Browsing daily archive

March 16, 2024

ଯୁବକଙ୍କୁ ଗୋଡ଼ାଇଗୋଡ଼ାଇ ହାଣିଲେ

ଗଞ୍ଜାମ,୧୬ା୩(ଏସଏସନିଉଜ) ଦୁଇଗୋଷ୍ଠିମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ ନେଇ ଗତକାଲି ଦୁବପଲ୍ଲୀ ଗ୍ରାମ ନିକଟରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ଗୋଡ଼ାଇଗୋଡ଼ାଇ ହାଣି ରକ୍ତାକ୍ତ କରିଛନ୍ତି । ଏଥିରେ ରାଳବ ଗ୍ରାମର ବି. ସନ୍ତୋଷ ପାତ୍ର ଗୁରୁତର ହୋଇଥିଲେ। ତାଙ୍କର ହାତରେ ଖଣ୍ଡା ଚୋଟ ପଡ଼ିଛି। ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରାଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ତୋଷ ରାତିରେ ଦୁବପଲ୍ଲୀ ଦେଇ ଆସୁଥିବା ବେଳେ ବିପକ୍ଷ ଗୋଷ୍ଠୀ […]

ପୁରୀରେ ବୋମାମାଡ଼

ପୁରୀ,୧୬ା୩(ଏସଏସନିଉଜ) ପୁଣି ପୁରୀରେ ବୋମାମାଡ଼ ହୋଇଛି। ବାଲିଘାଟ ନିକଟ ଭୁଦାନ ଛକରେ ଏହି ବୋମାମାଡ଼ ହୋଇଛି ।ଦୁର୍ବୁତମାନେ ସୁବ୍ରତ କୁମାର ଦୀକ୍ଷିତଙ୍କ ଗାଡ଼ି ୱାର୍କସପ୍ ଉପରକୁ ବୋମାମାଡ଼ କରିଛନ୍ତି ।ଯାହାଫଳରେ ୱାର୍କସପରେ କାମ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର ହୋଇ ଚିକିସ୍‌ାପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିଥିବା ସୂଚନା ମିଳିଥିବାବେଳେ ଖବରପାଇ ତାଳବଣିଆ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି ।

ଆଜିର ରାଶିଫଳ

ମାର୍ଚ୍ଚମାସ ୧୭ତାରିଖ ୨୦୨୪ ମସିହା(ରବିବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ ୦୯/୫୧ପର୍ଯ୍ୟନ୍ତ ତଦନ୍ତେନବମୀ,ସୁର୍ୟୋଦୟ – ପ୍ରାତଃ ଘ୦୬/୫୮/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/ ୨୯,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୯/୫୧ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟାରାଶିର ଘାତଚନ୍ଦ୍ର,ମେଷରାଶିର ଘାତ ବାର,କାଳବେଳା ଓ ବାରବେଳା – ଦିବା ଘ୧୦/୨୭ ଗତେ ଘ୦୧/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୬/୪୫ ଗତେ ଘ୦୯/୫୭ ମଧ୍ୟେ ଓ ରାତ୍ରି ଘ୦୭/ ୩୦ ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୪୫ ମଧ୍ୟେ ଓ […]

୨୦୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଆଜି ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ଭୋଟ୍ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଓଡ଼ିଶାରେ ଚତୁର୍ଥ, ପଂଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।ମେ ୧୩,ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ […]

ନିହାରିକାପାଇଁ ଘଟିଲା ନାରକୀୟକାଣ୍ଡ !

ଭୁବନେଶ୍ୱର,୧୬।୩(ଏସଏସନିଉଜ)ଖଣ୍ଡା ଚୋଟରେ ଗଡ଼ିଲା ଯୁବକଙ୍କ ମୁଣ୍ଡ। ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା।ସେ କ୍ୟାଟରିଂ ସଂସ୍ଥାରେ କାମ କରନ୍ତି । ପିଙ୍କୁ ନାମକ ଅଭିଯୁକ୍ତ ଖଣ୍ଡାରେ ହାଣିଥିବା ସୂଚନା ମିଳିଛି। ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଅଘଟଣ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ବେଳେ ମୃତ୍ୟୁ ହୋଇଥିଲା। ପ୍ରେମ ବ୍ୟାପକକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଥିଲା ମୁଣ୍ଡ। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ […]

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର,୧୬।୩(ଏସଏସନିଉଜ)ଭୁବନେଶ୍ବର ସହରାଞ୍ଚଳ ପୋଲିସଜିଲ୍ଲା ମଧ୍ୟରେ ମେଣ୍ଢାଶାଳଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳଭାବେ ଗଢିଉଠୁଛି ।ସେହିଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସଷ୍ଟେସନ (Industrial Police Station)ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି […]