Browsing daily archive

April 4, 2024

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୫ ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେ ଓ ସର୍ବତ୍ର ସର୍ବସମ୍ମତ ପାପମୋଚନୀ ଏକାଦଶୀ।ସୁର୍ଯ୍ୟୋଦୟ- ଘ୫/ ୪୦/୩୯,ସୂର୍ଯ୍ୟାସ୍ତ- ଘ୫/୫୮ /୩୩,ଚୈତ୍ରମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି-ଏକାଦଶୀ ଦିବାଘ୧/୪୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ଦିବା ଘ୧/୪୩ମି ପରେ ନୈର୍ଋତକୋଣରେ। ଅଗନ୍ତବ୍ୟତିଥି, ଶନିମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ଦିବା ଘ୭/୫୬ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏବଂ ଦ୍ଵାଦଶୀରେ ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଦିବା ଘ୧/୪୩ମିପରେ ପୋଇଶାଗ ଭକ୍ଷଣନିଷେଧ।ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୮/୪୧ମି […]

ଥଣ୍ଡାଜ୍ବର ରୋଗୀଙ୍କୁ କୁକୁର କାମୁଡ଼ା ଇ‌‌‌ଞ୍ଜେକସନ୍

ଭଦ୍ରକ,୪ା୪(ଏସଏସନିଉଜ)ଭଣ୍ଡାରୀପୋଖରୀ ମେଡ଼ିକାଲରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଥଣ୍ଡାଜ୍ବରରେ ଆକ୍ରାନ୍ତହୋଇଥିବା ଜଣେ ରୋଗୀଙ୍କୁ ନର୍ସ କୁକୁରକାମୁଡ଼ା ଇଞ୍ଜେକସନ୍ ଦେଇଥିବାର ଜଣାପଡିବାପରେ ଉତେଜନା ଦେଖାଦେଇଥିଲା । ଭଣ୍ଡାରିପୋଖରୀ ଥାନା ଅନ୍ତଗର୍ତ ଦକ୍ଷିଣବାଡ଼ ଗାଁର ୫୬ ବର୍ଷୀୟ ବିଜୟ ବିଶ୍ବାଳ ଥଣ୍ଡାଜ୍ବରରେ ପୀଡ଼ିତହୋଇ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ଡାଇକ୍ଲୋଫେନାକ୍ ଇଞ୍ଜେକ୍ସନ ନେବାସହ ସହ ଅନ୍ୟାନ୍ୟ ଔଷଧ ମଧ୍ୟ ଲେଖିଥିଲେ।ତେବେ ନର୍ସଜଣଙ୍କ ଡାଇକ୍ଲୋଫେନାକ ଇଞ୍ଜେକ୍ସନ ଦଳରେ ତାଙ୍କୁ କୁକୁରକାମୁଡା ଇଞ୍ଜେକ୍ସନ […]

ସ୍କୁଲରେ ପାଣିପିଇବାକୁ ବାଜିବ ଘଣ୍ଟି…

ଭୁବନେଶ୍ବର,୪ା୪(ଏସଏସନିଉଜ)ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳବିରତିଘଣ୍ଟି। ଜଳବିରତିଘଣ୍ଟି ବାଜିଲେ କ୍ଲାସରେଥିବା ପିଲା ପାଣିପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶଦେବେ […]

ବନ୍ଧୁକ ମୂନରେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍

ଡେଲାଙ୍ଗ ,୪ା୪(ଏସଏସନିଉଜ) ଡେଲାଙ୍ଗଥାନା ନିକଟରୁ ବନ୍ଧୁକମୂନରେ ଜଣେ ସୁନାବ୍ୟବସାୟୀଙ୍କଠାରୁ ୨୭୦ ଗ୍ରାମ୍ ସୁନା, ୬କେଜିରୁପା ଲୁଟ୍ ହୋଇଛି। ପ୍ରଶାନ୍ତମହାପାତ୍ର ନାମକ ସୁନାବ୍ୟବସାୟୀ ଦୋକାନ ବନ୍ଦକରି ଏକ ବ୍ୟାଗରେ ସୁନାରୂପା ଅଳଙ୍କାର ଧରିଘରକୁ ଯିବାବେଳେ ୪ଜଣ ଅଜଣାଯୁବକ ବନ୍ଧୁକ ଦେଖାଇ ଅଳଙ୍କାରବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ ।ଲୁଟ ସୁନାଅଳଙ୍କାରର ମୁଲ୍ୟ ଅନୁମାନିକ ମୂଲ୍ୟ ୨୩ ଲକ୍ଷଟଙ୍କା ହେବ ବୋଲି ଦୋକାନୀ କହିଛନ୍ତି ।  

ପ୍ରେମିକଙ୍କୁ ପାଖରେ ରଖିବାକୁ ସ୍ବାମୀ ରାଜି ନହେବାରୁ

ଭୁବନେଶ୍ବର ,୪ା୪(ଏସଏସନିଉଜ) ଜ‌ଣେ ବିବାହିତ ମହିଳା ପ୍ରେମିକାକୁ ପାଖରେ ରଖିବାକୁ ସ୍ବାମୀ ନିକଟରେ ଜିଦ କରିଥିଲେ। ଏହି ପ୍ରସ୍ଥାବରେ ସ୍ବାମୀରାମ ଗୋବିନ୍ଦ ରାଜି ନହେବାରୁ ଆରମ୍ଭ ହୋଇଥିଲା ସ୍ୱାମୀସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ।ରାଗିଯାଇ ମହିଳାଜଣଙ୍କ ବିଦ୍ୟୁଦ ଖୁଣ୍ଟ ଉପରେ ଚଢ଼ି ଯାଇ ହାଏଭୋଲଟେଜ ଡ୍ରାମା ଆରମ୍ଭ କରିଥିଲେ । ମହିଳାଜଣଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବାସହ ମହିଳାଙ୍କୁ ବୁଝସୁଜାକରିବାପରେ ସେ ଓହ୍ଲାଇଥିଲେ ।ଏହି ଘଟଣା ବୁଧବାର ଦ୍ବିପହର ସମୟରେ ଉତ୍ତରପ୍ରଦେଶର ଗୋରଖପୁରର […]