ନିହାରିକାପାଇଁ ଘଟିଲା ନାରକୀୟକାଣ୍ଡ !

ଭୁବନେଶ୍ୱର,୧୬।୩(ଏସଏସନିଉଜ)ଖଣ୍ଡା ଚୋଟରେ ଗଡ଼ିଲା ଯୁବକଙ୍କ ମୁଣ୍ଡ। ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା।ସେ କ୍ୟାଟରିଂ ସଂସ୍ଥାରେ କାମ କରନ୍ତି । ପିଙ୍କୁ ନାମକ ଅଭିଯୁକ୍ତ ଖଣ୍ଡାରେ ହାଣିଥିବା ସୂଚନା ମିଳିଛି। ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଅଘଟଣ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ବେଳେ ମୃତ୍ୟୁ ହୋଇଥିଲା। ପ୍ରେମ ବ୍ୟାପକକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଥିଲା ମୁଣ୍ଡ। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପାପୋଖରୀ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

Comments (0)
Add Comment