Browsing daily archive

March 17, 2024

ଆଜିର ରାଶିଫଳ

ମାର୍ଚ୍ଚମାସ ୧୮ତାରିଖ ୨୦୨୪ ମସିହା (ସୋମବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରି ଘ ୧୦/୫୦ପର୍ଯ୍ୟନ୍ତ ତଦନ୍ତେ ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୯,ଯୋଗିନୀ ପୂର୍ବେ ରାତ୍ରି ଘ୧୦/୫୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କନ୍ୟାରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର, କାଳବେଳା -ଦିବା ଘ୦୭/୨୭ ଗତେ ଘ୦୮/୫୮ ମଧ୍ୟେ,ବାରବେଳା – ଦିବା ଘ୦୨/୫୬ ଗତେ ଘ୦୪/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୨୬ ମଧ୍ୟେ ଓ ଘ୧୦/୪୪ ଗତେ ଘ୦୧/ ୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୮ ଗତେ ଘ୦୫/୦୯ […]

ଅଧାବାଟରୁ ବରକୁ ଉଠାଇନେଲା ପୁଲିସ

ସୁନ୍ଦରଗଡ଼,୧୭ା୩(ଏସଏସନିଉଜ) ଅଧାବାଟରୁ ବରକୁଉଠାଇନେଲା ପୁଲିସ ।ବାଜାବାଣ ଫୁଟାଇ ବେଶ ଖୁସିରେ କନ୍ୟାଘରଆଡକୁ ବରଯାତ୍ରୀ ଦଳ ମାଡିଆସୁଥିଲେ ।ବରଯାତ୍ରୀଙ୍କର ବି ନାଚିବା କମ ନଥିଲା ।କନ୍ୟା ଘର ପାଖେଇ ଆସୁଥିବାବେଳେ ହଠାତ ପୋଲିସ ଆସି ପହଁଚିଯାଇଥିଲା ।ଆଉ କାଳବିଳମ୍ଭ ନକରି ବରକୁ କାରଭିତରୁ ଉଠାଇନେଇଯାଇଥିଲା ।ଏହିଭଳି ଘଟଣା ସମ୍ବଲପୁର ରବାମରାରେ ଘଟିଛି । ଧରୁଆଡିହି ଥାନାରେ ଲଭ୍‌, ସେକ୍ସ, ଧୋକାର ଅଭିଯୋଗ ପ୍ରେମିକା କରିବାପରେ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରେମିକା କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କୁ ବାମରା […]

ପାଣିପାଇପ ଓ ଫିଟିଂ ଚୋରୀ

ବାରଙ୍ଗ,୧୭ା୩(ଏସଏସନିଉଜ)ବାରଙ୍ଗର ୬ପଂଚାୟତରେ ପାନୀୟଜଳ ଯୋଗାଣ ପାଇଁ ହେଉଥିବା କାମ ନିମନ୍ତେ ହୋଇଥିବା ଗୋଡାଉନରୁ ପାଣିପାଇପ ଓ ଫିଟିଁ ସାମଗ୍ରୀ ଚୋରୀକରିବା ଅଭିଯୋଗରେ ପୋଲିସ ଦୁଇ ସିକୁରିଟିଗାର୍ଡ ,କବାଡିଆହ ଅନ୍ୟଜଣଙ୍କୁ ଗିରଫକରି ରବିବାରଦିନ କୋର୍ଟଚାଳଣ କରିଛି ।                         ପ୍ରକାସ ଯେ, ଅରୁଣକୁମାରପଣ୍ଡା ନାମକ ବ୍ୟକ୍ତି ବାରଙ୍ଗବ୍ଲକର ୬ପଂଚାୟତକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ ସଂଯୋଗ କାମ କରୁଛନ୍ତି ।ଏଥିନିମନ୍ତେ ସେ ମଧୁବନପଂଚାୟତ […]

ପଟିଆକଲେଜରେ ଭାରତୀୟ ଭାଷାସମ୍ମିଳନୀ

  ଭୁବନେଶ୍ୱର,୧୭।୩(ଏସଏସନିଉଜ) ମାତୃଭାଷା, ମାତୃଭୂମି ଏବଂ ମୋମାତୃଭାଷା – ମୋଗର୍ବ ବିଷୟରେ ଜାତୀୟକର୍ମଶାଳା ଶନିବାରଦିନ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆନୁଷ୍ଟିତ ହୋଇଯାଇଛି ।ଭାରତସରକାରଙ୍କଭାରତୀୟ ଭାଷା ସମିତି, ଶିକ୍ଷାମନ୍ତ୍ରଣାଳୟ, ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ ଓ ରାଜାମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସେମିନାରରେ ପଶ୍ଚିମବଙ୍ଗ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ତାପସ ଚକ୍ରବର୍ତ୍ତୀ,ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଟୁଇଙ୍କିଲ ପୃଷ୍ଟି, ବିଶ୍ଵଭାରତୀ ଶାନ୍ତିନିକେତନର ପ୍ରଫେସର୍ ଇନ୍ଦ୍ରମଣିସାହୁ,ଭାଷା ବିଶାରଦ ପ୍ରଫେସର ହରେକୃଷ୍ଣ […]

ଆତଙ୍କ କରୁଛନ୍ତି ୧୨ଟିକିଆ ହାତୀପଲ

ଆସ୍କା,୧୭ା୩(ଏସଏସନିଉଜ) ଧରାକୋଟରେ ୧୨ଟିକିଆ ହାତୀପଲର ଆତଙ୍କ ଦେଖାଦେଇଛି।ହାତୀପଲକୁ ଘଉଡ଼ାଇବା ପାଇଁ ସାରା ରାତି ବନ ବିଭାଗ ଓ ଗାଁଲୋକଙ୍କୁ ନାକେଦମ ହେବାକୁ ପଡିଛିା ଏକମାସରୁ ଅଧିକ ଦିନ ହେବସନ୍ଧ୍ୟାହେବାମାତ୍ରେ ୧୨ଟିକିଆ ହାତୀପଲ ଆସିକା ରେଞ୍ଜ’ର ଶେରଗଡ଼ ପରେ ଏବେ ଧରାକୋଟ ବ୍ଲକରେ ଆତଙ୍କ ଖେଳାଇଛନ୍ତି ।ପୁଣିଗତ ୩ ଦିନ ହେବ ଶରଧାପୁର ଓ ହିରାଖଣ୍ଡି ଗାଁରେ ପଶି ଲୋକଙ୍କ ଫସଲ ସହ ପନିପରିବା ଚାଷ ନଷ୍ଟ କରୁଛନ୍ତି ।ଗାଁ ଛାଡ଼ି ଯାଉନାହାନ୍ତି ହାତୀପଲ ।ଯାହାକୁନେଇ ଗ୍ରାମବାସୀମାନେ ଆତଙ୍କିତ […]

ଅଭୟାରଣ୍ୟରେ ଚାଲିଥିବା ଅଫିମଚାଷ ନଷ୍ଟହେଲା

ବାରିପଦା, ୧୭ା୩(ଏସଏସନିଉଜ) ଶିମିଳିପାଳରେ ଚାଲିଥିଲାଅଫିମ ଚାଷ । ଖବରପାଇ ଚଢଉ କରିଥିଲା ପୋଲିସ,ବନବାହିନୀ ଓ ଅବକାରୀବିଭାଗ । ପୋଲିସ ,ଅବକାରୀବିଭାଗ ଓ ବନବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରାଯାଇଛି । ଜୋଜଗୋଡା ଅଞ୍ଚଳରେ ୪ଏକର , ଲେମ୍ବୁଗୋଡା ଏରିଆରେ ହୋଇଥିବା ୧ଏକର ୭୪ଡିସିମିଲ ଜାଗାରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରାଯାଇଛି ।ନଷ୍ଟ ହୋଇଥିବା ଅଫିମର ମୁଲ୍ୟ ପ୍ରାୟ ୩କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। […]

