ ଦେବାଶିଷନାୟକ। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପିକାର୍ୟ୍ୟାଳୟରେ ସେ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗଦେଇଛନ୍ତି।ଆଜି ସେ ବିଜେଡି ପ୍ରାଥମିକସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ।ବିଜେଡିର ଏହି ବରିଷ୍ଠନେତା ଦେବାଶିଷ ବିଧାୟକ ଭାବରେ ୪ଥର ନିର୍ବାଚିତ ହୋଇଛନ୍ତି।୨୦୦୪- ୨୦୦୮ପର୍ଯ୍ୟନ୍ତ ବିଭିର୍ଣ ବିଭାଗରେ ଥିଲେ ମନ୍ତ୍ରୀ।କ୍ରୀଡା,ସୂଚନା ଓ ଲୋକସମ୍ପର୍କ ବିଭାଗର ଥିଲେ ମନ୍ତ୍ରୀ।୨୦୦୦ରୁ୨୦୦୯ପର୍ଯ୍ୟନ୍ତ ଥିଲେ ବିଧାୟକ।୨୦୧୯ରେ ଦେବାଶିଷଙ୍କୁ ଟିକେଟ ଦେଇନଥିଲେ ବିଜେଡି।ବିଜେପିରେ […]

ଭିଜିଲାନ୍ସ ଜାଲରେ ASI

ଭୁବନେଶ୍ୱର,୨୫।୨(ଏସଏସନିଉଜ)ଭିଜିଲାନ୍ସ ଜାଲରେ ନିଆଳି ASI।ଭିଜିଲାନ୍ସ ଜାଲରେ କଟକଜିଲ୍ଲା ନିଆଳି ଥାନା ASI।୨ହଜାରଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ASI ବିଜୟଭଞ୍ଜ।ଏକ ମାମଲାରେ ଫସାଇ ଦେବାକୁ ଧମକଦେଇ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।

ମଧୁବନ ଗାଁରେ ବୁଲିଲା ଖଣ୍ଡା

ବାରଙ୍ଗ,୨୫।୨(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗଥାନା ଅଧିନସ୍ତ ମଧୁବନ ଗାଁରେ ରବିବାର ସକଳେ ବୁଲିଛି ଖଣ୍ଡା।କେତେଜଣ ଯୁବକ ଖଣ୍ଡା ଧରି କିଛି ସମୟପାଇ ଉପ୍ତାତ ସୃଷ୍ଟି କରିଥିଲେ।ଖଣ୍ଡା ଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁନେଇ ଏବେ ଗାଁରେ ଉତେଜନାଦେଖାଦେଇଛି। ଉପ୍ତାତ ସୃଷ୍ଟି କରିଥିବା ଯୁବକମାନେ ଏକ କାରକୁ ମଧ୍ୟ ଭାଙ୍ଗିଦେଇଛନ୍ତି।ଖବରପାଇ ବାରଙ୍ଗପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିଉପରେ ତୀକ୍ଷ୍ଣ ନଜର ରଖିଛି।ଖଣ୍ଡାଧରି ଆକ୍ରମଣ କରାଯାଉଥିବା ସମୟର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।