ଅଧାବାଟରୁ ବରକୁ ଉଠାଇନେଲା ପୁଲିସ

ସୁନ୍ଦରଗଡ଼,୧୭ା୩(ଏସଏସନିଉଜ) ଅଧାବାଟରୁ ବରକୁଉଠାଇନେଲା ପୁଲିସ ।ବାଜାବାଣ ଫୁଟାଇ ବେଶ ଖୁସିରେ କନ୍ୟାଘରଆଡକୁ ବରଯାତ୍ରୀ ଦଳ ମାଡିଆସୁଥିଲେ ।ବରଯାତ୍ରୀଙ୍କର ବି ନାଚିବା କମ ନଥିଲା ।କନ୍ୟା ଘର ପାଖେଇ ଆସୁଥିବାବେଳେ ହଠାତ ପୋଲିସ ଆସି ପହଁଚିଯାଇଥିଲା ।ଆଉ କାଳବିଳମ୍ଭ ନକରି ବରକୁ କାରଭିତରୁ ଉଠାଇନେଇଯାଇଥିଲା ।ଏହିଭଳି ଘଟଣା ସମ୍ବଲପୁର ରବାମରାରେ ଘଟିଛି । ଧରୁଆଡିହି ଥାନାରେ ଲଭ୍‌, ସେକ୍ସ, ଧୋକାର ଅଭିଯୋଗ ପ୍ରେମିକା କରିବାପରେ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରେମିକା କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କୁ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ ତାଙ୍କୁ ୭ ବର୍ଷ ତଳେ ପ୍ରେମ କରିଥିଲେ ।ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ।ଏହି ସୁଯୋଗରେ ୫ ମାସଧରି ବିଷ୍ଣୁ ପ୍ରେମିକା ଘରେ ରହିଥିଲେ ।ପ୍ରେମିକା ଗର୍ଭବତୀହେବାର ଜାଣି ବିଷ୍ଣୁ ଚେନ୍ନାଇ ଚାଲିଯାଇ ଆଉ ଯୋଗାଯୋଗରେ ରହିନଥିଲେ ।ଦୁଇବର୍ଷପରେ ସେ ଏକ ପୁତ୍ରସନ୍ତାନକୁ ଜନ୍ମଦେଇଥିଲା ।କିନ୍ତୁ ବିଷ୍ନୁଙ୍କ ସହ ଆଉ ଯୋଗେଯାଗ ହୋଇପାରିନଥିଲା ।ଏବେ ସେ ଦ୍ୱିତୀୟବିବାହ କରୁଥିବାର ଜାଣିବାପରେ ଥାନାରେ ପ୍ରେମିକ ଅଭିଯୋଗ କରିଥିଲେ ।ଏହି ଘଟଣାସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Comments (0)
Add Comment