ମନ୍ଦିର ବିଛାଡିଲେନି ଲୁଟେରା

ରେମୁଣା, ୧୭ା୩(ଏସଏସନିଉଜ) ମନ୍ଦିରବି ଛାଡିଲେନି ଲୁ;ରୋ ।ଗୋଟିଏରାତିରେ ୫ମନ୍ଦିରରୁ କଳାକନା ବୁଲାଇଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ବାଲିପାଳର ମଙ୍ଗଳାମନ୍ଦିର ଓ ହନୁମାନମନ୍ଦିର, କଣ୍ଟାବଣିଆ ଓ ଜୁଣୁଦାରେ ଶିବମନ୍ଦିର ଏବଂ ଘଷିପୁରାରେ ମଙ୍ଗଳାମନ୍ଦିରରୁ ଚୋରୀକରିଛନ୍ତି ଦୁର୍ବୃତ୍ତ। ଏହି ସମସ୍ତ ମନ୍ଦିର ଅଢେ଼ଇକିଲୋମିଟର ଦୂରତା ମଧ୍ୟରେ ରହିଛି।ଦୁର୍ବୁତମାନେ ମନ୍ଦିରରୁ ଅଳଙ୍କାର ସମେତ ଅନ୍ୟାନ୍ୟ ଆସବାବପତ୍ର ଓ ବାସନକୁସନ ଲୁଟି ନେଇଥିବା ଜଣାପଡ଼ିଛି।

କ୍ରସରରେ ନେଲା ଶ୍ରମିକର ଜୀବନ

ଯାଜପୁର, ୧୭ା୩(ଏସଏସନିଉଜ) ଧର୍ମଶାଳା ତହସିଲ ରାହାଡପୁର ସ୍ଥିତ ଏକ କ୍ରସରରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଥିବାର ଜଣାପଡିଛି । ଶିବଶକ୍ତି ଷ୍ଟୋନ୍ କ୍ରସରମେସିନ ଚକା ଖୋଲିବାବେଳେ ଏହିଭଳି ଘଟଣା ଘଟିଥିବାର ଜଣାପଡିଛି ।୨ଜଣ ଗୁରୁତର ଶ୍ରମିକଙ୍କୁ ଚିକିତ୍ସାପାଇଁ କଟକ ପଠାଯାଇଛି ।ଖବରପାଇ ପୋଲିସ କ୍ରସରର ମ୍ୟାନେଜରଙ୍କୁ ଥାନାରେ ଅଟକରଖି ପଚରାଉଚରା ଆରମ୍ଭ କରିଛି । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ବିଜେଡିରେ ମୋନିଦୀପା ସର୍ଖେଲ

ଭୁବନେଶ୍ବର, ୧୭ା୩(ଏସଏସନିଉଜ) ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର‌୍ୟ୍ୟକାରୀ ସଭାପତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଶଂଖ ଭବନରେ ମୋନିଦୀପା ନିଜର ବହୁ ସମର୍ଥକଙ୍କ ସହ ଆସି ବିଜେଡିରେ ସାମଲ ହୋଇଛନ୍ତି।

ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀଗାଡ଼ି

କୋରାପୁଟ, ୧୭ା୩(ଏସଏସନିଉଜ) କୁନ୍ଦୁରାବ୍ଲକର ଖଟଲାପଦର ବ୍ରିଜରୁ ତଳକୁ ଖସିପଡିଛି ବରଯାତ୍ରୀଗାଡ଼ି। ଯାହାଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ଜଣ ଆହତ ହୋଇଛନ୍ତି ।ଆହତଙ୍କ ମଧ୍ୟରୁ ୩ଜଣ ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନେ କୁନ୍ଦୁରା ଡାକ୍ତରଖାନାରେ ପ୍ରାଥମିକଚିକିତ୍ସା କରାଇଛନ୍ତି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । ଗାଡ଼ିଟି ବୈପାରିଗୁଡ଼ାବ୍ଲକ୍ ଅନ୍ତର୍ଗତ ଧଳପୁରରୁ ପ୍ରାୟ ୪୦ଜଣ ବରଯାତ୍ରୀଙ୍କୁ ନେଇ ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ନୂଆଗାଁକୁ ଯାଉଥିବାବେଳେ ଏହି […]